ମୁଖ୍ୟମନ୍ତ୍ରୀଙ୍କ କଥା ରଖିଲା କେନ୍ଦ୍ର, ୨୦୨୨ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଗରିବଙ୍କୁ ମିଳିବ ମାଗଣା ରାସନ

The Sakala Picture
Published On

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା ରଖିଲା କେନ୍ଦ୍ର । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସମୟସୀମା ବୃଦ୍ଧି କରାଯାଇଛି । ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଯୋଜନା ବୃଦ୍ଧି କରିଛି କେନ୍ଦ୍ର । କୋରୋନା ସଂକ୍ରମଣ ଯୋଗୁଁ ସ୍ୱାଭାବିକ ସ୍ଥିତି ଆହୁରି ଫେରି ନ ଥିବାରୁ ଗରିବମାନଙ୍କୁ ପିଏମଜିକେଏୱାଇ ଅଧୀନରେ ଆଉ ୮ ମାସ ମାଗଣା ଚାଉଳ ଯୋଗାଣ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ । […]

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା ରଖିଲା କେନ୍ଦ୍ର । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସମୟସୀମା ବୃଦ୍ଧି କରାଯାଇଛି । ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଯୋଜନା ବୃଦ୍ଧି କରିଛି କେନ୍ଦ୍ର । କୋରୋନା ସଂକ୍ରମଣ ଯୋଗୁଁ ସ୍ୱାଭାବିକ ସ୍ଥିତି ଆହୁରି ଫେରି ନ ଥିବାରୁ ଗରିବମାନଙ୍କୁ ପିଏମଜିକେଏୱାଇ ଅଧୀନରେ ଆଉ ୮ ମାସ ମାଗଣା ଚାଉଳ ଯୋଗାଣ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ । ଚଳିତବର୍ଷ ମେ ମାସରୁ ନଭେମ୍ବର ମାସ ପର୍ୟ୍ୟନ୍ତ ରାସନ ସାମଗ୍ରୀ ଯୋଗାଇ ଦିଆଯାଉଥିଲା । ଯାହାକି ନଭେମ୍ବର ମାସରେ ଶେଷ ହେବାକୁ ଥିଲା । ହେଲେ ଏହା ପରେ ମଧ୍ୟ ଗରିବ ଲୋକଙ୍କୁ ରାସନ ସାମଗ୍ରୀ ଯୋଗାଇଦେବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ କ୍ୟାବିନେଟରେ ଏହାକୁ ମଞ୍ଜୁରୀ ମିଳିବା ସହିତ ଆଉ ୪ ମାସ ପାଇଁ ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବୃଦ୍ଧି କରାଯାଇଛି ।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ମଧ୍ୟରେ ଶାନ୍ତି ଆଲୋଚନା: ହରମୁଜ୍ ପ୍ରଣାଳୀ ଖୋଲିବା ସହ ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ ଇରାନର ନିଷ୍ପତ୍ତି

ଆସନ୍ତା ୨୦୨୨ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ମାଗଣାରେ ମିଳିବ ରାସନ ସାମଗ୍ରୀ । ଏନେଇ ଆଜି କ୍ୟାବିନେଟ୍ ମଞ୍ଜୁରୀ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ କରୋନା କାରଣରୁ କେନ୍ଦ୍ର ସରକାର ନଭେମ୍ବର ମାସ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ମାଗଣାରେ ରାସନ ସାମଗ୍ରୀ ଦେଇଆସୁଥିଲେ । ଏବେ ଏହାକୁ ଆଉ ୪ ମାସ ପାଇଁ ବୃଦ୍ଧି କରାଯାଇଛି । ଅନ୍ୟପଟେ ଆଜି ତିନି କୃଷି ଆଇନ୍ ପ୍ରତ୍ୟାହାର ନେଇ କ୍ୟାବିନେଟ ମଞ୍ଜୁରୀ ମିଳିଛି । ସଂସଦର ଆଗାମୀ ଶୀତକାଳୀନ ଅଧିବେଶନରେ ଏନେଇ ସମସ୍ତ ପ୍ରକ୍ରିୟା ଶେଷ ହେବ । କ୍ୟାବିନେଟ୍ ମଞ୍ଜୁରୀ ମିଳିବା ପରେ ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରେସମିଟ୍ କରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବିହାରରେ ହାଇଭୋଲ୍ଟେଜ୍ ଡ୍ରାମା: ପ୍ରେମିକକୁ ବାହା ହେବା ଜିଦ୍‌ରେ ୨୦୦ ଫୁଟ୍ ଟାୱାର ଉପରକୁ ଚଢ଼ିଲେ ନାବାଳିକା

କରୋନା ସଂକଟ ଟଳିନଥିବାବେଳେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ତେଣୁ ଗରିବଙ୍କ ପେଟପାଟଣା କଥା ଚିନ୍ତା କରି ମୁଖ୍ୟମନ୍ତ୍ରୀ ମାଗଣା ରାସନ ଯୋଗାଇବାକୁ ପ୍ରସ୍ତାବ ଦେଇଥିଲେ । ଯାହାକୁ କଂଗ୍ରେସ ମଧ୍ୟ ସମର୍ଥନ କରିଥିଲା । ଗରିବ କଲ୍ୟାଣ ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଜରିଆରେ ମୁଣ୍ଡ ପିଛା ୫କିଲୋ ଚାଉଳ ଓ ଏକ କିଲୋ ଡାଲି ମାଗଣାରେ ଦିଆଯାଉଛି ।

ଆହୁରି ପଢ଼ନ୍ତୁ: ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ହତ୍ୟା ଧମକ, ଗୁଜୁରାଟରୁ ଅଭିଯୁକ୍ତ ଗିରଫ

ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦର୍ଶାଇଥିଲେ  ଯେ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ରେ ହିତାଧିକାରୀଙ୍କୁ ଠିକ୍ ସମୟରେ ଚାଉଳ ଯୋଗାଇ ଦେବାକୁ ଓଡ଼ିଶା ସରକାର ପ୍ରାଥମିକତା ଦେଇଥିଲେ। ନଭେମ୍ବର ୫ ତାରିଖ ସୁଦ୍ଧା ୭ ମାସର ଚାଉଳ ବିତରଣ ଶେଷ ହୋଇଛି। ଏପରିକି ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ମଧ୍ୟ ଏହି ସୁବିଧା ଦିଆଯାଇଛି। ତେବେ କୋଭିଡ୍‌ର ପ୍ରଭାବ ଏ ଯାଏ ସରିନାହିଁ। ଯଦିଓ ରାଜ୍ୟରେ ଟିକାକରଣ ଦ୍ରୁତ ଗତିରେ ଚାଲିଛି, ତେବେ ନୂଆ ସଂକ୍ରମଣ ବି ଜାରି ରହିଛି। ଅର୍ଥନୈତିକ କାରବାର ପ୍ରାକ୍-ମହାମାରୀ ସ୍ଥିତିକୁ ଫେରିନାହିଁ। ସ୍ବାଭାବିକ ଜୀବନକୁ ଫେରିବା ପାଇଁ ଲୋକମାନେ ସଂଘର୍ଷ ଜାରି ରଖିଛନ୍ତି। ବର୍ତ୍ତମାନ ପରିସ୍ଥିତି‌ରେ ଅସୁବିଧାରେ ଥିବା ଲୋକମାନଙ୍କୁ ସରକାର ସହାୟତାର ହାତ ବଢ଼ାଇବାର ଆବଶ୍ୟକତା ଅଧିକ ଅନୁଭୂତ ହେଉଛି।

24 Nov 2021 By The Sakala

ମୁଖ୍ୟମନ୍ତ୍ରୀଙ୍କ କଥା ରଖିଲା କେନ୍ଦ୍ର, ୨୦୨୨ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଗରିବଙ୍କୁ ମିଳିବ ମାଗଣା ରାସନ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା ରଖିଲା କେନ୍ଦ୍ର । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସମୟସୀମା ବୃଦ୍ଧି କରାଯାଇଛି । ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଯୋଜନା ବୃଦ୍ଧି କରିଛି କେନ୍ଦ୍ର । କୋରୋନା ସଂକ୍ରମଣ ଯୋଗୁଁ ସ୍ୱାଭାବିକ ସ୍ଥିତି ଆହୁରି ଫେରି ନ ଥିବାରୁ ଗରିବମାନଙ୍କୁ ପିଏମଜିକେଏୱାଇ ଅଧୀନରେ ଆଉ ୮ ମାସ ମାଗଣା ଚାଉଳ ଯୋଗାଣ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ । ଚଳିତବର୍ଷ ମେ ମାସରୁ ନଭେମ୍ବର ମାସ ପର୍ୟ୍ୟନ୍ତ ରାସନ ସାମଗ୍ରୀ ଯୋଗାଇ ଦିଆଯାଉଥିଲା । ଯାହାକି ନଭେମ୍ବର ମାସରେ ଶେଷ ହେବାକୁ ଥିଲା । ହେଲେ ଏହା ପରେ ମଧ୍ୟ ଗରିବ ଲୋକଙ୍କୁ ରାସନ ସାମଗ୍ରୀ ଯୋଗାଇଦେବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ କ୍ୟାବିନେଟରେ ଏହାକୁ ମଞ୍ଜୁରୀ ମିଳିବା ସହିତ ଆଉ ୪ ମାସ ପାଇଁ ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବୃଦ୍ଧି କରାଯାଇଛି ।

ଆସନ୍ତା ୨୦୨୨ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ମାଗଣାରେ ମିଳିବ ରାସନ ସାମଗ୍ରୀ । ଏନେଇ ଆଜି କ୍ୟାବିନେଟ୍ ମଞ୍ଜୁରୀ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ କରୋନା କାରଣରୁ କେନ୍ଦ୍ର ସରକାର ନଭେମ୍ବର ମାସ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ମାଗଣାରେ ରାସନ ସାମଗ୍ରୀ ଦେଇଆସୁଥିଲେ । ଏବେ ଏହାକୁ ଆଉ ୪ ମାସ ପାଇଁ ବୃଦ୍ଧି କରାଯାଇଛି । ଅନ୍ୟପଟେ ଆଜି ତିନି କୃଷି ଆଇନ୍ ପ୍ରତ୍ୟାହାର ନେଇ କ୍ୟାବିନେଟ ମଞ୍ଜୁରୀ ମିଳିଛି । ସଂସଦର ଆଗାମୀ ଶୀତକାଳୀନ ଅଧିବେଶନରେ ଏନେଇ ସମସ୍ତ ପ୍ରକ୍ରିୟା ଶେଷ ହେବ । କ୍ୟାବିନେଟ୍ ମଞ୍ଜୁରୀ ମିଳିବା ପରେ ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରେସମିଟ୍ କରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

କରୋନା ସଂକଟ ଟଳିନଥିବାବେଳେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ତେଣୁ ଗରିବଙ୍କ ପେଟପାଟଣା କଥା ଚିନ୍ତା କରି ମୁଖ୍ୟମନ୍ତ୍ରୀ ମାଗଣା ରାସନ ଯୋଗାଇବାକୁ ପ୍ରସ୍ତାବ ଦେଇଥିଲେ । ଯାହାକୁ କଂଗ୍ରେସ ମଧ୍ୟ ସମର୍ଥନ କରିଥିଲା । ଗରିବ କଲ୍ୟାଣ ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଜରିଆରେ ମୁଣ୍ଡ ପିଛା ୫କିଲୋ ଚାଉଳ ଓ ଏକ କିଲୋ ଡାଲି ମାଗଣାରେ ଦିଆଯାଉଛି ।

ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦର୍ଶାଇଥିଲେ  ଯେ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ରେ ହିତାଧିକାରୀଙ୍କୁ ଠିକ୍ ସମୟରେ ଚାଉଳ ଯୋଗାଇ ଦେବାକୁ ଓଡ଼ିଶା ସରକାର ପ୍ରାଥମିକତା ଦେଇଥିଲେ। ନଭେମ୍ବର ୫ ତାରିଖ ସୁଦ୍ଧା ୭ ମାସର ଚାଉଳ ବିତରଣ ଶେଷ ହୋଇଛି। ଏପରିକି ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ମଧ୍ୟ ଏହି ସୁବିଧା ଦିଆଯାଇଛି। ତେବେ କୋଭିଡ୍‌ର ପ୍ରଭାବ ଏ ଯାଏ ସରିନାହିଁ। ଯଦିଓ ରାଜ୍ୟରେ ଟିକାକରଣ ଦ୍ରୁତ ଗତିରେ ଚାଲିଛି, ତେବେ ନୂଆ ସଂକ୍ରମଣ ବି ଜାରି ରହିଛି। ଅର୍ଥନୈତିକ କାରବାର ପ୍ରାକ୍-ମହାମାରୀ ସ୍ଥିତିକୁ ଫେରିନାହିଁ। ସ୍ବାଭାବିକ ଜୀବନକୁ ଫେରିବା ପାଇଁ ଲୋକମାନେ ସଂଘର୍ଷ ଜାରି ରଖିଛନ୍ତି। ବର୍ତ୍ତମାନ ପରିସ୍ଥିତି‌ରେ ଅସୁବିଧାରେ ଥିବା ଲୋକମାନଙ୍କୁ ସରକାର ସହାୟତାର ହାତ ବଢ଼ାଇବାର ଆବଶ୍ୟକତା ଅଧିକ ଅନୁଭୂତ ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର