ହ୍ୱାଟସଆପ୍‌କୁ ଟକ୍କର ଦେବାକୁ କେନ୍ଦ୍ର ସରକାର ଲଞ୍ଚ୍ କଲେ ସ୍ୱଦେଶୀ ଆପ୍‌ ‘ସନ୍ଦେଶ’

The Sakala Picture
Published On

ନୂଆଦିଲ୍ଲୀ : ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟସଆପ୍‌କୁ ଟକ୍କର ଦେବ ସନ୍ଦେଶ। କେନ୍ଦ୍ର ସରକାର ଏହି ସ୍ୱଦେଶୀ ଆପ୍‌କୁ ଲଞ୍ଚ୍‌ କରିଛନ୍ତି। ନାସନାଲ ଇନଫରମେଟିକ ସେଣ୍ଟର ଦ୍ୱାରା ବିକଶିତ ଏହି ଆପ୍‌କୁ ଆପଲ ପ୍ଲେ ଷ୍ଟୋର ଜିଆଇଏମଏସ ପୋର୍ଟାଲରୁ ଡାଉନଲୋଡ୍‌ କରିହେବ। ହ୍ୱାଟସଆପ୍‌ ଭଳି ଏହି ଆପ୍‌ରେ ମଧ୍ୟ ଜଣେ ୟୁଜର୍ସ ଅଡିଓ, ଭିଡିଓ କଲ କରିପାରିବା ସହିତ ମଲ୍ଟିମିଡିଆ ଓ ଫାଇଲ ସେୟାର କରିପାରିବେ। ଅର୍ଥାତ୍‌ ଜଣେ ୟୁଜର୍ସ ହ୍ୱାଟସଆପ୍‌ରେ ଯାହା ସୁବିଧା ପାଇପାରୁଛନ୍ତି ସେହି ସୁବିଧା […]

ନୂଆଦିଲ୍ଲୀ : ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟସଆପ୍‌କୁ ଟକ୍କର ଦେବ ସନ୍ଦେଶ। କେନ୍ଦ୍ର ସରକାର ଏହି ସ୍ୱଦେଶୀ ଆପ୍‌କୁ ଲଞ୍ଚ୍‌ କରିଛନ୍ତି। ନାସନାଲ ଇନଫରମେଟିକ ସେଣ୍ଟର ଦ୍ୱାରା ବିକଶିତ ଏହି ଆପ୍‌କୁ ଆପଲ ପ୍ଲେ ଷ୍ଟୋର ଜିଆଇଏମଏସ ପୋର୍ଟାଲରୁ ଡାଉନଲୋଡ୍‌ କରିହେବ।

ଆହୁରି ପଢ଼ନ୍ତୁ: ୧୫,୦୦୦ କୋଟିର ଛାଡ଼ପତ୍ର ମାମଲା! ଜୋହୋ ସିଇଓ ଶ୍ରୀଧର ଭେମ୍ବୁଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ ପ୍ରମିଳା

ହ୍ୱାଟସଆପ୍‌ ଭଳି ଏହି ଆପ୍‌ରେ ମଧ୍ୟ ଜଣେ ୟୁଜର୍ସ ଅଡିଓ, ଭିଡିଓ କଲ କରିପାରିବା ସହିତ ମଲ୍ଟିମିଡିଆ ଓ ଫାଇଲ ସେୟାର କରିପାରିବେ। ଅର୍ଥାତ୍‌ ଜଣେ ୟୁଜର୍ସ ହ୍ୱାଟସଆପ୍‌ରେ ଯାହା ସୁବିଧା ପାଇପାରୁଛନ୍ତି ସେହି ସୁବିଧା ଏହି ଆପ୍‌ରେ ବି ପାଇପାରିବେ।

ଆହୁରି ପଢ଼ନ୍ତୁ: ସମୁଦ୍ରରେ ୪ ଘଣ୍ଟା ପହଁରି ପରିବାରକୁ ବଞ୍ଚାଇଲେ ୧୩ ବର୍ଷର ବାଳକ

ହ୍ୱାଟସଆପ୍‌ ଓ ସନ୍ଦେଶ ଆପ୍‌ ମଧ୍ୟରେ ଫରକ ହେଉଛି ଯେ, ହ୍ୱାଟସଆପ୍‌ରେ କେବଳ ମୋବାଇଲ ନମ୍ବର ବ୍ୟବହାର କରାଯାଉଥିଲା ବେଳେ ସନ୍ଦେଶରେ ଲଗ୍‌ଇନ୍‌ କରିବାକୁ ମୋବାଇଲ ନମ୍ବର ସହିତ ଇମେଲ ଆଇଡି ମଧ୍ୟ ଦେବାକୁ ପଡ଼ିବ। ଏବେ କେବଳ ସରକାରୀ କର୍ମଚାରୀମାନେ ଏଥିରେ ଲଗଇନ କରିପାରିବେ ବୋଲି ଜଣାପଡ଼ିଛି। ସେମାନେ ଏହି ଆପ୍‌ ଜରିଆରେ ନିଜ ସମ୍ପର୍କୀୟଙ୍କୁ ଯୋଗାଯୋଗ କରିବେ। ଏହାର ବ୍ୟବହାର ବଢ଼ିଲେ ଅନ୍ୟମାନଙ୍କୁ ବି ଏହି ଆପ୍‌ର ବ୍ୟବହାର ପାଇଁ ଅନୁମତି ମିଳିବ।

ଆହୁରି ପଢ଼ନ୍ତୁ: ଗ୍ରେଟର ନୋଏଡାରେ କୁକୁର ବୁଲାଇବାକୁ ନେଇ ମହିଳାଙ୍କ ମଧ୍ୟରେ ହଙ୍ଗାମା

ନିକଟରେ ହ୍ୱଟସଆପ୍ ପ୍ରାଇଭେସି ପଲିସି ଅପଡେଟ୍ ନୋଟିଫିକେସନ ପଠାଇଥିଲା। ଏହାକୁ ନେଇ ବିବାଦ ଦେଖିଯାଇଥିଲା। ଏ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ପରେ କୌଣସି ଡାଟା ସେୟାରିଂର ପ୍ରକ୍ରିୟା ବଦଳିବ ନାହଁ ବୋଲି ହ୍ୱାଟସଆପ୍‌ ସ୍ପଷ୍ଟ କରିଥିଲା। କିନ୍ତୁ ଭାରତୀୟଙ୍କ ଡାଟା ସୁରକ୍ଷିତ ରଖିବାକୁ ଭାରତ ସରକାର ଏବେ ଏହି ସନ୍ଦେଶ ‘ଆପ୍‌’ ଆଣିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp