ପୁଣିଥରେ ଜମ୍ମୁ-କଶ୍ମୀରରେ ବଡ଼ଧରଣର ଆତଙ୍କୀ ହାମଲା, ୫ ଯବାନ ସହିଦ

The Sakala Picture
Published On

ଜମ୍ମୁ ଓ କାଶ୍ମୀର: ପୁଣିଥରେ ଜମ୍ମୁ-କଶ୍ମୀରରେ ବଡ଼ଧରଣର ଆତଙ୍କୀ ହାମଲା ହୋଇଛି । ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟର୍‌ରେ ଏପରି ହମଲା ହୋଇଛି । ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିବା ଜଣାପଡ଼ିଛି।। ଆତଙ୍କବାଦୀଙ୍କ ଗୁଳିରେ ୪ ଯବାନ ଓ ଜଣେ ଜେସିଓ ସହିଦ ହୋଇଥିବା ସୂଚନା । ଏବେ ମଧ୍ଯ ସେଠାରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ଯରେ ଗୁଳି ବିନିୟମ ଜାରି ରହିଛି।  ପୁଞ୍ଚ ଜିଲ୍ଲାର ଚମରେର ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ […]

ଜମ୍ମୁ ଓ କାଶ୍ମୀର: ପୁଣିଥରେ ଜମ୍ମୁ-କଶ୍ମୀରରେ ବଡ଼ଧରଣର ଆତଙ୍କୀ ହାମଲା ହୋଇଛି । ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟର୍‌ରେ ଏପରି ହମଲା ହୋଇଛି । ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିବା ଜଣାପଡ଼ିଛି।। ଆତଙ୍କବାଦୀଙ୍କ ଗୁଳିରେ ୪ ଯବାନ ଓ ଜଣେ ଜେସିଓ ସହିଦ ହୋଇଥିବା ସୂଚନା । ଏବେ ମଧ୍ଯ ସେଠାରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ଯରେ ଗୁଳି ବିନିୟମ ଜାରି ରହିଛି।  ପୁଞ୍ଚ ଜିଲ୍ଲାର ଚମରେର ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସେଠାରେ ଯବାନମାନେ ଅପରେସନ ଆରମ୍ଭ କରିଥିଲେ । ଅପରେସନ ବେଳେ ଦୁଇ ପକ୍ଷ ମଧ୍ୟରେ  ସଂଘର୍ଷ ଘଟିଥିଲା । ଫଳରେ କିଛି ଯବାନ ଓ ଜଣେ ଜୁନିଅର କମିଶନଡ ଅଫିସର ଆହତ ହୋଇଥିଲେ । ପରେ ସେମାନଙ୍କ ମଧ୍ୟରୁ ୪ ଯବାନ ଓ ଜେସିଓଙ୍କ ମୃତ୍ୟୁ ଘଟିଥିଲା ।

ଆହୁରି ପଢ଼ନ୍ତୁ: ରାଜସ୍ଥାନରେ ଶୋକାକୁଳ ପରିବେଶ: ଏକାଠି ଉଠିଲା ନୌସେନା ଯବାନ, ପତ୍ନୀ ଓ ୨ ଶିଶୁଙ୍କ କୋକେଇ

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ସମୟରୁ ବାନ୍ଦିପୋରା ଓ ଅନନ୍ତନାଗରେ ଏନକାଉଣ୍ଟର ହୋଇଥିଲେ। ଏଥିସହ ପୁଞ୍ଚରେ ମଧ୍ୟ ଆତଙ୍କୀ ବିରୋଧୀ ଅଭିଯାନ ଆରମ୍ଭ ହୋଇଥିଲେ। ପୁଞ୍ଚର ସୁରାନକୋଟେ ଅନ୍ତର୍ଗତ ଦାରା କି ଗଲି ଗାଁ ନିକଟରେ ଥିବା ଜଙ୍ଗଲିଆ ଅଞ୍ଚଳରେ କିଛି ଆତଙ୍କବାଦୀମାନେ ଅନୁପ୍ରବେଶ କରି ଛପି ରହିଥିବା ଖବର ମିଳିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରାଯାଇଥିଲା। ତେବେ କର୍ଡନ ପ୍ରକ୍ରିୟା ଚାଲିଥିବା ବେଳେ ସେଠାରେ ଛପି ରହିଥିବା ୪ରୁ ୫ ଜଣ ଆତଙ୍କବାଦୀ ହଠାତ୍‌ ଗୁଳି ବର୍ଷା କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିୟମରେ ଜଣେ ଜେସିଓଙ୍କ ସମେତ ୫ ଜଣ ଆହତଙ୍କ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଏୟାରଲିଫ୍ଟ କରାଯାଇଥିଲେ ହେଁ ସମସ୍ତେ ସହିଦ ହୋଇଯାଇଥିବା ନ୍ୟୁଜ ଏଜେନ୍ସି ଏଏନନଆଇ ପକ୍ଷରୁ ଟ୍ୱିଟ କରାଯାଇଛି। ସୁରକ୍ଷା କର୍ମୀମାନେ ସାରା ଅଞ୍ଚଳକୁ ସିଲ୍ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଜଙ୍ଗଲରେ ଅଧିକ ଆତଙ୍କବାଦୀ ଲୁଚିଥିବା ଆଶଙ୍କା କରି ବିଭିନ୍ନ ସ୍ଥାନରେ ଅପରେସନ ଜାରି ରହିଛି ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଆମିକ୍‌ସ କ୍ୟୁରିଙ୍କ ତଥ୍ୟ: ଓଡ଼ିଶାର ୭୬% ସାଂସଦ ଅପରାଧ ଅଭିଯୁକ୍ତ

ସେପଟେ ଜାମ୍ମୁ ଓ କାଶ୍ମୀରରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ବାନ୍ଦିପୋରା ଜିଲ୍ଲା ହାଜିନ ଇଲାକାର ଗୁନ୍ଦଜାହାଙ୍ଗିରରେ ନିରାପତ୍ତା ରକ୍ଷୀଙ୍କ ଗୁଳିମାଡରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ବଢ଼ୁଛି H1N1 ସଂକ୍ରମଣ: ଆତଙ୍କିତ ନହୋଇ ସତର୍କ ରହିବାକୁ ସରକାରଙ୍କ ପରାମର୍ଶ

ଆତଙ୍କବାଦୀ ଟଳିବା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ନିରାପତ୍ତାରକ୍ଷୀଙ୍କ ଗୁଳିମାଡରେ ପ୍ରାଣ ହରାଇଥିବା ଆତଙ୍କୀର ନାଁ ହେଉଛି ଇମିତିଆଜ ଅହମ୍ମଦ ଦର ଓ ସେ ଲସକର-ଏ-ତଏବା ସଂଗଠନର ଏକ ଛାମୁଆ ବାହିନୀ ଭାବେ ପରିଚିତ ଦି ରେଜିଷ୍ଟାନସ ଫୋର୍ସର ସଦସ୍ୟ । ସେ ବାନ୍ଦିପୋରରେ ସାହଗନ୍ଦଠାରେ ଘଟିଥିବା ଗଣହତ୍ୟା ଘଟଣାରେ ସମ୍ପୃକ୍ତ ଥିଲା ।

11 Oct 2021 By The Sakala

ପୁଣିଥରେ ଜମ୍ମୁ-କଶ୍ମୀରରେ ବଡ଼ଧରଣର ଆତଙ୍କୀ ହାମଲା, ୫ ଯବାନ ସହିଦ

ଜମ୍ମୁ ଓ କାଶ୍ମୀର: ପୁଣିଥରେ ଜମ୍ମୁ-କଶ୍ମୀରରେ ବଡ଼ଧରଣର ଆତଙ୍କୀ ହାମଲା ହୋଇଛି । ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟର୍‌ରେ ଏପରି ହମଲା ହୋଇଛି । ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିବା ଜଣାପଡ଼ିଛି।। ଆତଙ୍କବାଦୀଙ୍କ ଗୁଳିରେ ୪ ଯବାନ ଓ ଜଣେ ଜେସିଓ ସହିଦ ହୋଇଥିବା ସୂଚନା । ଏବେ ମଧ୍ଯ ସେଠାରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ଯରେ ଗୁଳି ବିନିୟମ ଜାରି ରହିଛି।  ପୁଞ୍ଚ ଜିଲ୍ଲାର ଚମରେର ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସେଠାରେ ଯବାନମାନେ ଅପରେସନ ଆରମ୍ଭ କରିଥିଲେ । ଅପରେସନ ବେଳେ ଦୁଇ ପକ୍ଷ ମଧ୍ୟରେ  ସଂଘର୍ଷ ଘଟିଥିଲା । ଫଳରେ କିଛି ଯବାନ ଓ ଜଣେ ଜୁନିଅର କମିଶନଡ ଅଫିସର ଆହତ ହୋଇଥିଲେ । ପରେ ସେମାନଙ୍କ ମଧ୍ୟରୁ ୪ ଯବାନ ଓ ଜେସିଓଙ୍କ ମୃତ୍ୟୁ ଘଟିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ସମୟରୁ ବାନ୍ଦିପୋରା ଓ ଅନନ୍ତନାଗରେ ଏନକାଉଣ୍ଟର ହୋଇଥିଲେ। ଏଥିସହ ପୁଞ୍ଚରେ ମଧ୍ୟ ଆତଙ୍କୀ ବିରୋଧୀ ଅଭିଯାନ ଆରମ୍ଭ ହୋଇଥିଲେ। ପୁଞ୍ଚର ସୁରାନକୋଟେ ଅନ୍ତର୍ଗତ ଦାରା କି ଗଲି ଗାଁ ନିକଟରେ ଥିବା ଜଙ୍ଗଲିଆ ଅଞ୍ଚଳରେ କିଛି ଆତଙ୍କବାଦୀମାନେ ଅନୁପ୍ରବେଶ କରି ଛପି ରହିଥିବା ଖବର ମିଳିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରାଯାଇଥିଲା। ତେବେ କର୍ଡନ ପ୍ରକ୍ରିୟା ଚାଲିଥିବା ବେଳେ ସେଠାରେ ଛପି ରହିଥିବା ୪ରୁ ୫ ଜଣ ଆତଙ୍କବାଦୀ ହଠାତ୍‌ ଗୁଳି ବର୍ଷା କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିୟମରେ ଜଣେ ଜେସିଓଙ୍କ ସମେତ ୫ ଜଣ ଆହତଙ୍କ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଏୟାରଲିଫ୍ଟ କରାଯାଇଥିଲେ ହେଁ ସମସ୍ତେ ସହିଦ ହୋଇଯାଇଥିବା ନ୍ୟୁଜ ଏଜେନ୍ସି ଏଏନନଆଇ ପକ୍ଷରୁ ଟ୍ୱିଟ କରାଯାଇଛି। ସୁରକ୍ଷା କର୍ମୀମାନେ ସାରା ଅଞ୍ଚଳକୁ ସିଲ୍ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଜଙ୍ଗଲରେ ଅଧିକ ଆତଙ୍କବାଦୀ ଲୁଚିଥିବା ଆଶଙ୍କା କରି ବିଭିନ୍ନ ସ୍ଥାନରେ ଅପରେସନ ଜାରି ରହିଛି ।

ସେପଟେ ଜାମ୍ମୁ ଓ କାଶ୍ମୀରରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ବାନ୍ଦିପୋରା ଜିଲ୍ଲା ହାଜିନ ଇଲାକାର ଗୁନ୍ଦଜାହାଙ୍ଗିରରେ ନିରାପତ୍ତା ରକ୍ଷୀଙ୍କ ଗୁଳିମାଡରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି ।

ଆତଙ୍କବାଦୀ ଟଳିବା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ନିରାପତ୍ତାରକ୍ଷୀଙ୍କ ଗୁଳିମାଡରେ ପ୍ରାଣ ହରାଇଥିବା ଆତଙ୍କୀର ନାଁ ହେଉଛି ଇମିତିଆଜ ଅହମ୍ମଦ ଦର ଓ ସେ ଲସକର-ଏ-ତଏବା ସଂଗଠନର ଏକ ଛାମୁଆ ବାହିନୀ ଭାବେ ପରିଚିତ ଦି ରେଜିଷ୍ଟାନସ ଫୋର୍ସର ସଦସ୍ୟ । ସେ ବାନ୍ଦିପୋରରେ ସାହଗନ୍ଦଠାରେ ଘଟିଥିବା ଗଣହତ୍ୟା ଘଟଣାରେ ସମ୍ପୃକ୍ତ ଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର