ଆସିଲା ତିନି ରାଜ୍ୟର ବୁଥ୍ ବାହୁଡ଼ା ମତ: ନାଗାଲାଣ୍ଡ, ତ୍ରିପୁରାରେ ବିଜେପି; ମେଘାଳୟରେ ହୋଇପାରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା

The Sakala Picture
Published On

ନୂଆଦିଲ୍ଲୀ: ବର୍ତ୍ତମାନ ସୁଦ୍ଧା ଉତ୍ତରପୂର୍ବାଞ୍ଚଳର ତିନୋଟି ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଏବଂ ମେଘାଳୟରେ ନିର୍ବାଚନ ଶେଷ ହୋଇଛି। ଚଳିତ ମାସ ୧୬ ତାରିଖରେ ତ୍ରିପୁରା ନିର୍ବାଚନ ଶେଷ ହୋଇଥିଲା ବେଳେ ସୋମବାର ନାଗାଲାଣ୍ଡ ଏବଂ ମେଘାଳୟରେ ମତଦାନ ସରିଛି। ଏହାପରେ ଏହି ସବୁ ରାଜ୍ୟର ନିର୍ବାଚନ ଫଳାଫଳକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ଭୋଟ ଗଣତି ମାର୍ଚ୍ଚ ୨ ତାରିଖରେ ହେବ । ଏହାପୂର୍ବର୍ରୁ ୩ ରାଜ୍ୟର ଏକଜିଟ ପୋଲ ପ୍ରକାଶ ପାଇଛି । ଆସନ୍ତା ମାସ […]

ନୂଆଦିଲ୍ଲୀ: ବର୍ତ୍ତମାନ ସୁଦ୍ଧା ଉତ୍ତରପୂର୍ବାଞ୍ଚଳର ତିନୋଟି ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଏବଂ ମେଘାଳୟରେ ନିର୍ବାଚନ ଶେଷ ହୋଇଛି। ଚଳିତ ମାସ ୧୬ ତାରିଖରେ ତ୍ରିପୁରା ନିର୍ବାଚନ ଶେଷ ହୋଇଥିଲା ବେଳେ ସୋମବାର ନାଗାଲାଣ୍ଡ ଏବଂ ମେଘାଳୟରେ ମତଦାନ ସରିଛି। ଏହାପରେ ଏହି ସବୁ ରାଜ୍ୟର ନିର୍ବାଚନ ଫଳାଫଳକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ଭୋଟ ଗଣତି ମାର୍ଚ୍ଚ ୨ ତାରିଖରେ ହେବ । ଏହାପୂର୍ବର୍ରୁ ୩ ରାଜ୍ୟର ଏକଜିଟ ପୋଲ ପ୍ରକାଶ ପାଇଛି ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଆସନ୍ତା ମାସ ୨ ତାରିଖରେ ବିଧିବଦ୍ଧ ଭାବେ ଫଳାଫଳ ପ୍ରକାଶ ପାଇବାକୁ ରହିଥିଲେ ହେଁ ବିଭିନ୍ନ ଏଜେନ୍ସି ଗୁଡିକର ବୁଥ୍ ବାହୁଡ଼ା ମତାମତ ଆସିବା ଆରମ୍ଭ ହୋଇଛି। ତିନୋଟି ରାଜ୍ୟର ପ୍ରତ୍ୟେକ ୬୦ ଲେଖାଏଁ ବିଧାନସଭା ଆସନକୁ ନେଇ ୧୮୦ ଆସନ ପାଇଁ ନିର୍ବାଚନ ହେବାକୁ ଥିଲା। କିନ୍ତୁ ନାଗାଲାଣ୍ଡରେ ଜଣେ ବିଜେପି ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବାରୁ ତିନୋଟି ରାଜ୍ୟରେ ମୋଟ ୧୭୯ ଆସନ ପାଇଁ ମତଦାନ ହୋଇଛି। ତେବେ ତ୍ରିପୁରାରେ ବିଜେପି ଆଗୁଆ ରହିବା ସହିତ ପୁଣି କ୍ଷମତାକୁ ଫେରିବା ନେଇ ଇଣ୍ଡିଆ ଟୁଡେ- ମାଇଁ ଆକ୍ସିସ ଇଣ୍ଡିଆ ପକ୍ଷରୁ ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ସେହିପରି ଏଠାରେ ବିଜେପି ୨୯ ରୁ ୩୬ଟି ଆସନରେ ଆଗୁଆ ରହିବା ସହିତ ସିପିଏମ-କଂଗ୍ରେସ ମେଣ୍ଟ ୧୩ ରୁ ୨୧, ‘ ଟପ୍ରା’ ୧୧ ରୁ ୧୬ ଏବଂ ଅନ୍ୟ ଦଳ ୩ ଟି ଆସନରେ ଆଗୁଆ ରହିବ ବୋଲି ଜି ନ୍ୟୁଜ୍-ମାଟ୍ରିଜ୍ ପକ୍ଷରୁ କୁହାଯାଇଛି। ତ୍ରିପୁରା ଭଳି ନାଗାଲାଣ୍ଡରେ ମଧ୍ୟ ବିଜେପି-ଏନଡିପିପି ଆଗୁଆ ରହିବ ବୋଲି ଏହି ଏଜେନ୍ସି ଆକଳନ କରିଛି। ନାଗାଲାଣ୍ଡର ମୋଟ ୬୦ ଆସନ ମଧ୍ୟରୁ ବିଜେପି-ଏନଡିପିପି ମେଣ୍ଟ ୩୫ ରୁ ୪୩ ଆସନରେ ବିଜୟୀ ହେବ ବୋଲି ଜି ନ୍ୟୁଜ୍-ମାଟ୍ରିଜ୍ କହିଛି। ଅନ୍ୟପକ୍ଷରେ ମେଘାଳୟରେ ଏନପିପି ୨୧ ରୁ ୨୬ ଆସନରେ ବିଜୟୀ ହେବା ସହିତ ଏଠାରେ ବିଜେପିକୁ ୬ ରୁ ୧୧ ଆସନ ମିଳିପାରେ ବୋଲି ଏହି ଏଜେନ୍ସି କହିଛି। ଏଠାରେ ସବୁ ଆସନରେ କଂଗ୍ରେସ ପ୍ରାର୍ଥୀ ଦେଇଥିଲେ ହେଁ ଦଳକୁ ମାତ୍ର ୩ ରୁ ୬ଟି ଆସନ ମିଳିବା ନେଇ ଜି ନ୍ୟୁଜ୍-ମାଟ୍ରିଜ୍ ଆକଳନ କରିଛି। ତେବେ ଆସନ୍ତା ମାସ ୨ ତାରିଖରେ ଫଳାଫଳ ପ୍ରକାଶ ପାଇବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ। କିନ୍ତୁ ଚଳିତ ନିର୍ବାଚନରେ ସର୍ବାଧିକ ଯୁବବର୍ଗ ମତଦାନ ପ୍ରକ୍ରିୟାରେ ଭାଗନେଇଥିବାରୁ ସବୁ ଦଳ ନିଜର ବିଜୟ ପାଇଁ ଆଶାବାଦୀ ରହିଛନ୍ତି ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର