ଅସ୍ତ୍ରବିରତି ସତ୍ତ୍ବେ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ, ସୀମାରେ ଗୁଳିମାଡ଼ ଓ ଡ୍ରୋନ ଆକ୍ରମଣ

The Sakala Picture
Published On

ନୂଆଦିଲ୍ଳୀ: ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ। ଏଲଓସିରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ ସହ ଅଖନୁର, ରାଜୌରୀ ଓ ଆରଏସପୁରାରେ ଗୁଳିମାଡ଼ କରିଛି। ଜମ୍ମୁ କାଶ୍ମୀରରେ ଏକାଧିକ ସ୍ଥାନରେ ଗୁଳିଗୋଳା ବର୍ଷଣ କରିଛି। ଅରନିଆ, କଠୁଆ, ପୁଞ୍ଚ, ମେଣ୍ଢର, ଜମ୍ମୁ, ଏବଂ ନୌସେରାରେ ପାକିସ୍ତାନୀ ସେନା ଗୁଳିବର୍ଷଣ ଜାରି ରଖିଛନ୍ତି। ପାକିସ୍ତାନୀ ସେନାଙ୍କ ଗୁଳିମାଡ଼କୁ କଡ଼ା ଜବାବ ଦେଇଛି ଭାରତୀୟ ସେନା। ଅସ୍ତ୍ରବିରତି ଘୋଷଣାର ୩ଘଣ୍ଟା ପରେ ପାକିସ୍ତାନ ଏଲଓସିରେ ଉଲ୍ଲଙ୍ଘନ କରିଥିବା ସୂଚନା ମିଳିଛି। ପାକିସ୍ତାନୀ ସେନା […]

ନୂଆଦିଲ୍ଳୀ: ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ। ଏଲଓସିରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ ସହ ଅଖନୁର, ରାଜୌରୀ ଓ ଆରଏସପୁରାରେ ଗୁଳିମାଡ଼ କରିଛି। ଜମ୍ମୁ କାଶ୍ମୀରରେ ଏକାଧିକ ସ୍ଥାନରେ ଗୁଳିଗୋଳା ବର୍ଷଣ କରିଛି। ଅରନିଆ, କଠୁଆ, ପୁଞ୍ଚ, ମେଣ୍ଢର, ଜମ୍ମୁ, ଏବଂ ନୌସେରାରେ ପାକିସ୍ତାନୀ ସେନା ଗୁଳିବର୍ଷଣ ଜାରି ରଖିଛନ୍ତି। ପାକିସ୍ତାନୀ ସେନାଙ୍କ ଗୁଳିମାଡ଼କୁ କଡ଼ା ଜବାବ ଦେଇଛି ଭାରତୀୟ ସେନା। ଅସ୍ତ୍ରବିରତି ଘୋଷଣାର ୩ଘଣ୍ଟା ପରେ ପାକିସ୍ତାନ ଏଲଓସିରେ ଉଲ୍ଲଙ୍ଘନ କରିଥିବା ସୂଚନା ମିଳିଛି। ପାକିସ୍ତାନୀ ସେନା ଡ୍ରୋନ ମାଡ଼ ସହ ଗୁଳିବର୍ଷଣ କରୁଛି। ପାକିସ୍ତାନୀ ସେନାର ଗୁଳିମାଡ଼କୁ ଭାରତୀୟ ସୀମା ସୁରକ୍ଷା ବାହିନୀ(ବିଏସଏଫ) ମୁହଁତୋଡ଼ ଜବାନ ଦେଇଛି। ଆନ୍ତର୍ଜାତିକ ସୀମାରେ ପାକିସ୍ତାନ ସେନା ଗୁଳିମାଡ଼ ଜାରି ରଖିଛି। ଶ୍ରୀନଗରରେ ୪-୫ଟି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି ବୋଲି ଏକ୍ସରେ ଜମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଝାଡ଼ଖଣ୍ଡରେ ଛାତ୍ର ଆନ୍ଦୋଳନ ତୀବ୍ର: JPSC ଓ JSSC ପରୀକ୍ଷା ଅନିୟମିତତା ପ୍ରତିବାଦରେ ବିଧାନସଭା ଘେରାଉ

10 May 2025 By The Sakala

ଅସ୍ତ୍ରବିରତି ସତ୍ତ୍ବେ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ, ସୀମାରେ ଗୁଳିମାଡ଼ ଓ ଡ୍ରୋନ ଆକ୍ରମଣ

ନୂଆଦିଲ୍ଳୀ: ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ। ଏଲଓସିରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ ସହ ଅଖନୁର, ରାଜୌରୀ ଓ ଆରଏସପୁରାରେ ଗୁଳିମାଡ଼ କରିଛି। ଜମ୍ମୁ କାଶ୍ମୀରରେ ଏକାଧିକ ସ୍ଥାନରେ ଗୁଳିଗୋଳା ବର୍ଷଣ କରିଛି। ଅରନିଆ, କଠୁଆ, ପୁଞ୍ଚ, ମେଣ୍ଢର, ଜମ୍ମୁ, ଏବଂ ନୌସେରାରେ ପାକିସ୍ତାନୀ ସେନା ଗୁଳିବର୍ଷଣ ଜାରି ରଖିଛନ୍ତି। ପାକିସ୍ତାନୀ ସେନାଙ୍କ ଗୁଳିମାଡ଼କୁ କଡ଼ା ଜବାବ ଦେଇଛି ଭାରତୀୟ ସେନା। ଅସ୍ତ୍ରବିରତି ଘୋଷଣାର ୩ଘଣ୍ଟା ପରେ ପାକିସ୍ତାନ ଏଲଓସିରେ ଉଲ୍ଲଙ୍ଘନ କରିଥିବା ସୂଚନା ମିଳିଛି। ପାକିସ୍ତାନୀ ସେନା ଡ୍ରୋନ ମାଡ଼ ସହ ଗୁଳିବର୍ଷଣ କରୁଛି। ପାକିସ୍ତାନୀ ସେନାର ଗୁଳିମାଡ଼କୁ ଭାରତୀୟ ସୀମା ସୁରକ୍ଷା ବାହିନୀ(ବିଏସଏଫ) ମୁହଁତୋଡ଼ ଜବାନ ଦେଇଛି। ଆନ୍ତର୍ଜାତିକ ସୀମାରେ ପାକିସ୍ତାନ ସେନା ଗୁଳିମାଡ଼ ଜାରି ରଖିଛି। ଶ୍ରୀନଗରରେ ୪-୫ଟି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି ବୋଲି ଏକ୍ସରେ ଜମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର