ଦିଲ୍ଲୀରେ କାହାକୁ ମିଳିବ ବହୁମତ, କିଏ ଗଢ଼ିବ ସରକାର; କଡା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଭୋଟ ଗଣତି

The Sakala Picture
Published On

ନୂଆଦିଲ୍ଲୀ: କାହା ଭାଗ୍ୟରେ ଦିଲ୍ଲୀ? କିଏ ଗଢ଼ିବ ଦିଲ୍ଲୀରେ ସରକାର । କେଜ୍ରିୱାଲଙ୍କ ଆପ୍‌ର ଦବଦବା ଜାରି ରହିବ ନା ୨୬ ବର୍ଷ ପରେ ପୁଣି ଫେରିବ ବିଜେପି? ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ୧୫ ବର୍ଷ ଧରି କ୍ଷମତାରେ ଥିବା କଂଗ୍ରେସ ଭାଗ୍ୟରେ ଏଥର ପରିବର୍ତ୍ତନ ହେବ କି? ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି କରାଯାଉଛି । ସକାଳ ୯ଟା ପରେ ଭୋଟ୍ ଗଣତି ପ୍ରାରମ୍ଭିକ […]

ନୂଆଦିଲ୍ଲୀ: କାହା ଭାଗ୍ୟରେ ଦିଲ୍ଲୀ? କିଏ ଗଢ଼ିବ ଦିଲ୍ଲୀରେ ସରକାର । କେଜ୍ରିୱାଲଙ୍କ ଆପ୍‌ର ଦବଦବା ଜାରି ରହିବ ନା ୨୬ ବର୍ଷ ପରେ ପୁଣି ଫେରିବ ବିଜେପି? ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ୧୫ ବର୍ଷ ଧରି କ୍ଷମତାରେ ଥିବା କଂଗ୍ରେସ ଭାଗ୍ୟରେ ଏଥର ପରିବର୍ତ୍ତନ ହେବ କି? ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି କରାଯାଉଛି । ସକାଳ ୯ଟା ପରେ ଭୋଟ୍ ଗଣତି ପ୍ରାରମ୍ଭିକ ଟ୍ରେଣ୍ଡ୍ ସାମ୍ନାକୁ ଆସିବ । କାଉଣ୍ଟିଂକୁ ନଜରରେ ରଖି ଦିଲ୍ଲୀର ୧୧ଟି ଜିଲ୍ଲାର ୧୯ଟି ମତଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଆହୁରି ପଢ଼ନ୍ତୁ: ଏପ୍ରିଲ୍ ୧ରୁ ବଦଳିବ ୫ଟି ବଡ଼ ନିୟମ: ଏଲପିଜି, ଏଟିଏମ୍‌ରୁ ଆୟକର ଓ ପ୍ୟାନ୍ କାର୍ଡ ପର୍ଯ୍ୟନ୍ତ, ଜାଣନ୍ତୁ କେମିତି ପଡ଼ିବ ପ୍ରଭାବ

୭୦ସଭ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ୫ ତାରିଖରେ ଅନୁଷ୍ଠିତ ହୋଇଥିବା ନିର୍ବାଚନର ଫଳାଫଳ ଆସନ୍ତାକାଲି (ଶନିବାର) ପ୍ରକାଶ ପାଇବା ପରେ ଏହିସବୁ ପ୍ରଶ୍ନର ଉତ୍ତର ମିଳିଯିବ । ମତଦାନ ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ୍ ପୋଲ କରାଯାଇଥିଲା । ଅନେକ ସଂସ୍ଥା ବିଜେପି ସପକ୍ଷରେ ରିପୋର୍ଟ ଦେଇଥିବା ବେଳେ ଆଉ କିଛି ସଂସ୍ଥା ଆପ୍ ସପକ୍ଷରେ ମତ ଦେଇଥିଲେ । ଏହାକୁ ନେଇ ବିଭ୍ରାନ୍ତ ଲାଗି ରହିଥିବା ବେଳେ କ୍ଷମତାସୀନ ଆପ୍ କହିଛି ଯେ ଏହା କ୍ଷମତା ବଜାୟ ରଖିବ । ପାର୍ଟି ନେତା ଗୋପାଳ ରାୟ କହିଛନ୍ତି ଯେ ଆପ୍ ୫୦ରୁ ଅଧିକ ଆସନରେ ବିଜୟୀ ହେବ । ୨୦୧୫ରୁ ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷମତାରେ ରହିଥିବା ଆପ୍‌କୁ ୨୦୨୦ ନିର୍ବାଚନରେ ବିପୁଳ ସଫଳତା ମିଳିଥିଲା । ବିଜେପି ଓ କଂଗ୍ରେସକୁ ଚିତପଟାଙ୍ଗ କରି ଏହା ୬୨ଟି ଆସନରେ ବିଜୟୀ ହୋଇଥିଲା । ଅନ୍ୟପକ୍ଷରେ ୧୯୯୩ରେ ପ୍ରଥମ ଥର ଲାଗି ଦିଲ୍ଲୀ ବିଧାନସଭା ନିର୍ବାଚନ ହୋଇଥିଲା ଏବଂ ଏଥିରେ ବିଜେପି ବିଜୟୀ ହୋଇ ସରକାର ଗଠନ କରିଥିଲା । ତେବେ ୧୯୯୮ରେ ଏହା ପରାଜିତ ହୋଇଥିଲା।

ଆହୁରି ପଢ଼ନ୍ତୁ:  ଆଜି ଅଶୋକାଷ୍ଟମୀ, ରଥଦାଣ୍ଡରେ ଗଡ଼ିବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅଣଲେଉଟା ରୁକୁଣା ରଥ

ଆଜି ଭୋଟ ଗଣତି ହେଉଥିବା ବେଳେ ଗତକାଲି ଦିଲ୍ଲୀ ରାଜନୀତିରେ ପୁଣି ନାଟକବାଜି ଦେଖିବାକୁ ମିଳିଛି । ଦିଲ୍ଲୀ ଦୁର୍ନୀତି ନିବାରଣ ବିଭାଗ (ଏସିବି)ର ଏକ ଟିମ୍‌ କେଜ୍ରିୱାଲଙ୍କ ଘରେ ପହଂଚିଥିଲା । କ୍ଷମତା ଦଖଲ ପାଇଁ ଆପ୍ ପ୍ରାର୍ଥୀମାନଙ୍କୁ ବିଜେପି ୧୫ କୋଟି ଟଙ୍କା ଯାଚିଥିଲା ବୋଲି କେଜ୍ରିୱାଲ ଯେଉଁ ଅଭିଯୋଗ କରିଛନ୍ତି ତାହାର ପ୍ରମାଣ ଦେବାଲାଗି ଏସିବି ଅଧିକାରୀମାନେ ଆପ୍ ମୁଖ୍ୟଙ୍କୁ କହିଥିଲେ । ଦିଲ୍ଲୀ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶରେ ଏସିବି ଅଧିକାରୀ ଏହି ଯାଞ୍ଚ ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ବିଜେପି କେଜ୍ରିୱାଲଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛି ।

ଆହୁରି ପଢ଼ନ୍ତୁ: ଆଉ କିଛି ସମୟ ପରେ ଆରମ୍ଭ ହେବ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତିମଣତି କାର୍ଯ୍ୟ, ମାହେନ୍ଦ୍ର ବେଳାରେ ଖୋଲିବ ସିନ୍ଦୁକ

08 Feb 2025 By The Sakala

ଦିଲ୍ଲୀରେ କାହାକୁ ମିଳିବ ବହୁମତ, କିଏ ଗଢ଼ିବ ସରକାର; କଡା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଭୋଟ ଗଣତି

ନୂଆଦିଲ୍ଲୀ: କାହା ଭାଗ୍ୟରେ ଦିଲ୍ଲୀ? କିଏ ଗଢ଼ିବ ଦିଲ୍ଲୀରେ ସରକାର । କେଜ୍ରିୱାଲଙ୍କ ଆପ୍‌ର ଦବଦବା ଜାରି ରହିବ ନା ୨୬ ବର୍ଷ ପରେ ପୁଣି ଫେରିବ ବିଜେପି? ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ୧୫ ବର୍ଷ ଧରି କ୍ଷମତାରେ ଥିବା କଂଗ୍ରେସ ଭାଗ୍ୟରେ ଏଥର ପରିବର୍ତ୍ତନ ହେବ କି? ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି କରାଯାଉଛି । ସକାଳ ୯ଟା ପରେ ଭୋଟ୍ ଗଣତି ପ୍ରାରମ୍ଭିକ ଟ୍ରେଣ୍ଡ୍ ସାମ୍ନାକୁ ଆସିବ । କାଉଣ୍ଟିଂକୁ ନଜରରେ ରଖି ଦିଲ୍ଲୀର ୧୧ଟି ଜିଲ୍ଲାର ୧୯ଟି ମତଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

୭୦ସଭ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ୫ ତାରିଖରେ ଅନୁଷ୍ଠିତ ହୋଇଥିବା ନିର୍ବାଚନର ଫଳାଫଳ ଆସନ୍ତାକାଲି (ଶନିବାର) ପ୍ରକାଶ ପାଇବା ପରେ ଏହିସବୁ ପ୍ରଶ୍ନର ଉତ୍ତର ମିଳିଯିବ । ମତଦାନ ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ୍ ପୋଲ କରାଯାଇଥିଲା । ଅନେକ ସଂସ୍ଥା ବିଜେପି ସପକ୍ଷରେ ରିପୋର୍ଟ ଦେଇଥିବା ବେଳେ ଆଉ କିଛି ସଂସ୍ଥା ଆପ୍ ସପକ୍ଷରେ ମତ ଦେଇଥିଲେ । ଏହାକୁ ନେଇ ବିଭ୍ରାନ୍ତ ଲାଗି ରହିଥିବା ବେଳେ କ୍ଷମତାସୀନ ଆପ୍ କହିଛି ଯେ ଏହା କ୍ଷମତା ବଜାୟ ରଖିବ । ପାର୍ଟି ନେତା ଗୋପାଳ ରାୟ କହିଛନ୍ତି ଯେ ଆପ୍ ୫୦ରୁ ଅଧିକ ଆସନରେ ବିଜୟୀ ହେବ । ୨୦୧୫ରୁ ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷମତାରେ ରହିଥିବା ଆପ୍‌କୁ ୨୦୨୦ ନିର୍ବାଚନରେ ବିପୁଳ ସଫଳତା ମିଳିଥିଲା । ବିଜେପି ଓ କଂଗ୍ରେସକୁ ଚିତପଟାଙ୍ଗ କରି ଏହା ୬୨ଟି ଆସନରେ ବିଜୟୀ ହୋଇଥିଲା । ଅନ୍ୟପକ୍ଷରେ ୧୯୯୩ରେ ପ୍ରଥମ ଥର ଲାଗି ଦିଲ୍ଲୀ ବିଧାନସଭା ନିର୍ବାଚନ ହୋଇଥିଲା ଏବଂ ଏଥିରେ ବିଜେପି ବିଜୟୀ ହୋଇ ସରକାର ଗଠନ କରିଥିଲା । ତେବେ ୧୯୯୮ରେ ଏହା ପରାଜିତ ହୋଇଥିଲା।

ଆଜି ଭୋଟ ଗଣତି ହେଉଥିବା ବେଳେ ଗତକାଲି ଦିଲ୍ଲୀ ରାଜନୀତିରେ ପୁଣି ନାଟକବାଜି ଦେଖିବାକୁ ମିଳିଛି । ଦିଲ୍ଲୀ ଦୁର୍ନୀତି ନିବାରଣ ବିଭାଗ (ଏସିବି)ର ଏକ ଟିମ୍‌ କେଜ୍ରିୱାଲଙ୍କ ଘରେ ପହଂଚିଥିଲା । କ୍ଷମତା ଦଖଲ ପାଇଁ ଆପ୍ ପ୍ରାର୍ଥୀମାନଙ୍କୁ ବିଜେପି ୧୫ କୋଟି ଟଙ୍କା ଯାଚିଥିଲା ବୋଲି କେଜ୍ରିୱାଲ ଯେଉଁ ଅଭିଯୋଗ କରିଛନ୍ତି ତାହାର ପ୍ରମାଣ ଦେବାଲାଗି ଏସିବି ଅଧିକାରୀମାନେ ଆପ୍ ମୁଖ୍ୟଙ୍କୁ କହିଥିଲେ । ଦିଲ୍ଲୀ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶରେ ଏସିବି ଅଧିକାରୀ ଏହି ଯାଞ୍ଚ ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ବିଜେପି କେଜ୍ରିୱାଲଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର