ବାଂଲାଦେଶରେ ବଡ଼ ଦୁର୍ଘଟଣା: ଫେରିକୁ ଉଠୁଥିବା ବେଳେ ପଦ୍ମା ନଦୀକୁ ଖସିଲା ବସ୍, ୨୬ମୃତ

Madhusudan Das Picture
Published On

ନୂଆଦିଲ୍ଲୀ: ବାଂଲାଦେଶର ରାଜବାଡ଼ି ଜିଲ୍ଲାରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍ ଫେରି (ବଡ଼ ଡଙ୍ଗା)କୁ ଉଠୁଥିବା ସମୟରେ ଭାରସାମ୍ୟ ହରାଇ ପଦ୍ମା ନଦୀକୁ ଖସିପଡ଼ିଛି। ଦାଉଲତଦିଆ ଘାଟ ନିକଟରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୬କୁ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଅଗ୍ନିଶମ ବାହିନୀର ସୂଚନା ଅନୁଯାୟୀ, ବସ୍ ଭିତରୁ ୨୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୧୧ ଜଣ ମହିଳା, ୮ ଜଣ ପୁରୁଷ ଏବଂ ୫ ଜଣ ଛୋଟ ପିଲା ସାମିଲ ଅଛନ୍ତି। ଏହାବ୍ୟତୀତ ୮ ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ଆଉ ୩ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ଏବଂ ନିଖୋଜ ଥିବା ଅନ୍ୟମାନଙ୍କୁ ଖୋଜିବା ପାଇଁ ତଲାସି ଅଭିଯାନ ଜାରି ରହିଛି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ବୁଧବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିଲା। ବସରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ଉଦ୍ଧାରକାରୀ ଦଳ 'ହମଜା' ନାମକ ଏକ ଜାହାଜ ସାହାଯ୍ୟରେ ପ୍ରାୟ ୬ ଘଣ୍ଟାର କଠିନ ପରିଶ୍ରମ ପରେ ମଧ୍ୟରାତ୍ରିରେ ବସଟିକୁ ନଦୀରୁ ବାହାର କରିବାରେ ସଫଳ ହୋଇଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀର ୪ଟି ଟିମ୍, ୧୦ ଜଣ ବୁଡ଼ାଳିଙ୍କ ସମେତ ସେନା, ପୋଲିସ, ତଟରକ୍ଷୀ ବାହିନୀ, ବିଆଇଡବ୍ଲ୍ୟୁଟିସି ଏବଂ ସ୍ଥାନୀୟ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କରିଥିଲେ। ଅଧିକାରୀଙ୍କ କହିବା ଅନୁଯାୟୀ, ଇଦ୍ ଛୁଟି ଶେଷ କରି ରାଜଧାନୀ ଢାକା ଫେରୁଥିବା ବେଳେ ଯାତ୍ରୀମାନେ ଏହି ଅଘଟଣର ଶିକାର ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ୍ ରହମାନ ଏହି ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିବା ସହ ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି ଏବଂ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଉଚେନ ମେୟଙ୍କ ନେତୃତ୍ୱରେ ଏକ ୫ ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି। ଯେଉଁଥିରେ ପୋଲିସ ଏବଂ ଅଗ୍ନିଶମ ବିଭାଗର ଅଧିକାରୀମାନେ ମଧ୍ୟ ସାମିଲ ଅଛନ୍ତି। ଏହି କମିଟିକୁ ଆସନ୍ତା ୩ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର