ପୁଣି ଚିନ୍ତା ବଢାଇଲା କରୋନା: ଚୀନରେ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ଯା, ୩ ମାସରେ ଆସିପାରେ ୩ଟି ଲହର

The Sakala Picture
Published On

ଚୀନ: ପୁଣି ଚିନ୍ତା ବଢାଇଲା କରୋନା । ବର୍ତ୍ତମାନ ଚୀନରେ କରୋନା ସ୍ଥିତି ସଙ୍ଗୀନ ରହିଛି। କୋଭିଡ କଟକଣାରେ କୋହଳ ହେବା କାରଣରୁ ପୁଣି ଚୀନରେ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢିବାର ହେବାର ସମ୍ଭାବନା ରହିଛି। ତେବେ ଭାରତର ସ୍ଥିତି ଭଲ ରହିଛି। ଗତ ୫ ମାସ ହେଲା ଦେଶରେ ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ସପ୍ତାହ ମଧ୍ୟରେ ଭାରତେ ୧୨ ଜଣଙ୍କ ମୃତ୍ଯୁ ଘଟିଥିବା ବେଳେ ୭୩୬ ଜଣ ଆକ୍ରନ୍ତ […]

ଚୀନ: ପୁଣି ଚିନ୍ତା ବଢାଇଲା କରୋନା । ବର୍ତ୍ତମାନ ଚୀନରେ କରୋନା ସ୍ଥିତି ସଙ୍ଗୀନ ରହିଛି। କୋଭିଡ କଟକଣାରେ କୋହଳ ହେବା କାରଣରୁ ପୁଣି ଚୀନରେ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢିବାର ହେବାର ସମ୍ଭାବନା ରହିଛି। ତେବେ ଭାରତର ସ୍ଥିତି ଭଲ ରହିଛି। ଗତ ୫ ମାସ ହେଲା ଦେଶରେ ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ସପ୍ତାହ ମଧ୍ୟରେ ଭାରତେ ୧୨ ଜଣଙ୍କ ମୃତ୍ଯୁ ଘଟିଥିବା ବେଳେ ୭୩୬ ଜଣ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗତ ୩ ଦିନ ମଧ୍ଯରେ ଦେଶରେ କୋଭିଡରେ ଜଣଙ୍କର ମଧ୍ଯ ମୃତ୍ଯୁ ଘିଟିନି ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚୀନରେ ସଂକ୍ରମିତ  ଏବଂ ମୃତକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି। ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି ଏବଂ ଅନ୍ତିମ ସଂସ୍କାର ପାଇଁ ଅପେକ୍ଷା କରିବାକୁ ପଡୁଥିବା ଚିତ୍ର ସାମ୍ନାକୁ ଆସିଛି। ଆସନ୍ତା ତିନି ମାସ ମଧ୍ୟରେ ଚୀନରେ ୩ଟି ଲହର ଆସିପରେ ବୋଲି ବଶେଷଜ୍ଞ ମାନେ ଆକଳନ କରିଛନ୍ତି। ଏହି ଲହରରେ ୧୦ ଲକ୍ଷରୁ ଅଧିକ ମୃତ୍ୟୁ ଆଶଙ୍କା ରହିଛି। ଏହି କାରଣରୁ ସମଗ୍ର ବିଶ୍ୱର ମୁଣ୍ଡା ବିନ୍ଧା ପୁଣି ଆରମ୍ଭ ହୋଇଛି। କିନ୍ତୁ ମୃତ୍ୟୁ ସଂଖ୍ୟା ଲୁଚାଉଛି ଡ୍ରାଗନ୍‌। ଦୁଇ ସପ୍ତାହ ହେଲା ଚୀନ୍‌ ସରକାରୀ ଖାତାରେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇନି । ଶେଷ ମୃତ୍ୟୁ ରିପୋର୍ଟ ଡିସେମ୍ବର ୭ ରେ ହୋଇଥିଲା। ଏପଟେ ଶବଦାହ ପାଇଁ ଶ୍ମଶାନରେ ଲମ୍ବା ଲାଇନ ଲାଗୁଥିବା ଚିତ୍ର ସାମ୍ନାକୁ ଆସିଛି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଅକ୍ଟୋବର ପର୍ଯ୍ୟନ୍ତ ଚୀନରେ କୋଭିଡ କଟକଣା ରହିଥିଲା । ଏହି ପ୍ରତିବନ୍ଧକକୁ ସାଧାରଣଲୋକେ ବିରୋଦ୍ଧ କରିଥିଲେ। ଫଳରେ କଟକଣା ହଟାଇ ଦିଆଯାଇଥିଲା । ସେବେଠାରୁ ଚୀନ ପରିସ୍ଥିତି ଦ୍ରୁତ ଗତିରେ ଖରାପ ହେବାକୁ ଲାଗିଛି। ତିନି ବର୍ଷ ପୂର୍ବେ ଡିସେମ୍ବରରୁ ହଁ ଚାଇନାରେ ବିଶ୍ୱର ପ୍ରଥମ ମାମଲା ଦେଖିବାକୁ ମିଳିଥିଲା। ସେହି ଦିନଠାରୁ ହଁ ଚୀନ ଏହାର ମୁକାବିଲା କରିଆସୁଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ମହାମାରୀ ବିଶେଷଜ୍ଞ ଏରିକ୍ ଫେଗଲ-ଡିଙ୍ଗ ଏକ ଭିଡିଓ ସେୟାର କରି ଚେତାବନୀ ଦେଇଛନ୍ତି ଯେ, ଚାଇନାରେ କରୋନା ପରିସ୍ଥିତି ବିଗିଡିବାରେ ଲାଗିଛି। ଚୀନରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଡିଙ୍ଗ ଜଣେ ଆମେରିକୀୟ ଜନସ୍ୱାସ୍ଥ୍ୟ ବୌଜ୍ଞାନିକ। ସେ ବର୍ତ୍ତମାନ ନ୍ୟୁ ଇଂଲଣ୍ଡ କମ୍ପ୍ଲେକ୍ସ ସିଷ୍ଟମ ଇନଷ୍ଟିଚ୍ୟୁଟରେ କୋଭିଡ ଟାସ୍କ ଫୋର୍ସର ମୁଖ୍ୟ ଅଟନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର