ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ପୈତୃକ ସଂପତ୍ତି ଉପରେ ରହିବ ଲିଭ୍ ଇନ ରିଲେସନଶିପରେ ଜନ୍ମିତ ସନ୍ତାନର ଅଧିକାର, ମହିଳା-ପୁରୁଷ ଏକାଠି ରହିଲେ ଏହା ବିବାହ ଭଳି ଅଟେ

The Sakala Picture
Published On

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଜଣେ ପୁଅ ଓ ଝିଅ ନିଜ ପସନ୍ଦର ପିଲାଙ୍କ ସହ ଏକାଠି ରହିବା ପାଇଁ ପସନ୍ଦ କରୁଛନ୍ତି । ବିବାହ ପୂର୍ବରୁ ଉଭୟ ‘ଲିଭ୍‌ ଇନ୍‌’ ରେ ରହୁଛନ୍ତି । ତେବେ ଏହା ଆଜିକା ସମୟରେ ଏକ ପ୍ରକାରର ଫ୍ୟାସନ ହୋଇପଡିଥିବା ବେଳେ, ଏହାକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଯଦି ଜଣେ ପୁରୁଷ ଏବଂ ଜଣେ ମହିଳା ଦୀର୍ଘ ସମୟ ଧରି ଏକାଠି ରୁହନ୍ତି, […]

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଜଣେ ପୁଅ ଓ ଝିଅ ନିଜ ପସନ୍ଦର ପିଲାଙ୍କ ସହ ଏକାଠି ରହିବା ପାଇଁ ପସନ୍ଦ କରୁଛନ୍ତି । ବିବାହ ପୂର୍ବରୁ ଉଭୟ ‘ଲିଭ୍‌ ଇନ୍‌’ ରେ ରହୁଛନ୍ତି । ତେବେ ଏହା ଆଜିକା ସମୟରେ ଏକ ପ୍ରକାରର ଫ୍ୟାସନ ହୋଇପଡିଥିବା ବେଳେ, ଏହାକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଯଦି ଜଣେ ପୁରୁଷ ଏବଂ ଜଣେ ମହିଳା ଦୀର୍ଘ ସମୟ ଧରି ଏକାଠି ରୁହନ୍ତି, ତେବେ ଆଇନ ଅନୁଯାୟୀ ଏହାକୁ ବିବାହ ଭଳି ଧରାଯିବ ଏବଂ ସେମାନଙ୍କଠୁ ଜନ୍ମିତ ସନ୍ତାନ ପୈତୃକ ସମ୍ପତ୍ତିରେ ଭାଗରୁ ବଞ୍ଚିତ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଆହୁରି ପଢ଼ନ୍ତୁ: ନରୱେ ଗଣମାଧ୍ୟମକୁ କଡ଼ା ଜବାବ ଦେଇ ଚର୍ଚ୍ଚାରେ ଭାରତୀୟ କୂଟନୀତିଜ୍ଞ ସିବି ଜର୍ଜ

ଆଜି ସୁପ୍ରିମକୋର୍ଟ କେରଳ ହାଇକୋର୍ଟର ଏକ ରାୟକୁ ଖାରଜ କରିବା ସହ ଏହି ରାୟ ଦେଇଛନ୍ତି। ନିକଟରେ ବିବାହ ନକରି ଦୀର୍ଘ ଦିନ ଏକାଠି ରହୁଥିବା ଜଣେ ପୁରୁଷ ଓ ମହିଳାଙ୍କ ସନ୍ତାନ ପୈତୃକ ସମ୍ପତ୍ତିରେ ଅଂଶୀଦାର ହେବାର ଅଧିକାର ନାହିଁ ବୋଲି କେରଳ ହାଇକୋର୍ଟ ରାୟ ଶୁଣାଇଥିଲେ। କେରଳ ହାଇକୋର୍ଟ ତାଙ୍କ ଆଦେଶରେ କହିଥିଲେ ଯେ ବିବାହର ପ୍ରମାଣ ଅଭାବରୁ ଦୀର୍ଘ ଦିନ ଧରି ଏକାଠି ରହୁଥିବା ଜଣେ ପୁରୁଷ ଓ ମହିଳାଙ୍କ ଅବୈଧ ପୁତ୍ର ପୈତୃକ ସମ୍ପତ୍ତି ଅଧିକାର ପାଇବାକୁ ଯୋଗ୍ୟ ନୁହଁନ୍ତି। ତେବେ ଏହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଜଣେ ପୁରୁଷ ଏବଂ ସ୍ତ୍ରୀ ଦୀର୍ଘ ଦିନ ଧରି ସ୍ୱାମୀ-ସ୍ତ୍ରୀ ଭାବରେ ଏକାଠି ରହିଥା’ନ୍ତି, ତେବେ ସେମାନେ ବିବାହିତ ବୋଲି ଧରାଯିବ ।

ଆହୁରି ପଢ଼ନ୍ତୁ: ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ

ଜଷ୍ଟିସ ଏସ ଅବଦୁଲ ନାଜିର ଏବଂ ଜଷ୍ଟିସ ବିକ୍ରମ ନାଥଙ୍କ ଏକ ବେଞ୍ଚ କହିଛନ୍ତି, ଯଦି ଜଣେ ପୁରୁଷ ଏବଂ ମହିଳା ଦୀର୍ଘ ଦିନ ଧରି ସ୍ବାମୀ-ସ୍ତ୍ରୀ ଭାବରେ ଏକାଠି ରହନ୍ତି। ତେବେ ଏହାକୁ ବିବାହ ଭଳି ବିବେଚନା କରାଯିବ। ଏହି ଆଧାରରେ ତାଙ୍କ ପିଲାଙ୍କ ପୈତୃକ ସଂପତ୍ତି ଉପରେ ଅଧିକାର ରହିବ । ଆଇନର ଧାରା ୧୧୪ ଅନୁଯାୟୀ ଏଭଳି ସୂଚନା ଦିଆଯାଇପାରିବ। କୋର୍ଟ ଏହା ମଧ୍ୟ କହିଛନ୍ତି, ଏହି ଅନୁମାନକୁ ଖଣ୍ଡନ କରାଯାଇ ପାରିବ, ମାତ୍ର ଏଥିପାଇଁ ପ୍ରମାଣିତ କରିବାକୁ ହେବ ଯେ, ଦୁହେଁ ଦୀର୍ଘ ସମୟ ଏକାଠି ରହିଥିଲେ ବି ପରସ୍ପରକୁ ବିବାହ କରି ନାହାନ୍ତି ।

ଆହୁରି ପଢ଼ନ୍ତୁ: ଚୀନର କୋଇଲା ଖଣିରେ ଭୟାବହ ଗ୍ୟାସ୍ ବିସ୍ଫୋରଣ, ୯୦ ମୃତ

ସୂଚନାଯୋଗ୍ୟ  କେରଳର ଏର୍ଣ୍ଣାକୁଲମରେ ଏକ ମାମଲାକୁ ନେଇ କେରଳ ହାଇକୋର୍ଟର ୨୦୦୯ ର ଏକ ରାୟ ବିରୁଦ୍ଧରେ ନିଷ୍ପତ୍ତି ନିଆଯାଇଛି । ଯାହା ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଦୀର୍ଘ ସମ୍ପର୍କ ମଧ୍ୟରେ ଜନ୍ମିତ ଉତ୍ତରାଧିକାରୀଙ୍କୁ ପୈତୃକ ସମ୍ପତ୍ତି ମିଳିବ ନାହିଁ ବୋଲି କୁହାଯାଇଥିଲା । ହାଇକୋର୍ଟଙ୍କ ମତରେ ଯେ ଯଦି ମହିଳା-ପୁରୁଷ ଜଣେ ଅବୈଧ ସନ୍ତାନକୁ ଜନ୍ମ କରନ୍ତି, ତେବେ ତାଙ୍କର ସେହି ସନ୍ତାନ ପୈତୃକ ସମ୍ପତ୍ତିରେ ଅଧିକାର ପାଇବେ ନାହିଁ। ୨୦୦୯ କେରଳ ହାଇକୋର୍ଟ ଦେଇଥିବା ଫଇସଲାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ଶୁଣାଣି କରି ଏପରି ନିଷ୍ପତ୍ତି ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ।

14 Jun 2022 By The Sakala

ପୈତୃକ ସଂପତ୍ତି ଉପରେ ରହିବ ଲିଭ୍ ଇନ ରିଲେସନଶିପରେ ଜନ୍ମିତ ସନ୍ତାନର ଅଧିକାର, ମହିଳା-ପୁରୁଷ ଏକାଠି ରହିଲେ ଏହା ବିବାହ ଭଳି ଅଟେ

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଜଣେ ପୁଅ ଓ ଝିଅ ନିଜ ପସନ୍ଦର ପିଲାଙ୍କ ସହ ଏକାଠି ରହିବା ପାଇଁ ପସନ୍ଦ କରୁଛନ୍ତି । ବିବାହ ପୂର୍ବରୁ ଉଭୟ ‘ଲିଭ୍‌ ଇନ୍‌’ ରେ ରହୁଛନ୍ତି । ତେବେ ଏହା ଆଜିକା ସମୟରେ ଏକ ପ୍ରକାରର ଫ୍ୟାସନ ହୋଇପଡିଥିବା ବେଳେ, ଏହାକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଯଦି ଜଣେ ପୁରୁଷ ଏବଂ ଜଣେ ମହିଳା ଦୀର୍ଘ ସମୟ ଧରି ଏକାଠି ରୁହନ୍ତି, ତେବେ ଆଇନ ଅନୁଯାୟୀ ଏହାକୁ ବିବାହ ଭଳି ଧରାଯିବ ଏବଂ ସେମାନଙ୍କଠୁ ଜନ୍ମିତ ସନ୍ତାନ ପୈତୃକ ସମ୍ପତ୍ତିରେ ଭାଗରୁ ବଞ୍ଚିତ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଆଜି ସୁପ୍ରିମକୋର୍ଟ କେରଳ ହାଇକୋର୍ଟର ଏକ ରାୟକୁ ଖାରଜ କରିବା ସହ ଏହି ରାୟ ଦେଇଛନ୍ତି। ନିକଟରେ ବିବାହ ନକରି ଦୀର୍ଘ ଦିନ ଏକାଠି ରହୁଥିବା ଜଣେ ପୁରୁଷ ଓ ମହିଳାଙ୍କ ସନ୍ତାନ ପୈତୃକ ସମ୍ପତ୍ତିରେ ଅଂଶୀଦାର ହେବାର ଅଧିକାର ନାହିଁ ବୋଲି କେରଳ ହାଇକୋର୍ଟ ରାୟ ଶୁଣାଇଥିଲେ। କେରଳ ହାଇକୋର୍ଟ ତାଙ୍କ ଆଦେଶରେ କହିଥିଲେ ଯେ ବିବାହର ପ୍ରମାଣ ଅଭାବରୁ ଦୀର୍ଘ ଦିନ ଧରି ଏକାଠି ରହୁଥିବା ଜଣେ ପୁରୁଷ ଓ ମହିଳାଙ୍କ ଅବୈଧ ପୁତ୍ର ପୈତୃକ ସମ୍ପତ୍ତି ଅଧିକାର ପାଇବାକୁ ଯୋଗ୍ୟ ନୁହଁନ୍ତି। ତେବେ ଏହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଜଣେ ପୁରୁଷ ଏବଂ ସ୍ତ୍ରୀ ଦୀର୍ଘ ଦିନ ଧରି ସ୍ୱାମୀ-ସ୍ତ୍ରୀ ଭାବରେ ଏକାଠି ରହିଥା’ନ୍ତି, ତେବେ ସେମାନେ ବିବାହିତ ବୋଲି ଧରାଯିବ ।

ଜଷ୍ଟିସ ଏସ ଅବଦୁଲ ନାଜିର ଏବଂ ଜଷ୍ଟିସ ବିକ୍ରମ ନାଥଙ୍କ ଏକ ବେଞ୍ଚ କହିଛନ୍ତି, ଯଦି ଜଣେ ପୁରୁଷ ଏବଂ ମହିଳା ଦୀର୍ଘ ଦିନ ଧରି ସ୍ବାମୀ-ସ୍ତ୍ରୀ ଭାବରେ ଏକାଠି ରହନ୍ତି। ତେବେ ଏହାକୁ ବିବାହ ଭଳି ବିବେଚନା କରାଯିବ। ଏହି ଆଧାରରେ ତାଙ୍କ ପିଲାଙ୍କ ପୈତୃକ ସଂପତ୍ତି ଉପରେ ଅଧିକାର ରହିବ । ଆଇନର ଧାରା ୧୧୪ ଅନୁଯାୟୀ ଏଭଳି ସୂଚନା ଦିଆଯାଇପାରିବ। କୋର୍ଟ ଏହା ମଧ୍ୟ କହିଛନ୍ତି, ଏହି ଅନୁମାନକୁ ଖଣ୍ଡନ କରାଯାଇ ପାରିବ, ମାତ୍ର ଏଥିପାଇଁ ପ୍ରମାଣିତ କରିବାକୁ ହେବ ଯେ, ଦୁହେଁ ଦୀର୍ଘ ସମୟ ଏକାଠି ରହିଥିଲେ ବି ପରସ୍ପରକୁ ବିବାହ କରି ନାହାନ୍ତି ।

ସୂଚନାଯୋଗ୍ୟ  କେରଳର ଏର୍ଣ୍ଣାକୁଲମରେ ଏକ ମାମଲାକୁ ନେଇ କେରଳ ହାଇକୋର୍ଟର ୨୦୦୯ ର ଏକ ରାୟ ବିରୁଦ୍ଧରେ ନିଷ୍ପତ୍ତି ନିଆଯାଇଛି । ଯାହା ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଦୀର୍ଘ ସମ୍ପର୍କ ମଧ୍ୟରେ ଜନ୍ମିତ ଉତ୍ତରାଧିକାରୀଙ୍କୁ ପୈତୃକ ସମ୍ପତ୍ତି ମିଳିବ ନାହିଁ ବୋଲି କୁହାଯାଇଥିଲା । ହାଇକୋର୍ଟଙ୍କ ମତରେ ଯେ ଯଦି ମହିଳା-ପୁରୁଷ ଜଣେ ଅବୈଧ ସନ୍ତାନକୁ ଜନ୍ମ କରନ୍ତି, ତେବେ ତାଙ୍କର ସେହି ସନ୍ତାନ ପୈତୃକ ସମ୍ପତ୍ତିରେ ଅଧିକାର ପାଇବେ ନାହିଁ। ୨୦୦୯ କେରଳ ହାଇକୋର୍ଟ ଦେଇଥିବା ଫଇସଲାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ଶୁଣାଣି କରି ଏପରି ନିଷ୍ପତ୍ତି ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର