ଚାଷୀଙ୍କୁ ଏମଏସପି ଗ୍ୟାରେଣ୍ଟି ନେଇ ୫ ବର୍ଷିଆ ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କୁ ଏମଏସପି ଗ୍ୟାରେଣ୍ଟି ନେଇ ସରକାରଙ୍କ ୫ ବର୍ଷିଆ ପ୍ରସ୍ତାବ। ଚାଷୀ ଅମଳ କରୁଥିବା ୪ ଫସଲ ଉପରେ ୫ ବର୍ଷିଆ ଏମଏସପି ଗ୍ୟାରେଣ୍ଟି ନେଇ ଏକ ଚୁକ୍ତି ପ୍ରସ୍ତାବ ଦେଇଛି କେନ୍ଦ୍ର ସରକାର। ଗତକାଲି ଚଣ୍ଡିଗଡ଼ରେ ବସିଥିବା ବୈଠକରେ ୩ କେନ୍ଦ୍ରମନ୍ତ୍ରୀଙ୍କ ସହ ଚାଷୀ ସଂଗଠନର ନେତା ଆଲୋଚନା କରିଥିଲେ। ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିଲା ଏ ଆଲୋଚନା । ଏଥିରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ ମଧ୍ୟ ସାମିଲ ହୋଇଥିଲେ। […]

ନୂଆଦିଲ୍ଲୀ: ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କୁ ଏମଏସପି ଗ୍ୟାରେଣ୍ଟି ନେଇ ସରକାରଙ୍କ ୫ ବର୍ଷିଆ ପ୍ରସ୍ତାବ। ଚାଷୀ ଅମଳ କରୁଥିବା ୪ ଫସଲ ଉପରେ ୫ ବର୍ଷିଆ ଏମଏସପି ଗ୍ୟାରେଣ୍ଟି ନେଇ ଏକ ଚୁକ୍ତି ପ୍ରସ୍ତାବ ଦେଇଛି କେନ୍ଦ୍ର ସରକାର। ଗତକାଲି ଚଣ୍ଡିଗଡ଼ରେ ବସିଥିବା ବୈଠକରେ ୩ କେନ୍ଦ୍ରମନ୍ତ୍ରୀଙ୍କ ସହ ଚାଷୀ ସଂଗଠନର ନେତା ଆଲୋଚନା କରିଥିଲେ। ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିଲା ଏ ଆଲୋଚନା । ଏଥିରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ ମଧ୍ୟ ସାମିଲ ହୋଇଥିଲେ। ସରକାର ଦେଇଥିବା ଏହି ପ୍ରସ୍ତାବ ଉପରେ ବିଚାର ଲାଗି ୨ ଦିନ ସମୟ ମାଗିଛନ୍ତି ସଂୟୁକ୍ତ କିଶାନ ମୋର୍ଚ୍ଚା। ୨ ଦିନ ଆଲୋଚନା ପରେ ପ୍ରସ୍ତାବକୁ ଗ୍ରହଣ କରିବେ କି ନାହିଁ ଏ ନେଇ ସୂଚନା ଦେବ ସଂଯୁକ୍ତ କିଶାନ ମୋର୍ଚ୍ଚା।

ଆହୁରି ପଢ଼ନ୍ତୁ: ପତ୍ନୀଙ୍କୁ ମାରିବାକୁ ସ୍ୱାମୀର ଭୟଙ୍କର ଷଡ଼ଯନ୍ତ୍ର: ୩ ଥର ବିଷ ଦେଇ ବିଫଳ ହେବା ପରେ ୧ ଲକ୍ଷର ସୁପାରି ଦେଇ ହତ୍ୟା

ଗତ ୧୩ ତାରିଖରୁ ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଥିବାବେଳେ ୨ ଦିନ ଆନ୍ଦୋଳନ ବନ୍ଦ ରହିଛି। ଯଦି ସରକାରଙ୍କ ପ୍ରସ୍ତାବରେ କୌଣସି ସହମତି ନହୁଏ ତେବେ ପୁଣିଥରେ ଆନ୍ଦୋଳନ କରିବେ ଚାଷୀ। ପୁଣିଥରେ ଦିଲ୍ଲୀ ସୀମାନ୍ତ ଶମଭୁ ବର୍ଡରେ ଦିଲ୍ଲୀ ଚଲୋ ନାରା ଦେଇ ଆନ୍ଦୋଳନ ଆରମ୍ଭ କରିବେ। ଦିଲ୍ଲୀ ଉପକଣ୍ଠରେ ୧୦ ହଜାରରୁ ଅଧିକ ଚାଷୀ ଦିଲ୍ଲୀ ଚଲୋର ନାରା ଦେଇ ଏକାଠି ହୋଇଛନ୍ତି। ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଲାଗି ଆଇନଗତ ଗ୍ୟାରେଣ୍ଟି, ସ୍ବାମୀନାଥନ କମିଶନ ସୁପାରିସ କାର୍ଯ୍ୟକାରୀ, ଚାଷୀ ଓ କୃଷି ଶ୍ରମିକଙ୍କୁ ପେନସନ, ଚାଷୀଙ୍କ ଉପରୁ ଋଣ ଛାଡ଼, ଲଖିମପୁର ଖେରି ହିଂସା ଘଟଣାରେ ପୀଡିତଙ୍କୁ ନ୍ୟାୟ ଆଦି ଦାବିରେ ଜାରି ରହିଛି ଆନ୍ଦୋଳନ। ସଂଯୁକ୍ତ କିଷାନ ମୋର୍ଚ୍ଚା, କିଷାନ ମଜଦୁର ମୋର୍ଚ୍ଚା, କିଷାନ ମଜଦୁର ସଂଘର୍ଷ କମିଟି ସମେତ ୨୦୦ରୁ ଅଧିକ ସଂଗଠନ ଆନ୍ଦୋଳନରେ ସାମିଲ ଅଛନ୍ତି।

ଆହୁରି ପଢ଼ନ୍ତୁ: ମହାକାଶରୁ କେମିତି ଦିଶେ ଭାରତ? ଆରବ ସାଗର ଓ ହିମାଳୟ ଉପରୁ ନିଆଯାଇଥିବା ଅପୂର୍ବ ରାତ୍ରି ଦୃଶ୍ୟ ସେୟାର କଲା ISS

19 Feb 2024 By The Sakala

ଚାଷୀଙ୍କୁ ଏମଏସପି ଗ୍ୟାରେଣ୍ଟି ନେଇ ୫ ବର୍ଷିଆ ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କୁ ଏମଏସପି ଗ୍ୟାରେଣ୍ଟି ନେଇ ସରକାରଙ୍କ ୫ ବର୍ଷିଆ ପ୍ରସ୍ତାବ। ଚାଷୀ ଅମଳ କରୁଥିବା ୪ ଫସଲ ଉପରେ ୫ ବର୍ଷିଆ ଏମଏସପି ଗ୍ୟାରେଣ୍ଟି ନେଇ ଏକ ଚୁକ୍ତି ପ୍ରସ୍ତାବ ଦେଇଛି କେନ୍ଦ୍ର ସରକାର। ଗତକାଲି ଚଣ୍ଡିଗଡ଼ରେ ବସିଥିବା ବୈଠକରେ ୩ କେନ୍ଦ୍ରମନ୍ତ୍ରୀଙ୍କ ସହ ଚାଷୀ ସଂଗଠନର ନେତା ଆଲୋଚନା କରିଥିଲେ। ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିଲା ଏ ଆଲୋଚନା । ଏଥିରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ ମଧ୍ୟ ସାମିଲ ହୋଇଥିଲେ। ସରକାର ଦେଇଥିବା ଏହି ପ୍ରସ୍ତାବ ଉପରେ ବିଚାର ଲାଗି ୨ ଦିନ ସମୟ ମାଗିଛନ୍ତି ସଂୟୁକ୍ତ କିଶାନ ମୋର୍ଚ୍ଚା। ୨ ଦିନ ଆଲୋଚନା ପରେ ପ୍ରସ୍ତାବକୁ ଗ୍ରହଣ କରିବେ କି ନାହିଁ ଏ ନେଇ ସୂଚନା ଦେବ ସଂଯୁକ୍ତ କିଶାନ ମୋର୍ଚ୍ଚା।

ଗତ ୧୩ ତାରିଖରୁ ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଥିବାବେଳେ ୨ ଦିନ ଆନ୍ଦୋଳନ ବନ୍ଦ ରହିଛି। ଯଦି ସରକାରଙ୍କ ପ୍ରସ୍ତାବରେ କୌଣସି ସହମତି ନହୁଏ ତେବେ ପୁଣିଥରେ ଆନ୍ଦୋଳନ କରିବେ ଚାଷୀ। ପୁଣିଥରେ ଦିଲ୍ଲୀ ସୀମାନ୍ତ ଶମଭୁ ବର୍ଡରେ ଦିଲ୍ଲୀ ଚଲୋ ନାରା ଦେଇ ଆନ୍ଦୋଳନ ଆରମ୍ଭ କରିବେ। ଦିଲ୍ଲୀ ଉପକଣ୍ଠରେ ୧୦ ହଜାରରୁ ଅଧିକ ଚାଷୀ ଦିଲ୍ଲୀ ଚଲୋର ନାରା ଦେଇ ଏକାଠି ହୋଇଛନ୍ତି। ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଲାଗି ଆଇନଗତ ଗ୍ୟାରେଣ୍ଟି, ସ୍ବାମୀନାଥନ କମିଶନ ସୁପାରିସ କାର୍ଯ୍ୟକାରୀ, ଚାଷୀ ଓ କୃଷି ଶ୍ରମିକଙ୍କୁ ପେନସନ, ଚାଷୀଙ୍କ ଉପରୁ ଋଣ ଛାଡ଼, ଲଖିମପୁର ଖେରି ହିଂସା ଘଟଣାରେ ପୀଡିତଙ୍କୁ ନ୍ୟାୟ ଆଦି ଦାବିରେ ଜାରି ରହିଛି ଆନ୍ଦୋଳନ। ସଂଯୁକ୍ତ କିଷାନ ମୋର୍ଚ୍ଚା, କିଷାନ ମଜଦୁର ମୋର୍ଚ୍ଚା, କିଷାନ ମଜଦୁର ସଂଘର୍ଷ କମିଟି ସମେତ ୨୦୦ରୁ ଅଧିକ ସଂଗଠନ ଆନ୍ଦୋଳନରେ ସାମିଲ ଅଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର