‘ଜୁମଲା କିଙ୍ଗ୍’ଙ୍କ ଇଭେଣ୍ଟବାଜି ବୋଲି କହି ମୋଦୀ ସରକାରଙ୍କ ରୋଜଗାର ମେଳାକୁ କଟାକ୍ଷ କଲା କଂଗ୍ରେସ

The Sakala Picture
Published On

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ରୋଜଗାର ମେଳାକୁ ଟାର୍ଗେଟ୍‌ କରି ‘ଜୁମଲା କିଙ୍ଗ୍’ଙ୍କ ଇଭେଣ୍ଟବାଜି ବୋଲି କହି କଟାକ୍ଷ କରିଛି କଂଗ୍ରେସ । କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରଜୱାଲା କହିଛନ୍ତି, ଏହା ରୋଜଗାର ମେଳା ନୁହେଁ ବରଂ ‘ଜୁମଲା କିଙ୍ଗ୍’ ଙ୍କ ଇଭେଣ୍ଟବାଜି । କେନ୍ଦ୍ରର ବିଜେପି ସରକାର ଦେଶର ଯୁବକମାନଙ୍କୁ ଯେଉଁ ୧୬ କୋଟି ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ତାହା କେନ୍ଦ୍ରର ବିଜେପି ସରକାର କେବେ ପୂରଣ କରିବେ ବୋଲି କଂଗ୍ରେସ ପ୍ରଶ୍ନ କରିଛି […]

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ରୋଜଗାର ମେଳାକୁ ଟାର୍ଗେଟ୍‌ କରି ‘ଜୁମଲା କିଙ୍ଗ୍’ଙ୍କ ଇଭେଣ୍ଟବାଜି ବୋଲି କହି କଟାକ୍ଷ କରିଛି କଂଗ୍ରେସ । କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରଜୱାଲା କହିଛନ୍ତି, ଏହା ରୋଜଗାର ମେଳା ନୁହେଁ ବରଂ ‘ଜୁମଲା କିଙ୍ଗ୍’ ଙ୍କ ଇଭେଣ୍ଟବାଜି । କେନ୍ଦ୍ରର ବିଜେପି ସରକାର ଦେଶର ଯୁବକମାନଙ୍କୁ ଯେଉଁ ୧୬ କୋଟି ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ତାହା କେନ୍ଦ୍ରର ବିଜେପି ସରକାର କେବେ ପୂରଣ କରିବେ ବୋଲି କଂଗ୍ରେସ ପ୍ରଶ୍ନ କରିଛି ? ଆହୁରି ମଧ୍ୟ ସେ କହିଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେ ପ୍ରତିବର୍ଷ ଦୁଇ କୋଟି ଚାକିରୀ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଗତ ଆଠ ବର୍ଷ ମଧ୍ୟରେ ତାହା ପୂରଣ କରାଯାଇ ନାହିଁ।

ଆହୁରି ପଢ଼ନ୍ତୁ: ଡ୍ରୋନ୍ ଧକ୍କାରୁ ଅଳ୍ପକେ ବର୍ତ୍ତିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି: ବିମାନ ଯାତ୍ରା ବେଳେ ଘଟିଥିଲା ଅଘଟଣ

ସେ ତାଙ୍କ ଟ୍ୱିଟରରେ ଆହୁରି ଲେଖିଛନ୍ତି ଯେ, ଦେଶରେ ୩୦ ଲକ୍ଷ ସରକାରୀ ପଦବୀ ଖାଲି ପଡିଥିବା ବେଳେ ମାତ୍ର ୭୦ ହଜାର ପିଲାଙ୍କୁ ନିଯୁକ୍ତି ଦେଇ ପ୍ରଧାନମନ୍ତ୍ରୀ ପୁଣି ଦେଶର ନାଗରିକଙ୍କ ସହ ବିଶ୍ୱାସଘାତକତା କରିଛନ୍ତି । ୭୦ ହଜାର ନିଯୁକ୍ତି କେବଳ ଓଟ ପାଟିରେ ଜିରା ସଦୃଶ, କିନ୍ତୁ ଦିଲ୍ଲୀ ରାଜାଙ୍କ ବନ୍ଦ ହୋଇଯାଇଥିବା କାନ ଏବେ ଖୋଲିଯାଇଛି। ବେକାରୀ ସମସ୍ୟା ଅଛି ବୋଲି ସେ ହୃଦବୋଧ କଲେଣି । ପ୍ରତିବର୍ଷ ୨ କୋଟି ହିସାବରେ ୮ ବର୍ଷରେ ୧୬ କୋଟି ଚାକିରୀ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ସେ ଯାହା‌ ହେଉ ୭୦ ହଜାର ନିଯୁକ୍ତି ତ ଦେଲେ । ”

ଆହୁରି ପଢ଼ନ୍ତୁ: ମହାକାଶରେ ରହସ୍ୟମୟ ଭାବେ ନଷ୍ଟ ହେଲା ଚୀନ୍ ସାଟେଲାଇଟ୍: ଆମେରିକୀୟ ସେନା ଉପରେ ଇରାନର ଆକ୍ରମଣ ସହ ରହିଛି କି ଲିଙ୍କ୍?

ସୂଚନାଯୋଗ୍ୟ, ଆଜି ପ୍ରଧାନମନ୍ତ୍ରୀ ୧୦ ଲକ୍ଷ ଲୋକଙ୍କୁ ଚାକିରି ଦେବା ଅଭିଯାନ ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ କି, କୋଭିଡ-୧୯ ପରେ ସାରା ବିଶ୍ୱର ସମସ୍ତ ଦେଶମାନେ ଆର୍ଥିକ ସମସ୍ୟା ଭିତରେ ଗତି କରୁଛନ୍ତି । ଏହାକୁ ସୁଧାରିବା ପାଇଁ ତାଙ୍କ ସରକାର ଦ୍ରୁତ ଗତିରେ କାମ କରୁଥିବା ମୋଦି କହିଛନ୍ତି। ସେ କହିଛନ୍ତି, “କେନ୍ଦ୍ର ସରକାର ଯୁବଗୋଷ୍ଠୀଙ୍କୁ ଅଧିକରୁ ଅଧିକ ଚାକିରି ଦେବା ପାଇଁ ଏକାଧିକ କ୍ଷେତ୍ରରେ କାମ କରୁଛନ୍ତି। ଏହା ସତ ଯେ ବିଶ୍ୱର ସ୍ଥିତି ଭଲ ନାହିଁ। ଅନେକ ବଡ଼ବଡ଼ ଅର୍ଥନୀତି ଦୃଷ୍ଟିରୁ ପ୍ରଭାବଶାଳୀ ଦେଶ ନାନା ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ଭାଷଣ ପୂର୍ବରୁ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ୭୫ ହଜାର ଚାକିରି ଆଶାୟୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଥିଲେ।

ଆହୁରି ପଢ଼ନ୍ତୁ: UPI ଟିକସ ପ୍ରତ୍ୟାହାର ପାଇଁ ରାହୁଲ ଗାନ୍ଧୀଙ୍କ ଦାବି, ଆମେରିକା ଚାପରେ ମୋଦୀ ସରକାର କାମ କରୁଥିବା ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର