ମୋଦୀଙ୍କୁ ଟାର୍ଗେଟ୍ କଲେ ଦିଦି, କହିଲେ ମୁଁ ବିଦେଶ ଯିବାକୁ ଆଗ୍ରହୀ ନୁହେଁ କିନ୍ତୁ ଆପଣ ଇର୍ଷା କରୁଛନ୍ତି

The Sakala Picture
Published On

ନୂଆଦିଲ୍ଲୀ: ଇଟାଲୀ (ରୋମ)ରେ ହେବାକୁ ଥିବା ବିଶ୍ୱ ଶାନ୍ତି ସମ୍ମିଳନୀରେ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଂଶଗ୍ରହଣ କରିପାରିବେ ନାହିଁ। ତାଙ୍କୁ ରୋମ ଗସ୍ତ ପାଇଁ ଅନୁମତି ଦେବାକୁ ଭାରତ ସରକାର ମନା କରି ଦେଇଛନ୍ତି। ଏହା ପୂର୍ବରୁ ଦିଦିଙ୍କ ଚୀନ୍ ଯାତ୍ରାକୁ ବି ଅନୁମତି ମିଳିନଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ରାଜନୈତିକ ଦୃଷ୍ଟିକୋଣରୁ ମମତାଙ୍କୁ ଏହି ଗସ୍ତ ପାଇଁ ଅନୁମତି ଦିଆଯାଇ ନାହିଁ । ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ଯେ ଉକ୍ତ କାର୍ଯ୍ୟକ୍ରମ (ବିଶ୍ବ […]

ନୂଆଦିଲ୍ଲୀ: ଇଟାଲୀ (ରୋମ)ରେ ହେବାକୁ ଥିବା ବିଶ୍ୱ ଶାନ୍ତି ସମ୍ମିଳନୀରେ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଂଶଗ୍ରହଣ କରିପାରିବେ ନାହିଁ। ତାଙ୍କୁ ରୋମ ଗସ୍ତ ପାଇଁ ଅନୁମତି ଦେବାକୁ ଭାରତ ସରକାର ମନା କରି ଦେଇଛନ୍ତି। ଏହା ପୂର୍ବରୁ ଦିଦିଙ୍କ ଚୀନ୍ ଯାତ୍ରାକୁ ବି ଅନୁମତି ମିଳିନଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ରାଜନୈତିକ ଦୃଷ୍ଟିକୋଣରୁ ମମତାଙ୍କୁ ଏହି ଗସ୍ତ ପାଇଁ ଅନୁମତି ଦିଆଯାଇ ନାହିଁ । ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ଯେ ଉକ୍ତ କାର୍ଯ୍ୟକ୍ରମ (ବିଶ୍ବ ଶାନ୍ତି ସମ୍ମିଳନୀ)ରେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ ସମୀଚୀନ ନୁହେଁ ।

ଆହୁରି ପଢ଼ନ୍ତୁ: ବିପଶ୍ୟନା ଧ୍ୟାନ ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ୧୨ ଦିନର ସ୍ୱତନ୍ତ୍ର ଛୁଟି

କେନ୍ଦ୍ର ସରକାର ରୋମ ଯାତ୍ରାକୁ ଅନୁମତି ନଦେବା ପରେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବର୍ଷିଛନ୍ତି ମମତା। କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି, “ଆପଣ ମୋତେ ରୋକି ପାରିବେ ନାହିଁ। ମୁଁ ବିଦେଶ ଯିବାକୁ ଆଗ୍ରହୀ ନୁହେଁ। କିନ୍ତୁ ଏହା ରାଷ୍ଟ୍ରର ସମ୍ମାନ ପାଇଁ ଥିଲା। ଆପଣ (ପ୍ରଧାନମନ୍ତ୍ରୀ ମୋଦି) ହିନ୍ଦୁ ସମ୍ପର୍କରେ କହୁଛନ୍ତି, ମୁଁ ବି ଜଣେ ହିନ୍ଦୁ ମହିଳା। ଆପଣ ମୋତେ ଅନୁମତି କାହିଁକି ଦେଲେନି ? ଆପଣ ଇର୍ଷା କରୁଛନ୍ତି।”

ଆହୁରି ପଢ଼ନ୍ତୁ: ପାରସ୍ୟ ଉପସାଗରରେ ଖସିପଡ଼ିଲା ଆମେରିକାର ସବୁଠାରୁ ଦାମୀ ଡ୍ରୋନ୍ MQ-4C ଟ୍ରାଇଟନ୍, ଇରାନ ଉପରେ ସନ୍ଦେହ

ମମତା ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ଯେ  “ଆମକୁ ଆମ ସ୍ୱତନ୍ତ୍ରତା ରକ୍ଷା କରିବା ଆବଶ୍ୟକ, ଭାରତରେ ତାଲିବାନ ବିଜେପିର ଏକଛତ୍ରବାଦ ଚଳିବ ନାହିଁ ।” ସେ କହିଛନ୍ତି କି ବିଜେପିକୁ ପରାସ୍ତ କରିବାକୁ ଏକା ଟିଏମସି କାଫି, ଭାବନୀପୁରର ଖେଳ ଆରମ୍ଭ ହୋଇ ପୁରା ଦେଶରେ ଟିଏମସିର ବିଜୟ ହେବ ବୋଲି ସେ ଦାବି କରିଛନ୍ତି ।

ଆହୁରି ପଢ଼ନ୍ତୁ: ଇରାନରୁ ତେଲ କିଣିଲେ ଚୀନ୍‌କୁ ମହଙ୍ଗା ପଡ଼ିବ: ଆମେରିକାର କଡ଼ା ଚେତାବନୀ

ଅନ୍ୟପଟେ ମମତା ବାନାର୍ଜୀଙ୍କୁ ରୋମ ଯିବାକୁ ଅନୁମତି ଦିଆଯାଇ ନ ଥିବାରୁ ଟିଏମସିର ପ୍ରତିକ୍ରିୟା ଆସିଛି। ଦଳର ଯୁବ ନେତା ଦେବଙ୍ଗସୁ ଭଟ୍ଟାଚାର୍ଯ୍ୟ ଦେବ ଟୁଇଟ୍ କରି କହିଛନ୍ତି ଯେ ଦିଦିଙ୍କ ରୋମ ଗସ୍ତକୁ କେନ୍ଦ୍ର ସରକାର ଅନୁମତି ଦେଇନାହାଁନ୍ତି। ଏହାପୂର୍ବରୁ ସେମାନେ ଚୀନ୍ ଯାତ୍ରା ପାଇଁ ମଧ୍ୟ ଅନୁମତି ଦେଇନଥିଲେ। ଆନ୍ତର୍ଜାତୀୟ ସମ୍ପର୍କ ଏବଂ ଭାରତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆମେ ସେହି ନିଷ୍ପତ୍ତି ମାନି ନେଇଥିଲୁ। କିନ୍ତୁ ଇଟାଲୀ ଗସ୍ତ ପାଇଁ କାହିଁକି ଅନୁମତି ଦିଆଗଲା ନାହିଁ ମୋଦୀ ଜୀ ? ପଶ୍ଚିମବଙ୍ଗ ସହିତ ଆପଣଙ୍କର କ’ଣ ଅସୁବିଧା ରହିଛି ? ଛିଃ !

ସୂଚନାଯୋଗ୍ୟ ବିଶ୍ବ ଶାନ୍ତି ସମ୍ମିଳନୀ ପାଇଁ ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ୭ ଏବଂ ୭ ଅକ୍ଟୋବରରେ ରୋମରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମର ଆୟୋଜକମାନେ ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲ, ପୋପ୍ ଏବଂ ଇଟାଲୀର ବରିଷ୍ଠ ରାଜନୈତିକ ନେତାମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ତାଙ୍କ ସହ ମମତା ମଧ୍ୟ ନିମନ୍ତ୍ରିତ ହୋଇଥିଲେ। ସୂଚନାଯୋଗ୍ୟ ଯେ ୧୯୮୭ ମସିହାରୁ ପ୍ରତିବର୍ସା ସେଣ୍ଟ ଏଗିଡିଓର ସମ୍ପ୍ରଦାୟ ଆସସିଙ୍କୁ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରାର୍ଥନା କରିଥାଏ । ଏହି ସମୟ ମଧ୍ୟରେ ସାରା ବିଶ୍ୱରୁ ସେଲିବ୍ରିଟିମାନେ ଏଠାକୁ ଆସନ୍ତି । ପ୍ରଥମ ଥର ପାଇଁ ମମତା ବାନାର୍ଜୀଙ୍କୁ ଅନ୍ତର୍ଜାତୀୟ ଶାନ୍ତି ସମ୍ମିଳନୀରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା। ଏହାପୂର୍ବରୁ ୨୦୧୬ରେ ଯେତେବେଳେ ମଦର ଟେରେସାଙ୍କୁ ଜଣେ ସାଧୁ ଆଖ୍ୟା ଦିଆଯାଇଥିଲା, ମମତା ବାନାର୍ଜୀ ରୋମ ଯାଇଥିଲେ ।

25 Sep 2021 By The Sakala

ମୋଦୀଙ୍କୁ ଟାର୍ଗେଟ୍ କଲେ ଦିଦି, କହିଲେ ମୁଁ ବିଦେଶ ଯିବାକୁ ଆଗ୍ରହୀ ନୁହେଁ କିନ୍ତୁ ଆପଣ ଇର୍ଷା କରୁଛନ୍ତି

ନୂଆଦିଲ୍ଲୀ: ଇଟାଲୀ (ରୋମ)ରେ ହେବାକୁ ଥିବା ବିଶ୍ୱ ଶାନ୍ତି ସମ୍ମିଳନୀରେ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଂଶଗ୍ରହଣ କରିପାରିବେ ନାହିଁ। ତାଙ୍କୁ ରୋମ ଗସ୍ତ ପାଇଁ ଅନୁମତି ଦେବାକୁ ଭାରତ ସରକାର ମନା କରି ଦେଇଛନ୍ତି। ଏହା ପୂର୍ବରୁ ଦିଦିଙ୍କ ଚୀନ୍ ଯାତ୍ରାକୁ ବି ଅନୁମତି ମିଳିନଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ରାଜନୈତିକ ଦୃଷ୍ଟିକୋଣରୁ ମମତାଙ୍କୁ ଏହି ଗସ୍ତ ପାଇଁ ଅନୁମତି ଦିଆଯାଇ ନାହିଁ । ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ଯେ ଉକ୍ତ କାର୍ଯ୍ୟକ୍ରମ (ବିଶ୍ବ ଶାନ୍ତି ସମ୍ମିଳନୀ)ରେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ ସମୀଚୀନ ନୁହେଁ ।

କେନ୍ଦ୍ର ସରକାର ରୋମ ଯାତ୍ରାକୁ ଅନୁମତି ନଦେବା ପରେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବର୍ଷିଛନ୍ତି ମମତା। କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି, “ଆପଣ ମୋତେ ରୋକି ପାରିବେ ନାହିଁ। ମୁଁ ବିଦେଶ ଯିବାକୁ ଆଗ୍ରହୀ ନୁହେଁ। କିନ୍ତୁ ଏହା ରାଷ୍ଟ୍ରର ସମ୍ମାନ ପାଇଁ ଥିଲା। ଆପଣ (ପ୍ରଧାନମନ୍ତ୍ରୀ ମୋଦି) ହିନ୍ଦୁ ସମ୍ପର୍କରେ କହୁଛନ୍ତି, ମୁଁ ବି ଜଣେ ହିନ୍ଦୁ ମହିଳା। ଆପଣ ମୋତେ ଅନୁମତି କାହିଁକି ଦେଲେନି ? ଆପଣ ଇର୍ଷା କରୁଛନ୍ତି।”

ମମତା ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ଯେ  “ଆମକୁ ଆମ ସ୍ୱତନ୍ତ୍ରତା ରକ୍ଷା କରିବା ଆବଶ୍ୟକ, ଭାରତରେ ତାଲିବାନ ବିଜେପିର ଏକଛତ୍ରବାଦ ଚଳିବ ନାହିଁ ।” ସେ କହିଛନ୍ତି କି ବିଜେପିକୁ ପରାସ୍ତ କରିବାକୁ ଏକା ଟିଏମସି କାଫି, ଭାବନୀପୁରର ଖେଳ ଆରମ୍ଭ ହୋଇ ପୁରା ଦେଶରେ ଟିଏମସିର ବିଜୟ ହେବ ବୋଲି ସେ ଦାବି କରିଛନ୍ତି ।

ଅନ୍ୟପଟେ ମମତା ବାନାର୍ଜୀଙ୍କୁ ରୋମ ଯିବାକୁ ଅନୁମତି ଦିଆଯାଇ ନ ଥିବାରୁ ଟିଏମସିର ପ୍ରତିକ୍ରିୟା ଆସିଛି। ଦଳର ଯୁବ ନେତା ଦେବଙ୍ଗସୁ ଭଟ୍ଟାଚାର୍ଯ୍ୟ ଦେବ ଟୁଇଟ୍ କରି କହିଛନ୍ତି ଯେ ଦିଦିଙ୍କ ରୋମ ଗସ୍ତକୁ କେନ୍ଦ୍ର ସରକାର ଅନୁମତି ଦେଇନାହାଁନ୍ତି। ଏହାପୂର୍ବରୁ ସେମାନେ ଚୀନ୍ ଯାତ୍ରା ପାଇଁ ମଧ୍ୟ ଅନୁମତି ଦେଇନଥିଲେ। ଆନ୍ତର୍ଜାତୀୟ ସମ୍ପର୍କ ଏବଂ ଭାରତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆମେ ସେହି ନିଷ୍ପତ୍ତି ମାନି ନେଇଥିଲୁ। କିନ୍ତୁ ଇଟାଲୀ ଗସ୍ତ ପାଇଁ କାହିଁକି ଅନୁମତି ଦିଆଗଲା ନାହିଁ ମୋଦୀ ଜୀ ? ପଶ୍ଚିମବଙ୍ଗ ସହିତ ଆପଣଙ୍କର କ’ଣ ଅସୁବିଧା ରହିଛି ? ଛିଃ !

ସୂଚନାଯୋଗ୍ୟ ବିଶ୍ବ ଶାନ୍ତି ସମ୍ମିଳନୀ ପାଇଁ ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ୭ ଏବଂ ୭ ଅକ୍ଟୋବରରେ ରୋମରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମର ଆୟୋଜକମାନେ ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲ, ପୋପ୍ ଏବଂ ଇଟାଲୀର ବରିଷ୍ଠ ରାଜନୈତିକ ନେତାମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ତାଙ୍କ ସହ ମମତା ମଧ୍ୟ ନିମନ୍ତ୍ରିତ ହୋଇଥିଲେ। ସୂଚନାଯୋଗ୍ୟ ଯେ ୧୯୮୭ ମସିହାରୁ ପ୍ରତିବର୍ସା ସେଣ୍ଟ ଏଗିଡିଓର ସମ୍ପ୍ରଦାୟ ଆସସିଙ୍କୁ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରାର୍ଥନା କରିଥାଏ । ଏହି ସମୟ ମଧ୍ୟରେ ସାରା ବିଶ୍ୱରୁ ସେଲିବ୍ରିଟିମାନେ ଏଠାକୁ ଆସନ୍ତି । ପ୍ରଥମ ଥର ପାଇଁ ମମତା ବାନାର୍ଜୀଙ୍କୁ ଅନ୍ତର୍ଜାତୀୟ ଶାନ୍ତି ସମ୍ମିଳନୀରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା। ଏହାପୂର୍ବରୁ ୨୦୧୬ରେ ଯେତେବେଳେ ମଦର ଟେରେସାଙ୍କୁ ଜଣେ ସାଧୁ ଆଖ୍ୟା ଦିଆଯାଇଥିଲା, ମମତା ବାନାର୍ଜୀ ରୋମ ଯାଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର