ଜାତିଗତ ଜନଗଣନା ରୋକିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ, ପିଟିସନରଙ୍କ ଭାଷାକୁ ନେଇ କ୍ଷୁବ୍ଧ ହେଲେ ପ୍ରଧାନ ବିଚାରପତି

Suryakanta Picture
Published On

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଜାତିଗତ ଜନଗଣନା ଉପରେ ରୋକ ଲଗାଇବାକୁ ହୋଇଥିବା ଏକ ଜନସ୍ୱାର୍ଥ ମାମଲା (PIL) କୁ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କେବଳ ସେତିକି ନୁହେଁ, ପିଟିସନରେ ବ୍ୟବହୃତ ଅଶାଳୀନ ଭାଷାକୁ ନେଇ ଆବେଦନକାରୀଙ୍କ ଉପରେ କଡ଼ା ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ପ୍ରଧାନ ବିଚାରପତିଙ୍କ କଡ଼ା ଟିପ୍ପଣୀ

ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚି ଏବଂ ବିଚାରପତି ବିପୁଲ ଏମ. ପଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହୋଇଥିଲା। ବ୍ୟକ୍ତିଗତ ଭାବେ ହାଜର ହୋଇଥିବା ଆବେଦନକାରୀଙ୍କ ଉପରେ କ୍ଷୁବ୍ଧ ହୋଇ ପ୍ରଧାନ ବିଚାରପତି କହିଥିଲେ ଯେ, "ଆପଣ ନିଜ ପିଟିସନରେ ବଦତମିଜି ବା ଅଶାଳୀନ ଭାଷା ଲେଖିଛନ୍ତି। ଆପଣ କାହା ଦ୍ୱାରା ଏହି ପିଟିସନ ଲେଖାଇଛନ୍ତି? ଆପଣ ପିଟିସନରେ ଏପରି ଭାଷା କେଉଁଠାରୁ ଆଣି ଲେଖୁଛନ୍ତି?"

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ଆବେଦନରେ ଥିଲା ଅନ୍ୟ ଦାବି

ଏହି ପିଟିସନରେ ଜାତିଗତ ଜନଗଣନାକୁ ବନ୍ଦ କରିବା ସହିତ କେନ୍ଦ୍ର ସରକାରଙ୍କୁ ଏକକ ସନ୍ତାନ ଥିବା ପରିବାର ପାଇଁ ଅର୍ଥନୈତିକ ପ୍ରୋତ୍ସାହନ ଯୋଗାଇଦେବା ଲାଗି ନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ମଧ୍ୟ ଆବେଦନ କରାଯାଇଥିଲା। ତେବେ ଖଣ୍ଡପୀଠ ଏହି ଆବେଦନକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

୨୦୨୭ ଜନଗଣନା ପୃଷ୍ଠଭୂମି

ଏହାପୂର୍ବରୁ ଫେବୃଆରୀ ୨ ତାରିଖରେ ମଧ୍ୟ ସୁପ୍ରିମକୋର୍ଟ ଅନ୍ୟ ଏକ ପିଟିସନକୁ ଖାରଜ କରିଥିଲେ, ଯେଉଁଥିରେ ୨୦୨୭ ସାଧାରଣ ଜନଗଣନାରେ ନାଗରିକଙ୍କ ଜାତିଗତ ତଥ୍ୟ ରେକର୍ଡ, ବର୍ଗୀକରଣ ଏବଂ ଯାଞ୍ଚ ପାଇଁ ଗ୍ରହଣ କରାଯିବାକୁ ଥିବା ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଯାଇଥିଲା। ସୂଚନାଯୋଗ୍ୟ ଯେ, ୨୦୨୭ରେ ଦେଶର ୧୬ ତମ ଜାତୀୟ ଜନଗଣନା ହେବାକୁ ଯାଉଛି। ୧୯୩୧ ମସିହା ପରେ ଏହା ପ୍ରଥମ ବ୍ୟାପକ ଜାତିଗତ ଜନଗଣନା ହେବ ଏବଂ ଏହା ଦେଶର ପ୍ରଥମ ସମ୍ପୂର୍ଣ୍ଣ ଡିଜିଟାଲ ଜନଗଣନା ହେବ ବୋଲି ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର