କାନାଡ଼ାରେ ଲରେନ୍ସର ଖେଳ ଖତମ୍; ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଙ୍କୁ ଆତଙ୍କବାଦୀ ସଂଗଠନ ଘୋଷଣା କଲେ କାନାଡ଼ା ସରକାର

Deviprasad Mohanty Picture
Published On

ଓଟାୱା: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଙ୍କୁ କାନାଡ଼ା ସରକାର ଆତଙ୍କବାଦୀ ସଂଗଠନ ଘୋଷଣା କରିଛନ୍ତି। କାନାଡ଼ାର ଜନ ସୁରକ୍ଷା ମନ୍ତ୍ରୀ ଗ୍ୟାରି ଅନନ୍ଦସଙ୍ଗରୀ ଏହି ସୂଚନା ଦେଇଛନ୍ତି। ଏହି ଗ୍ୟାଙ୍ଗ କେବଳ 

ଭାରତ ନୁହେଁ, କାନାଡ଼ା ବ୍ୟତୀତ ଅନ୍ୟ ରାଷ୍ଟ୍ରରେ ମଧ୍ୟ ହତ୍ୟା, ବଟି ଆଦାୟ, ଅସ୍ତ୍ରଶସ୍ତ୍ର କାରବାର ଏବଂ ନିଶାଦ୍ରବ୍ୟ ଚାଲାଣରେ ସମ୍ପୃକ୍ତ ରହିଛି। ଗ୍ୟାରି କହିଛନ୍ତି ଯେ କାନାଡ଼ାରେ ହିଂସା ଏବଂ ଆତଙ୍କର କୌଣସି ସ୍ଥାନ ନାହିଁ। କୌଣସି ବିଶେଷ ସମୁଦାୟ ମଧ୍ୟରେ ଭୟର ପରିବେଶ ସୃଷ୍ଟି କରିବାକୁ ଚାହିଁଲେ ବରଦାସ୍ତ କରାଯିବ ନାହିଁ। ଏଥିପାଇଁ ଦେଶର କ୍ରିମିନାଲ କୋଡ ଅନୁଯାୟୀ ଲରେନ୍ସ ଗ୍ୟାଙ୍ଗକୁ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଇଛି। ବିଷ୍ଣୋଇ ଗ୍ୟାଙ୍ଗ ଏକ ଅନ୍ତର୍ଜାତୀୟ ଆପରାଧିକ ସଂଗଠନ। ଏହା ମୁଖ୍ୟତଃ ଭାରତରେ ସକ୍ରିୟ ରହିଛି। ପ୍ରବାସୀ ରହୁଥିବା ଅଞ୍ଚଳରେ ସୁରକ୍ଷା ବିପଦ ସୃଷ୍ଟି କରୁଛି। ସମାଜରେ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ଥିବା ବ୍ୟକ୍ତି, ବ୍ୟବସାୟୀ ଆଦିଙ୍କୁ ନିଶାଣ କରୁଛି। ଏହି ନିଷ୍ପତ୍ତି ଦ୍ବାରା କାନାଡ଼ାରେ ଥିବା ଲରେନ୍ସ ଗ୍ୟାଙ୍ଗର ସମ୍ପତ୍ତି, ଗାଡ଼ି, ଧନ, ବ୍ୟାଙ୍କ ଖାତା ଆଦିକୁ ଜବତ କରାଯିବ। ଏହି ଗ୍ୟାଙ୍ଗକୁ ଆର୍ଥିକ ସହାୟତା, ସହଯୋଗ ଏବଂ ନିଯୁକ୍ତିରେ ସହାୟକ କରୁଥିବା ବ୍ୟକ୍ତି ତଥା ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ଏହାକୁ ଅପରାଧ ଧରାଯିବ। ଏହି ଗ୍ୟାଙ୍ଗ ସହ ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କୁ କାନାଡ଼ାରେ ପ୍ରବେଶ ଅନୁମତି ଦିଆଯିବ ନାହିଁ।

About The Author

ରାଶିଫଳ