ଭାରତ ଗସ୍ତରେ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ

The Sakala Picture
Published On

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏପ୍ରିଲ ଶେଷ ଆଡକୁ ଭାରତ ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀ ଜନସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ୟୁରୋପୀୟ ସଂଘ (ଇୟୁ)ରୁ ଅଲଗା ହେବା ପରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ବିଦେଶ ଗସ୍ତ ହେବ।ଏହାବ୍ୟତୀତ ଚୀନ ଉପରେ ନଜର ରଖିବା ମଧ୍ୟ ଜନସନଙ୍କ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ। ଭାରତ ଗଣତନ୍ତ୍ର ଦିବସ ଅବସରରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ କରିଥିଲା, କିନ୍ତୁ ବ୍ରିଟେନରେ କରୋନା […]

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏପ୍ରିଲ ଶେଷ ଆଡକୁ ଭାରତ ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀ ଜନସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ୟୁରୋପୀୟ ସଂଘ (ଇୟୁ)ରୁ ଅଲଗା ହେବା ପରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ବିଦେଶ ଗସ୍ତ ହେବ।ଏହାବ୍ୟତୀତ ଚୀନ ଉପରେ ନଜର ରଖିବା ମଧ୍ୟ ଜନସନଙ୍କ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ। ଭାରତ ଗଣତନ୍ତ୍ର ଦିବସ ଅବସରରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ କରିଥିଲା, କିନ୍ତୁ ବ୍ରିଟେନରେ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବାରୁ ଜନସନ୍‌ ତାଙ୍କ ଗସ୍ତକୁ ବାତିଲ କରିଦେଇଥିଲେ।

ଆହୁରି ପଢ଼ନ୍ତୁ: ଏବେ କ୍ୟୁବା ଉପରେ ଚଢ଼ାଉ ପାଇଁ ପ୍ରସ୍ତୁତ ଆମେରିକା? ଡୋନାଲ୍ଡ ଟ୍ରମ୍ପ ଦେଲେ ବଡ଼ ସଙ୍କେତ

ସୂଚନାଯୋଗ୍ୟ, ହିନ୍ଦ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଗଣତାନ୍ତ୍ରିକ ଶକ୍ତିକୁ ମଜଭୁତ କରିବା ଏବଂ ତା’ ସହିତ ଚୀନର ମୁକାବିଲା କରିବା ବ୍ରିଟେନର ପ୍ରମୁଖ ଉଦ୍ଦେଶ୍ୟ। ଗତ କିଛିଦିନ ଧରି ହଂକଂ, କରୋନା ମହାମାରୀ ଏବଂ ବ୍ରିଟେନର ୫-ଜି ନେଟୱର୍କରେ ଚୀନ କମ୍ପାନୀ ହୁୱେଇକୁ ପ୍ରାଥମିକତା ନ ମିଳିବାରୁ ଚୀନ ଏବଂ ବ୍ରିଟେନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଉପୁଜିଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରରେ ନିର୍ମାଣାଧୀନ ମନ୍ଦିର ଛାତ ଭୁଶୁଡ଼ି ୭ ଶ୍ରଦ୍ଧାଳୁ ମୃତ

16 Mar 2021 By The Sakala

ଭାରତ ଗସ୍ତରେ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏପ୍ରିଲ ଶେଷ ଆଡକୁ ଭାରତ ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀ ଜନସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ୟୁରୋପୀୟ ସଂଘ (ଇୟୁ)ରୁ ଅଲଗା ହେବା ପରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ବିଦେଶ ଗସ୍ତ ହେବ।ଏହାବ୍ୟତୀତ ଚୀନ ଉପରେ ନଜର ରଖିବା ମଧ୍ୟ ଜନସନଙ୍କ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ। ଭାରତ ଗଣତନ୍ତ୍ର ଦିବସ ଅବସରରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ କରିଥିଲା, କିନ୍ତୁ ବ୍ରିଟେନରେ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବାରୁ ଜନସନ୍‌ ତାଙ୍କ ଗସ୍ତକୁ ବାତିଲ କରିଦେଇଥିଲେ।

ସୂଚନାଯୋଗ୍ୟ, ହିନ୍ଦ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଗଣତାନ୍ତ୍ରିକ ଶକ୍ତିକୁ ମଜଭୁତ କରିବା ଏବଂ ତା’ ସହିତ ଚୀନର ମୁକାବିଲା କରିବା ବ୍ରିଟେନର ପ୍ରମୁଖ ଉଦ୍ଦେଶ୍ୟ। ଗତ କିଛିଦିନ ଧରି ହଂକଂ, କରୋନା ମହାମାରୀ ଏବଂ ବ୍ରିଟେନର ୫-ଜି ନେଟୱର୍କରେ ଚୀନ କମ୍ପାନୀ ହୁୱେଇକୁ ପ୍ରାଥମିକତା ନ ମିଳିବାରୁ ଚୀନ ଏବଂ ବ୍ରିଟେନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଉପୁଜିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର