ରୁଷିଆରେ ପ୍ରବେଶ ପାଇଁ ଟ୍ରମ୍ପଙ୍କୁ ଅନୁମତି, ବାଇଡେନଙ୍କୁ ମନା

The Sakala Picture
Published On

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ବିଶ୍ବ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନ ଆଣି ଚାଲିଥିଲା ବେଳେ ବିଭିନ୍ନ ରାଷ୍ଟ୍ର ମଧ୍ୟରେ କୂଟନୈତିକ ଧାରାକୁ ମଧ୍ୟ ଓଲଟପାଲଟ କରିଦେଇଛି। ଇତି ମଧ୍ୟରେ ଅନେକ ରାଷ୍ଟ୍ର ରୁଷିଆ ବିରୋଧରେ ପଦକ୍ଷେପ ନେଇ ଏହାର କୂଟନୀତିଜ୍ଞମାନଙ୍କୁ ବିଦା କରିଦେଇଛନ୍ତି। ଏହିକ୍ରମରେ ରୁଷ ମଧ୍ୟ ପଦକ୍ଷେପ ନେଇଛି। ପୂର୍ବରୁ ରୁଷିଆ ବହୁ ଆମେରିକୀୟ କୂଟନୀତିଜ୍ଞଙ୍କ ସହ ତୁଙ୍ଗ ନେତାମାନଙ୍କୁ ରୁଷିଆରେ ପ୍ରବେଶ କରିବା ଉପରେ ପ୍ରତିବନ୍ଧକ ଲଗାଇସାରିଛି। ଏବେ ରାଷ୍ଟ୍ରପତି ଜୋ […]

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ବିଶ୍ବ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନ ଆଣି ଚାଲିଥିଲା ବେଳେ ବିଭିନ୍ନ ରାଷ୍ଟ୍ର ମଧ୍ୟରେ କୂଟନୈତିକ ଧାରାକୁ ମଧ୍ୟ ଓଲଟପାଲଟ କରିଦେଇଛି। ଇତି ମଧ୍ୟରେ ଅନେକ ରାଷ୍ଟ୍ର ରୁଷିଆ ବିରୋଧରେ ପଦକ୍ଷେପ ନେଇ ଏହାର କୂଟନୀତିଜ୍ଞମାନଙ୍କୁ ବିଦା କରିଦେଇଛନ୍ତି। ଏହିକ୍ରମରେ ରୁଷ ମଧ୍ୟ ପଦକ୍ଷେପ ନେଇଛି। ପୂର୍ବରୁ ରୁଷିଆ ବହୁ ଆମେରିକୀୟ କୂଟନୀତିଜ୍ଞଙ୍କ ସହ ତୁଙ୍ଗ ନେତାମାନଙ୍କୁ ରୁଷିଆରେ ପ୍ରବେଶ କରିବା ଉପରେ ପ୍ରତିବନ୍ଧକ ଲଗାଇସାରିଛି।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ଏବେ ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଲା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିନ୍ତୁ ଏଥିରୁ ବାଦ୍‌ ପଡ଼ିଛନ୍ତି। ରୁଷିଆରେ ପ୍ରବେଶ କରିବା ପାଇଁ ଟ୍ରମ୍ପଙ୍କ ପାଇଁ କୌଣସି ପ୍ରତିବନ୍ଧକ ନାହିଁ ବୋଲି ରୁଷ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଆମେରିକାର ବହୁ ସଚିବ ଏବଂ ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କୁ ମଧ୍ୟ ରୁଷରେ ପ୍ରବେଶ କରିବା ଦିଗରେ ରୁଷ ସରକାର ପ୍ରତିବନ୍ଧକ ଲଗାଇ ସାରିଛନ୍ତି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର