ସରିନି ‘ବାବା କା ଢାବା’ର ସଙ୍ଘର୍ଷ କାହାଣୀ, ରେସ୍ତୋରାଁରୁ ପୁଣି ଫେରିଲେ ରାସ୍ତାର ଷ୍ଟଲକୁ

The Sakala Picture
Published On

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବହୁ ଚର୍ଚ୍ଚିତ ଢାବା ’ବାବା କା ଢାବା’। ରାସ୍ତାର ଷ୍ଟଲରୁ ଆରମ୍ଭ କରି ପହଞ୍ଚିଥିଲେ ରେସ୍ତୋରାଁ ଯାଏଁ। ସମସ୍ତେ ଭାବିଲେ ’ବାବା କା ଢାବା’ର ସମ୍ପୂର୍ଣ୍ଣ ଦୁଃଖର ଦିନ ସରିଗଲା। ହେଲେ ଏହା ସତ ନୁହେଁ ଏବେ ମଧ୍ୟ ସେ ରୋଜଗାର ପାଇଁ ସଙ୍ଘର୍ଷ କରୁଛନ୍ତି। ରେସ୍ତୋରାଁ ବନ୍ଦ କରି ପୁଣି ଥରେ ଫେରିଛନ୍ତି ସେହି ରାସ୍ତାର ଷ୍ଟଲକୁ। କହିଁକି ତାଙ୍କୁ ବନ୍ଦ କରିବାକୁ ପଡିଲା ରେସ୍ତୋରାଁ ଜାଣନ୍ତୁ….. ଦିନେ ଗୋଟିଏ ହେଲେ […]

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବହୁ ଚର୍ଚ୍ଚିତ ଢାବା ’ବାବା କା ଢାବା’। ରାସ୍ତାର ଷ୍ଟଲରୁ ଆରମ୍ଭ କରି ପହଞ୍ଚିଥିଲେ ରେସ୍ତୋରାଁ ଯାଏଁ। ସମସ୍ତେ ଭାବିଲେ ’ବାବା କା ଢାବା’ର ସମ୍ପୂର୍ଣ୍ଣ ଦୁଃଖର ଦିନ ସରିଗଲା। ହେଲେ ଏହା ସତ ନୁହେଁ ଏବେ ମଧ୍ୟ ସେ ରୋଜଗାର ପାଇଁ ସଙ୍ଘର୍ଷ କରୁଛନ୍ତି। ରେସ୍ତୋରାଁ ବନ୍ଦ କରି ପୁଣି ଥରେ ଫେରିଛନ୍ତି ସେହି ରାସ୍ତାର ଷ୍ଟଲକୁ। କହିଁକି ତାଙ୍କୁ ବନ୍ଦ କରିବାକୁ ପଡିଲା ରେସ୍ତୋରାଁ ଜାଣନ୍ତୁ…..

ଆହୁରି ପଢ଼ନ୍ତୁ: ଚୀନର କୋଇଲା ଖଣିରେ ଭୟାବହ ଗ୍ୟାସ୍ ବିସ୍ଫୋରଣ, ୯୦ ମୃତ

baba-dhaba

ଆହୁରି ପଢ଼ନ୍ତୁ: ଲଦାଖରେ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ମେଜର ଜେନେରାଲ, ଭାଇରାଲ ହେଉଛି ପାଇଲଟଙ୍କ ସେଲଫି

ଦିନେ ଗୋଟିଏ ହେଲେ ଗ୍ରାହକ ଆସୁ ନ ଥିବାରୁ ଦୁଃଖ କଷ୍ଟରେ ଚଳୁଥିଲେ ଢାବାର ମାଲିକ। ହେଲେ ଚର୍ଚ୍ଚାକୁ ଆସିବା ପରେ ରାତାରାତି ହଜାର ହଜାର ଲୋକଙ୍କ ଉକ୍ତ ଢାଭାରେ ଭିଡ ଜମିଥିଲା। ଏହାପରେ ତାଙ୍କୁ ବିଭିନ୍ନ ଆଡୁ ସହାୟାତା ମିଳିଥିଲା। ଯାହାଫଳରେ ସେ ଏକ ରେଷ୍ଟୁରାଣ୍ଟ ଖୋଲିଥିଲେ। ହେଲେ ଏବେ ରେଷ୍ଟୁରାଣ୍ଟରୁ ଲାଭ ହେବା ବଦଳରେ କ୍ଷତି ହୋଇଥିଲା। ଯାହା ଫଳରେ ଢାବାର ମାଲିକ ୮୦ ବର୍ଷୀୟ କାନ୍ତ ପ୍ରସାଦ ଏବଂ ତାଙ୍କ ପତ୍ନୀ ବାଦାମୀ ଦେବୀ ପୁଣି ଥରେ ତାଙ୍କର ପୁରୁଣା ଢାବାକୁ ଫେରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ନୋଏଡାରେ ମାଇକ୍ରୋସଫ୍ଟରେ କାମ କରୁଥିବା ଦମ୍ପତିଙ୍କ ମାସିକ ଖର୍ଚ୍ଚ ୧.୬ ଲକ୍ଷ ଟଙ୍କା! କହିଲେ- ମହଙ୍ଗା ସତ୍ତ୍ୱେ ସହରରେ ମିଳୁଛି ସନ୍ତୁଳିତ ଜୀବନ

baba-ka-dhaba

ଉଲ୍ଲେଖଯୋଗ୍ୟ, ତାଙ୍କର ଅସୁବିଧା ଭାଇରାଲ ହେବା ପରେ ଅନେକ ଲୋକ ତାଙ୍କୁ ଆର୍ଥିକ ସହାୟତାର ହତ ବଢାଇଥିଲେ। ଯାହା ଫଳରେ ସେ ଡିସେମ୍ବର ୨୦୨୦ରେ ଏକ ନୂତନ ରେଷ୍ଟୁରାଣ୍ଟ ଖୋଲିବା ସହ ତାଙ୍କ ଉପରେଥିବା ସମସ୍ତ ଋଣ ମଧ୍ୟ ସୁଝି ପାରିଥିଲେ। ସାମାଜିକ କର୍ମୀ ତୁଷାନ୍ତ ଅଦଲାଖଙ୍କ ପରାମର୍ଶ କ୍ରମେ ସେ ଏକ ଭଡା ଘରେ ରେସ୍ତୋରାଁ ଖୋଲି ସେଥିରେ ୫ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। ପ୍ରଥମେ ପ୍ରଥମେ ଏହାକୁ ସଫଳତା ମିଳିଥିଲା। ହେଲେ ପରେ ଗ୍ରାହକମାନଙ୍କ ଭିଡ କମିଥିଲା। ଯାହାଫଳରେ ରେସ୍ତୋରାଁକୁ କ୍ଷତି ସହିବାକୁ ପଡିଲା।

BABA_KI -DHABA

ତାଙ୍କ କହିବା ଅନୁଯାୟୀ, ହାରାହାରି ମାସିକ ବିକ୍ରି କେବେ ୪୦ ହଜାର ଟଙ୍କା ଅତିକ୍ରମ କରିନାହିଁ । ଫଳରେ ସମସ୍ତ କ୍ଷତି ସହିବାକୁ ପଡିଲା।  ମୁଁ ଅନୁଭବ କରୁଛି ଯେ ଆମକୁ ଏକ ନୂତନ ରେଷ୍ଟୁରାଣ୍ଟ ଖୋଲିବାକୁ ଭୁଲ୍ ପରାମର୍ଶ ଦିଆଯାଇଥିଲା। ସମୁଦାୟ ୫ ଲକ୍ଷ ବିନିଯୋଗ ହୋଇଥିଲା । ରେସ୍ତୋରାଁ ବନ୍ଦ ହେବା ପରେ ଚେୟାର, ବାସନ ଏବଂ ରନ୍ଧନ ମେସିନ୍ ବିକ୍ରୟରୁ ମାତ୍ର ୩୬ ହଜାର ଟଙ୍କା ମିିଳିଛି।

BABA-KI-DHABA

କାନ୍ତ ପ୍ରସାଦ କହିଛନ୍ତି ଯେ “ଚାଲୁଥିବା କୋଭିଡ ଲକଡାଉନ ଯୋଗୁଁ ଆମ ଢାବାରେ ଦୈନିକ ଗ୍ରହାକ କମିଛନ୍ତି। ଲକଡାଉନ ପୂର୍ବରୁ ଦୈନିକ ବିକ୍ରି ୩ରୁ ୪ହଜାର ଟଙ୍କା ହେଉଥିବା ବେଳେ ବର୍ତ୍ତମାନ ୧ ହଜାରକୁ ଖସି ଆସିଛି। ଏହି ଆୟ ଆମ ଆଠ ଜଣଙ୍କ ପାଇଁ ପର୍ଯ୍ଯାପ୍ତ ନୁହେଁ।”

ସେ ସାମାଜିକ କର୍ମୀ ତୁଷାନ୍ତ ଅଦଲାଖଙ୍କ ଦାୟୀ କରି ଆହୁରି ମଧ୍ୟ କହିଛନ୍ତି ଯେ, ରେସ୍ତୋରାଁ ସମସ୍ତ ପରିଚାଳନାର ବ୍ୟବସ୍ଥା ତାଙ୍କ ଟିମ ବୁଝୁଥିଲା। ହେଲେ ସେ କେବେ ଏହି ରେସ୍ତୋରାଁ ପାଇଁ ସମୟ ଦେଇ ନାହାନ୍ତି। ଯାହା ଫଳରେ ବିଫଳ ହୋଇଛି। ତେବେ ଏହି ଅଭିଯୋଗକୁ ଅସ୍ୱୀକାର କରି ନୂତନ ରେସ୍ତୋରାଁର ବିଫଳତା ପାଇଁ ପ୍ରସାଦ ଏବଂ ତାଙ୍କ ଦୁଇ ପୁଅଙ୍କୁ ଦାୟୀ କରିଛନ୍ତି।

ଏହି ଦମ୍ପତି ବର୍ତ୍ତମାନ ନିଜ ରାସ୍ତାର ଷ୍ଟଲକୁ ଫେରିବାକୁ ବାଧ୍ୟ ହୋଇଛନ୍ତି ଏବଂ ଗତ ବର୍ଷ ଭଳି ସେମାନେ ବର୍ତ୍ତମାନ ସୁଦ୍ଧା ଦୁଃଖରେ ଅଛନ୍ତି । ରୋଜଗାର ପାଇଁ ସଂଘର୍ଷ କରୁଛନ୍ତି।

ସୂଚନା ଅନୁଯାୟୀ, କରୋନାର ପ୍ରଥମ ଲହରରେ ଅର୍ଥାତ ଗତ ବର୍ଷ ଜଣେ ଖାଦ୍ୟ ବ୍ଲଗର୍ ଗୌରବ ୱାସାନ୍ ’ବାବା କା ଢାବା’କୁ ଯାଇଥିଲେ। ତାଙ୍କର ଦୁଃଖ କଥା ନିଜେ ଅନୁଭବ କରିବାପରେ ଏହାର ଏକ କ୍ଲିପ୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ପରେ ସେମାନଙ୍କ କାହାଣୀ ଭାଇରାଲ ହୋଇଥିଲା।

08 Jun 2021 By The Sakala

ସରିନି ‘ବାବା କା ଢାବା’ର ସଙ୍ଘର୍ଷ କାହାଣୀ, ରେସ୍ତୋରାଁରୁ ପୁଣି ଫେରିଲେ ରାସ୍ତାର ଷ୍ଟଲକୁ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବହୁ ଚର୍ଚ୍ଚିତ ଢାବା ’ବାବା କା ଢାବା’। ରାସ୍ତାର ଷ୍ଟଲରୁ ଆରମ୍ଭ କରି ପହଞ୍ଚିଥିଲେ ରେସ୍ତୋରାଁ ଯାଏଁ। ସମସ୍ତେ ଭାବିଲେ ’ବାବା କା ଢାବା’ର ସମ୍ପୂର୍ଣ୍ଣ ଦୁଃଖର ଦିନ ସରିଗଲା। ହେଲେ ଏହା ସତ ନୁହେଁ ଏବେ ମଧ୍ୟ ସେ ରୋଜଗାର ପାଇଁ ସଙ୍ଘର୍ଷ କରୁଛନ୍ତି। ରେସ୍ତୋରାଁ ବନ୍ଦ କରି ପୁଣି ଥରେ ଫେରିଛନ୍ତି ସେହି ରାସ୍ତାର ଷ୍ଟଲକୁ। କହିଁକି ତାଙ୍କୁ ବନ୍ଦ କରିବାକୁ ପଡିଲା ରେସ୍ତୋରାଁ ଜାଣନ୍ତୁ…..

baba-dhaba

ଦିନେ ଗୋଟିଏ ହେଲେ ଗ୍ରାହକ ଆସୁ ନ ଥିବାରୁ ଦୁଃଖ କଷ୍ଟରେ ଚଳୁଥିଲେ ଢାବାର ମାଲିକ। ହେଲେ ଚର୍ଚ୍ଚାକୁ ଆସିବା ପରେ ରାତାରାତି ହଜାର ହଜାର ଲୋକଙ୍କ ଉକ୍ତ ଢାଭାରେ ଭିଡ ଜମିଥିଲା। ଏହାପରେ ତାଙ୍କୁ ବିଭିନ୍ନ ଆଡୁ ସହାୟାତା ମିଳିଥିଲା। ଯାହାଫଳରେ ସେ ଏକ ରେଷ୍ଟୁରାଣ୍ଟ ଖୋଲିଥିଲେ। ହେଲେ ଏବେ ରେଷ୍ଟୁରାଣ୍ଟରୁ ଲାଭ ହେବା ବଦଳରେ କ୍ଷତି ହୋଇଥିଲା। ଯାହା ଫଳରେ ଢାବାର ମାଲିକ ୮୦ ବର୍ଷୀୟ କାନ୍ତ ପ୍ରସାଦ ଏବଂ ତାଙ୍କ ପତ୍ନୀ ବାଦାମୀ ଦେବୀ ପୁଣି ଥରେ ତାଙ୍କର ପୁରୁଣା ଢାବାକୁ ଫେରିଥିବା ଜଣାପଡ଼ିଛି।

baba-ka-dhaba

ଉଲ୍ଲେଖଯୋଗ୍ୟ, ତାଙ୍କର ଅସୁବିଧା ଭାଇରାଲ ହେବା ପରେ ଅନେକ ଲୋକ ତାଙ୍କୁ ଆର୍ଥିକ ସହାୟତାର ହତ ବଢାଇଥିଲେ। ଯାହା ଫଳରେ ସେ ଡିସେମ୍ବର ୨୦୨୦ରେ ଏକ ନୂତନ ରେଷ୍ଟୁରାଣ୍ଟ ଖୋଲିବା ସହ ତାଙ୍କ ଉପରେଥିବା ସମସ୍ତ ଋଣ ମଧ୍ୟ ସୁଝି ପାରିଥିଲେ। ସାମାଜିକ କର୍ମୀ ତୁଷାନ୍ତ ଅଦଲାଖଙ୍କ ପରାମର୍ଶ କ୍ରମେ ସେ ଏକ ଭଡା ଘରେ ରେସ୍ତୋରାଁ ଖୋଲି ସେଥିରେ ୫ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। ପ୍ରଥମେ ପ୍ରଥମେ ଏହାକୁ ସଫଳତା ମିଳିଥିଲା। ହେଲେ ପରେ ଗ୍ରାହକମାନଙ୍କ ଭିଡ କମିଥିଲା। ଯାହାଫଳରେ ରେସ୍ତୋରାଁକୁ କ୍ଷତି ସହିବାକୁ ପଡିଲା।

BABA_KI -DHABA

ତାଙ୍କ କହିବା ଅନୁଯାୟୀ, ହାରାହାରି ମାସିକ ବିକ୍ରି କେବେ ୪୦ ହଜାର ଟଙ୍କା ଅତିକ୍ରମ କରିନାହିଁ । ଫଳରେ ସମସ୍ତ କ୍ଷତି ସହିବାକୁ ପଡିଲା।  ମୁଁ ଅନୁଭବ କରୁଛି ଯେ ଆମକୁ ଏକ ନୂତନ ରେଷ୍ଟୁରାଣ୍ଟ ଖୋଲିବାକୁ ଭୁଲ୍ ପରାମର୍ଶ ଦିଆଯାଇଥିଲା। ସମୁଦାୟ ୫ ଲକ୍ଷ ବିନିଯୋଗ ହୋଇଥିଲା । ରେସ୍ତୋରାଁ ବନ୍ଦ ହେବା ପରେ ଚେୟାର, ବାସନ ଏବଂ ରନ୍ଧନ ମେସିନ୍ ବିକ୍ରୟରୁ ମାତ୍ର ୩୬ ହଜାର ଟଙ୍କା ମିିଳିଛି।

BABA-KI-DHABA

କାନ୍ତ ପ୍ରସାଦ କହିଛନ୍ତି ଯେ “ଚାଲୁଥିବା କୋଭିଡ ଲକଡାଉନ ଯୋଗୁଁ ଆମ ଢାବାରେ ଦୈନିକ ଗ୍ରହାକ କମିଛନ୍ତି। ଲକଡାଉନ ପୂର୍ବରୁ ଦୈନିକ ବିକ୍ରି ୩ରୁ ୪ହଜାର ଟଙ୍କା ହେଉଥିବା ବେଳେ ବର୍ତ୍ତମାନ ୧ ହଜାରକୁ ଖସି ଆସିଛି। ଏହି ଆୟ ଆମ ଆଠ ଜଣଙ୍କ ପାଇଁ ପର୍ଯ୍ଯାପ୍ତ ନୁହେଁ।”

ସେ ସାମାଜିକ କର୍ମୀ ତୁଷାନ୍ତ ଅଦଲାଖଙ୍କ ଦାୟୀ କରି ଆହୁରି ମଧ୍ୟ କହିଛନ୍ତି ଯେ, ରେସ୍ତୋରାଁ ସମସ୍ତ ପରିଚାଳନାର ବ୍ୟବସ୍ଥା ତାଙ୍କ ଟିମ ବୁଝୁଥିଲା। ହେଲେ ସେ କେବେ ଏହି ରେସ୍ତୋରାଁ ପାଇଁ ସମୟ ଦେଇ ନାହାନ୍ତି। ଯାହା ଫଳରେ ବିଫଳ ହୋଇଛି। ତେବେ ଏହି ଅଭିଯୋଗକୁ ଅସ୍ୱୀକାର କରି ନୂତନ ରେସ୍ତୋରାଁର ବିଫଳତା ପାଇଁ ପ୍ରସାଦ ଏବଂ ତାଙ୍କ ଦୁଇ ପୁଅଙ୍କୁ ଦାୟୀ କରିଛନ୍ତି।

ଏହି ଦମ୍ପତି ବର୍ତ୍ତମାନ ନିଜ ରାସ୍ତାର ଷ୍ଟଲକୁ ଫେରିବାକୁ ବାଧ୍ୟ ହୋଇଛନ୍ତି ଏବଂ ଗତ ବର୍ଷ ଭଳି ସେମାନେ ବର୍ତ୍ତମାନ ସୁଦ୍ଧା ଦୁଃଖରେ ଅଛନ୍ତି । ରୋଜଗାର ପାଇଁ ସଂଘର୍ଷ କରୁଛନ୍ତି।

ସୂଚନା ଅନୁଯାୟୀ, କରୋନାର ପ୍ରଥମ ଲହରରେ ଅର୍ଥାତ ଗତ ବର୍ଷ ଜଣେ ଖାଦ୍ୟ ବ୍ଲଗର୍ ଗୌରବ ୱାସାନ୍ ’ବାବା କା ଢାବା’କୁ ଯାଇଥିଲେ। ତାଙ୍କର ଦୁଃଖ କଥା ନିଜେ ଅନୁଭବ କରିବାପରେ ଏହାର ଏକ କ୍ଲିପ୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ପରେ ସେମାନଙ୍କ କାହାଣୀ ଭାଇରାଲ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର