ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ, ଭୟରେ ପାକିସ୍ତାନ…

The Sakala Picture
Published On

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂପର୍କ ତିକ୍ତ ହେବାକୁ ଲାଗିଥିବା ବେଳେ ସୀମାରେ ଉତ୍ତେଜନା ଭୟଙ୍କର ଆକାର ଧାରଣ କରିଛି। କାର୍ଯ୍ୟାନୁଷ୍ଠାନ ପାଇଁ ତିନି ସେନାକୁ ପ୍ରଧାନମନ୍ତ୍ରୀ ସବୁଜ ସଙ୍କେତ ଦେଇସାରିଥିବାରୁ ଯେକୌଣସି ମୁହୂର୍ତ୍ତରେ ପାକିସ୍ତାନ ଉପରେ ଆକ୍ରମଣ ହୋଇପାରେ। ଆକ୍ରମଣରୁ ବର୍ତ୍ତିବା ଲାଗି ପାକିସ୍ତାନ ଏହାର ସୀମାକୁ ଖାଲି କରିବା ସହିତ ପାକ୍ ଅଧିକୃତ କଶ୍ମୀର (ପିଓକେ)ରେ ବିମାନ ସେବାକୁ ବାତିଲ କରିଦେଇଛି। ପହଲଗାମ […]

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂପର୍କ ତିକ୍ତ ହେବାକୁ ଲାଗିଥିବା ବେଳେ ସୀମାରେ ଉତ୍ତେଜନା ଭୟଙ୍କର ଆକାର ଧାରଣ କରିଛି। କାର୍ଯ୍ୟାନୁଷ୍ଠାନ ପାଇଁ ତିନି ସେନାକୁ ପ୍ରଧାନମନ୍ତ୍ରୀ ସବୁଜ ସଙ୍କେତ ଦେଇସାରିଥିବାରୁ ଯେକୌଣସି ମୁହୂର୍ତ୍ତରେ ପାକିସ୍ତାନ ଉପରେ ଆକ୍ରମଣ ହୋଇପାରେ। ଆକ୍ରମଣରୁ ବର୍ତ୍ତିବା ଲାଗି ପାକିସ୍ତାନ ଏହାର ସୀମାକୁ ଖାଲି କରିବା ସହିତ ପାକ୍ ଅଧିକୃତ କଶ୍ମୀର (ପିଓକେ)ରେ ବିମାନ ସେବାକୁ ବାତିଲ କରିଦେଇଛି।

ଆହୁରି ପଢ଼ନ୍ତୁ: ପାଟନାରେ ଲଜ୍ଜା: ମାନେରରେ ଟ୍ୟୁସନ ଶିକ୍ଷକଙ୍କ ଦୁଷ୍କର୍ମ ଶିକାର ହେଲେ ନାବାଳିକା ଛାତ୍ରୀ, ଅଭିଯୁକ୍ତ ଫେରାର

ପହଲଗାମ ଆକ୍ରମଣ ପରେ ଆନ୍ତର୍ଜାତିକ ସୀମା ଏବଂ ପ୍ରକୃତ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପଟୁ କିଛି ଦିନ ଧରି ବିନା କାରଣରେ ଗୁଳିମାଡ଼ କରାଯାଉଛି। ଏହାକୁ ନେଇ ଭାରତ ଉଦ୍‌ବେଗ ପ୍ରକାଶ କରିବା ସହିତ ଏଥିରୁ ବିରତ ରହିବା ଲାଗି ପାକିସ୍ତାନକୁ ଚେତାବନୀ ଦେଇଛି। ଦୁଇ ଦେଶର ମିଲିଟାରି ଅପରେସନର ଡିଜି ହଟ୍‌ଲାଇନ୍‌ରେ ଏସଂପର୍କରେ ଆଲୋଚନା କରିଛନ୍ତି। ଆଲୋଚନା ବେଳେ ଭାରତ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ ବିନା କାରଣରେ ପାକିସ୍ତାନ ପଟୁ ଚାଲିଥିବା ଗୁଳିମାଡ଼ ବନ୍ଦ ନହେେଲ ପରିଣତି ଭୟଙ୍କର ହେବ। ଆତଙ୍କବାଦୀ ଓ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ତିନି ସେନା ବାହିନୀକୁ ପୂର୍ଣ୍ଣ ସ୍ବାଧୀନତା ଦେବାପରେ ଭାରତ ପକ୍ଷରୁ ପାକିସ୍ତାନକୁ ଏହି ଚେତାବନୀ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ‘ୟୁକେ ୦୭ ରାଇଡର’ ଅନୁରାଗ ଡୋଭାଲଙ୍କ ଆତ୍ମହତ୍ୟା ଉଦ୍ୟମ; ପରିବାର ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

ଗତ ୬ ଦିନ ହେଲା ଆନ୍ତର୍ଜାତିକ ସୀମା ଏବଂ ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତୀୟ ଅଞ୍ଚଳ ଉପରକୁ ଗୁଳିମାଡ଼ ଜାରି ରଖିଛି। ବିଶେଷ କରି ନିୟନ୍ତ୍ରଣ ରେଖାର ବାରମୂଳା ଓ କୁପୱାରା ଜିଲ୍ଲା ଏବଂ ଆନତର୍ଜାତିକ ସୀମାର ପାଗୱାଲ ସେକଟରରେ ପାକ୍ ସେନା ଗୁଳି ଚଳାଇଛନ୍ତି। ଭାରତୀୟ ସେନା ମଧ୍ୟ ଏହାର ମୁହଁତୋଡ଼ ଜବାବ
ଦେଉଛନ୍ତି। ନିୟନ୍ତ୍ରଣ ରେଖାରେ ଅନେକ ସମୟରେ ଗୁଳିମାଡ଼ ହୋଇଥାଏ, କିନ୍ତୁ ଆନ୍ତର୍ଜାତିକ ସୀମାରେ ଗୁଳିମାଡ଼ କ୍ବଚିତ ଦେଖିବାକୁ ମିଳେ। ତେବେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସୀମାରେ ବିନା କାରଣରେ ଗୁଳିମାଡ଼ କରି ଉତ୍ତେଜନା ବଢ଼ାଇବାରେ ଲାଗିଛି। ପାକିସ୍ତାନ ଉପରେ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ମିଳିବା ପରେ ପାକିସ୍ତାନୀ ସେନା ଆତଙ୍କିତ ହୋଇପଡ଼ି ଏଭଳି ଗୁଳିମାଡ଼ରେ ଲାଗିଛନ୍ତି ବୋଲି କୁହାଯାଉଛି।

ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଦୃଷ୍ଟାନ୍ତମୂଳକ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ମୋଦୀ ସରକାର ଉପରେ ଚାପ ବଢ଼ିବାକୁ ଲାଗି ଥିବା ବେଳେ ଗତ ଦୁଇ ଦିନ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଘନ ଘନ ଉଚ୍ଚସ୍ତରୀୟ ବୈଠକ ଚାଲିଛି। ଗତକାଲି ଉଚ୍ଚସ୍ତରୀୟ ସୁରକ୍ଷା ବୈଠକରେ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ ତିନି ସେନାକୁ ସ୍ବାଧୀନତା ଦେଇଥିବା ବେଳେ ଆଜି ପୁଣି ସୁପର କ୍ୟାବିନେଟ ବୈଠକ ବସିଛି। ଆଜି ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକ ସହିତ ରାଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି, ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କୃାବିନେଟ କମିଟି ଏବଂ କ୍ୟାବିନେଟ୍‌ ବୈଠକ ହୋଇଥିଲା। ଏହିସବୁ ସୁପର କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଜୟଶଙ୍କର, ଅର୍ଥ ମନ୍ତ୍ରୀ ସୀତାରମଣ ଓ ଅନ୍ୟ ବିଭାଗୀୟ ମନ୍ତ୍ରୀ ଉପସ୍ଥିତ ଥିଲେ। ସୁରକ୍ଷା ବୈଠକରେ ଜମ୍ମୁ-କଶ୍ମୀର ପରିସ୍ଥିତିର ସମୀକ୍ଷା କରାଯିବା ସହିତ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରଣନୀତି ଉପରେ ଆଲୋଚନା କରାଯାଇଥିଲା। ‌ଗତ ୨୨ ତାରିଖରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟିର ଏହା ଥିଲା ଦ୍ବିତୀୟ ବୈଠକ। ଗତକାଲି ପ୍ରଧାନମନ୍ତ୍ରୀ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବା ସିଡିଏସଙ୍କ ସମେତ ତିନି ସେନାର ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ। ଆତଙ୍କବାଦୀ ଓ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ସେ ସେନାକୁ ପୂର୍ଣ୍ଣ କ୍ଷମତା ଦେଇଥିଲେ। ଆକ୍ରମଣର ତରିକା, ସମୟ ଓ ଟାର୍ଗେଟ୍ ସେନା ନିର୍ଦ୍ଧାଣ କରିବ ବୋଲି କହିଥିଲେ।

ଏହି ନିଷ୍ପତ୍ତି ପରେ ପାକିସ୍ତାନ ଆତଙ୍କିତ ହୋଇପଡ଼ିଛି। ପାକିସ୍ତାନର ସୂଚନା ମନ୍ତ୍ରୀ ଗତକାଲି ରାତି ଦୁଇଟା ବେଳେ ସାମ୍ବାଦିକ ସମ୍ମିଳନୀ ଡାକି କହିଥିଲେ ଯେ ୩୬ ଘଣ୍ଟା ମଧ୍ୟରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିପାରେ। ଗୁଇନ୍ଦା ରିପୋର୍ଟ ଅନୁସାରେ ଭାରତୀୟ ସେନା ପାଇଁ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇ ରହିଛି। ପାକିସ୍ତାନ ମଧ୍ୟ ଏହାର ଜବାବ ଦେବ ବୋଲି ସେ କହିଥିଲେ। ଇତିମଧ୍ୟରେ ଆକ୍ରମଣ ଭୟରେ ପାକିସ୍ତାନ ଅଧିକୃତ କଶ୍ମୀରରେ ପାକିସ୍ତାନ ଏହାର ସମସ୍ତ ବିମାନ ସେବାକୁ ବାତିଲ କରିଦେଇଛି। ତେବେ ପାକିସ୍ତାନ ବିରୋଧରେ ଯୁଦ୍ଧ ଧମକ ଦେଇଥିବା ପାକିସ୍ତାନୀ ସେନା ଅଧ୍ୟକ୍ଷ ଏବେ କେଉଁଠି ଅଛନ୍ତି, ତାହା ଜଣାପଡ଼ିନାହିଁ। ସେବଙ୍କରରେ ଆଶ୍ରୟ ନେଇଥିବା କୁହାଯାଉଛି। ଏହାକୁ ନେଇ ପାକିସ୍ତାନର ସାମାଜିକ ଗଣମାଧ୍ୟମରେ ଟ୍ରୋଲ କରାଯାଉଛି।

ଇତିମଧ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ଲାଗି ଆମେରିକା ମୁଣ୍ଡ ପୂରାଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ଆଜି ରାତିରେ ଆଲୋଚନା କରିବେ। ଏହି ସୂଚନା ଦେଇଛନ୍ତି ବିଭାଗୀୟ ମୁଖପାତ୍ର ଟାମି ବ୍ରୁସ୍ । ସେ କହିଛନ୍ତି ଯେ ଇସଲାମାବାଦରେ ଆମେରିକାର କୂଟନୀତିଜ୍ଞ ନାଟାେଲ ବେକର ଆଜି ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ୍ ଦାରଙ୍କୁ ଭେଟି ଆଲୋଚନା କରିଛନ୍ତିି। ଉତ୍ତେଜନା ନବଢ଼ାଇବା ଲାଗି ସେ ତାଙ୍କୁ ପରାମର୍ଶ ଦେଇଚନ୍ତି। ବ୍ରୁସ୍ କହିଛନ୍ତି ଯେ ବିଶ୍ବର ବୃହତ୍ତ ସ୍ବାର୍ଥ ଦୃଷ୍ଟିରୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ କରାଯିବାର ଆବଶ୍ୟକତା ରହିଛି ଏବଂ ଆମେରିକା ଏଦିଗରେ କାମ କରୁଛି।

01 May 2025 By The Sakala

https://www.thesakala.in/national-international/attack-at-any-moment-pakistan-in-fear/article-40300
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର