ମଣିପୁରରେ ଆତଙ୍କବାଦୀ ଆକ୍ରମଣ ପରେ ରାହୁଲଙ୍କ ଟ୍ବିଟ୍‌, କହିଲେ ଦେଶକୁ ସୁରକ୍ଷା ଦେବାରେ ଅସମର୍ଥ ମୋଦୀ ସରକାର

The Sakala Picture
Published On

ନୂଆଦିଲ୍ଲୀ : ମଣିପୁରରେ ୪୬ ଆସାମ ରାଇଫଲ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୭ ଜଣଙ୍କ ମୃତ୍ୟୁ । ଆକ୍ରମଣରେ କମାଣ୍ଡିଂ ଅଫିସର କର୍ଣ୍ଣଲ ବିପ୍ଲବ ତ୍ରିପାଠୀ ଏବଂ ୪ ଜଣ ଯବାନ ସହିଦ ହୋଇଛନ୍ତି । ସେହିପରି କର୍ଣ୍ଣଲଙ୍କ ପତ୍ନୀ ଏବଂ ପୁଅର ମୃତ୍ୟୁ ଘଟିଛି । ଆତଙ୍କବଦୀଙ୍କ ଆକ୍ରମଣରେ ଘଟଣା ସ୍ଥଳରେ କର୍ଣ୍ଣଲ ଏବଂ ତାଙ୍କ ପରିବାରର ମୃତ୍ୟୁ ଘଟିଥିବା ବେଳେ ପରେ ୪ ଜଣ ଯବାନ ସହିଦ ହୋଇଛନ୍ତି । ମଣିପୁରରେ ଆସାମ […]

ନୂଆଦିଲ୍ଲୀ : ମଣିପୁରରେ ୪୬ ଆସାମ ରାଇଫଲ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୭ ଜଣଙ୍କ ମୃତ୍ୟୁ । ଆକ୍ରମଣରେ କମାଣ୍ଡିଂ ଅଫିସର କର୍ଣ୍ଣଲ ବିପ୍ଲବ ତ୍ରିପାଠୀ ଏବଂ ୪ ଜଣ ଯବାନ ସହିଦ ହୋଇଛନ୍ତି । ସେହିପରି କର୍ଣ୍ଣଲଙ୍କ ପତ୍ନୀ ଏବଂ ପୁଅର ମୃତ୍ୟୁ ଘଟିଛି । ଆତଙ୍କବଦୀଙ୍କ ଆକ୍ରମଣରେ ଘଟଣା ସ୍ଥଳରେ କର୍ଣ୍ଣଲ ଏବଂ ତାଙ୍କ ପରିବାରର ମୃତ୍ୟୁ ଘଟିଥିବା ବେଳେ ପରେ ୪ ଜଣ ଯବାନ ସହିଦ ହୋଇଛନ୍ତି । ମଣିପୁରରେ ଆସାମ ରାଇଫଲ ଉପରେ ଆତଙ୍କବାଦୀ ଆକ୍ରମଣକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ଆକ୍ରମଣକୁ ନିନ୍ଦା କରି ରାହୁଲ ଗାନ୍ଧୀ ଟ୍ୱିଟରରେ କହିଛନ୍ତି ଯେ ଏହା ପୁଣି ଥରେ ପ୍ରମାଣିତ ହୋଇଛି ଯେ ମୋଦୀ ସରକାର ଦେଶକୁ ସୁରକ୍ଷା ଦେବାରେ ସକ୍ଷମ ନୁହଁନ୍ତି।

ଆହୁରି ପଢ଼ନ୍ତୁ: ନାଗ ପଞ୍ଚମୀରେ ମଇଁଷି ଭଳି ବ୍ୟବହାର କରୁଛନ୍ତି ୭୦ ବର୍ଷୀୟ ବୃଦ୍ଧ, ଦାବି କରୁଛନ୍ତି ଶରୀରରେ ପ୍ରବେଶ କରୁଛନ୍ତି ମହିଷାସୁର

ରାହୁଲ ଗାନ୍ଧୀ ଏକ ଟୁଇଟ୍‌ରେ ଲେଖିଛନ୍ତି,ସେନା ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପୁଣି ଥରେ ପ୍ରମାଣିତ କରିଛି ଯେ ମୋଦୀ ସରକାର ଦେଶକୁ ସୁରକ୍ଷା ଦେବାରେ ଅସମର୍ଥ। ଏହି ଆକ୍ରମଣରେ ସହିଦ ହୋଇଥିବା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଉଛି। ଏ ଜାତି ତୁମର ବଳିଦାନକୁ ସ୍ମରଣ କରିବ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାକୁ ନେଇ ଶୋକପ୍ରକାଶ କରିବା ସହ ଟ୍ବିଟ କରିଛନ୍ତି ଯେ, ମଣିପୁରରେ ଆସାମ ରାଇଫଲ୍ସ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ମୁଁ ନିନ୍ଦା କରୁଛି। ଆଜି ସହିଦ ହୋଇଥିବା ଯବାନ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସେମାନଙ୍କର ବଳିଦାନ କେବେ ବି ଭୁଲି ହେବ ନାହିଁ।

ସୂଚନାଯୋଗ୍ୟ ଆଜି ମିଆଁମାର ସୀମାନ୍ତ ଚୁରାଚାନ୍ଦପୁର ଅଞ୍ଚଳରେ ୪୬ ଆସାମ ରାଇଫଲର କନଭୟ ସହ କମାଣ୍ଡିଂ ଅଫିସର ବିପ୍ଳବ ତ୍ରିପାଠୀ ପରିବାର ଲୋକଙ୍କ ସହ ଯାଉଥିଲେ।ଏହି ସମୟରେ ଆତଙ୍କବାଦୀମାନେ ଆଇଇଡି ବିସ୍ଫୋରଣ କରିବା ସହ ଆଖିବୁଜା ଗୁଳି ମାଡ଼ କରିଥିଲେ। କମାଣ୍ଡିଂ ଅଫିସର ବିପ୍ଳବ ତ୍ରିପାଠୀ ଆଜି ସକାଳୁ ଗୋଟିଏ ଫରୱାର୍ଡ ଘାଟିକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ହଠାତ୍‌ ଦିନ ୧୧ଟାରେ ତାଙ୍କ ଉପରେ ହମଲା ହୋଇଥିଲା। ହମଲା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ସମସ୍ତ ୭ ଜଣଙ୍କ ମୃତ୍ୟୁ ଘଟିଥିଲା।

13 Nov 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର