ବେକରେ ରଶି ଲଗାଇ ଝୁଲି ପଡ଼ିଲେ ପରିବାରର ୫ ସଦସ୍ଯ

The Sakala Picture
Published On

ପଟନା: ବିହାରର ସୁପୌଲ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ଗୋଟିଏ ପରିବାରର ୫ ସଦସ୍ୟ ଏକା ସମୟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ପୁଲିସ କହିଛି। ଏକକାଳୀନ ପାଞ୍ଚ ଜଣଙ୍କ ଆତ୍ମହତ୍ୟା ଖବର ଜଣାପଡ଼ିବାପରେ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପଡୋଶୀମାନେ କହିବା ଅନୁଯାୟୀ, ଆର୍ଥିକ ଅସୁବିଧା ଭୋଗୁଥିବାରୁ ପରିବାର ଆତ୍ମହତ୍ୟା କରିଛନ୍ତି। […]

ପଟନା: ବିହାରର ସୁପୌଲ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ଗୋଟିଏ ପରିବାରର ୫ ସଦସ୍ୟ ଏକା ସମୟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ପୁଲିସ କହିଛି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଇଣ୍ଟରନେଟ୍ ବ୍ୟବହାର କରିବା ପିଲାମାନଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର

ଏକକାଳୀନ ପାଞ୍ଚ ଜଣଙ୍କ ଆତ୍ମହତ୍ୟା ଖବର ଜଣାପଡ଼ିବାପରେ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପଡୋଶୀମାନେ କହିବା ଅନୁଯାୟୀ, ଆର୍ଥିକ ଅସୁବିଧା ଭୋଗୁଥିବାରୁ ପରିବାର ଆତ୍ମହତ୍ୟା କରିଛନ୍ତି। ତେବେ ଅନୁସନ୍ଧାନ ପରେ ହିଁ ପ୍ରକୃତ କାରଣ ଜଣାପଡ଼ିବ।

ଆହୁରି ପଢ଼ନ୍ତୁ: ସାଉଦି ଆରବର କିଙ୍ଗ ଫାହଦ ବିମାନବନ୍ଦର ଉପରେ ଅତର୍କିତ ଡ୍ରୋନ୍ ଆକ୍ରମଣ: ଏକାଧିକ ବିମାନର ଗତିପଥ ପରିବର୍ତ୍ତନ

ପୁଲିସ ପ୍ରାଥମିକ ତଦନ୍ତରୁ ଏହାକୁ ଆତ୍ମହତ୍ୟା ମାମଲା ବୋଲି ବିଚାର କରୁଛି। ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏସପି ମନୋଜ କୁମାରଙ୍କ କହିବାନୁସାରେ, ଘଟଣାଟି ଆତ୍ମହତ୍ୟା ହେଉ କି ଅନ୍ୟ କିଛି, ତାହା ତଦନ୍ତ ପରେ ହିଁ ଜଣା ପଡ଼ିବ। ବର୍ତ୍ତମାନ ପୁଲିସ ଫୋରେନସିକ୍ ରିପୋର୍ଟ ଆସିବାକୁ ଅପେକ୍ଷା କରିଛି।

ଆହୁରି ପଢ଼ନ୍ତୁ: ନିର୍ବାଚନ ଆୟୋଗରେ ବଡ଼ ବିବାଦ: RTI ରିପୋର୍ଟରୁ ଖୁଲାସା ହେଲା ବରିଷ୍ଠ ଅଧିକାରୀଙ୍କ ଏକପାଖିଆ ନିଷ୍ପତ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର