ଅଗ୍ନିବୀରଙ୍କ ପାଇଁ ବଡ଼ ଖବର: ପ୍ରଥମ ବ୍ୟାଚ୍‌ର ସେବା ଅବଧି ୨ ବର୍ଷ ବୃଦ୍ଧି କଲେ CDS ରାଜା ସୁବ୍ରମଣୀ

Madhusudan Das Picture
Published On

ନୂଆଦିଲ୍ଲୀ: ଦେଶର ପ୍ରଥମ ବ୍ୟାଚ୍ ଅଗ୍ନିବୀରଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (CDS) ଜେନେରାଲ୍ ଏନ୍ଏସ୍ ରାଜା ସୁବ୍ରମଣି। ୨ ବର୍ଷ ବଢିଲା ଅଗ୍ନିବୀରଙ୍କ କାର୍ଯ୍ୟକାଳ ଅବଧି । ୨୦୨୬ ଡିସେମ୍ବରରେ ସେବା ଶେଷ କରିବାକୁ ଥିବା ପ୍ରଥମ ବ୍ୟାଚ୍ ଅଗ୍ନିବୀରଙ୍କ କାର୍ଯ୍ୟକାଳକୁ ଆଉ ୨ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ବୁଧବାର, ୪ ନଭେମ୍ବର ୨୦୨୬ରେ ଏହି ସୂଚନା ଦିଆଯାଇଛି। ସଶସ୍ତ୍ର ବାହିନୀରେ ସେମାନଙ୍କର ଅଭିଜ୍ଞତା ଏବଂ ଦକ୍ଷତାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ରଣନୈତିକ ନିଷ୍ପତ୍ତି ନିଆଯାଇଛି। 

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟ ପ୍ରତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି: ଶାନ୍ତି ନା ନୂତନ ସଙ୍କଟର ସୂତ୍ରପାତ?

ସରକାରୀ ସୂଚନା ଅନୁଯାୟୀ, ଏହି ସେବା ସମ୍ପ୍ରସାରଣ ସମ୍ପୂର୍ଣ୍ଣ ଭାବେ ସ୍ବେଚ୍ଛାକୃତ ହେବ। ଅର୍ଥାତ୍ ଯେଉଁ ଅଗ୍ନିବୀରମାନେ ଚାହିଁବେ, ସେମାନେ ନିଜର ଚାରି ବର୍ଷିଆ କାର୍ଯ୍ୟକାଳ ପରେ ଆଉ ଦୁଇ ବର୍ଷ ସେନାରେ ରହିପାରିବେ। ପ୍ରଥମ ବ୍ୟାଚ୍‌ର ପ୍ରାୟ ୧୮,୩୦୦ ଅଗ୍ନିବୀର ୩୧ ଡିସେମ୍ବର ୨୦୨୬ ସୁଦ୍ଧା ଅବସର ନେବାର ଥିଲା, କିନ୍ତୁ ବର୍ତ୍ତମାନ ସେମାନଙ୍କୁ ଆଉ ଏକ ସୁଯୋଗ ମିଳିଛି। ଏହା ଦ୍ୱାରା ସେମାନେ ନିଜର ବୈଷୟିକ ଜ୍ଞାନକୁ ସେନାରେ ଅଧିକ ସମୟ ପାଇଁ ବ୍ୟବହାର କରିପାରିବେ। 

ଆହୁରି ପଢ଼ନ୍ତୁ: ISROର ବଡ଼ ସଫଳତା: GSLV-F18 ମାଧ୍ୟମରେ NVS-03 ନେଭିଗେସନ ସାଟେଲାଇଟ୍‌ର ସଫଳ ଉତକ୍ଷେପଣ

୨୦୨୨ରେ ଆରମ୍ଭ ହୋଇଥିବା ଅଗ୍ନିପଥ ଯୋଜନା ଅନୁଯାୟୀ, ମୋଟ ନିଯୁକ୍ତିର ୭୫ ପ୍ରତିଶତଙ୍କୁ ଚାରି ବର୍ଷ ପରେ ସେବାରୁ ମୁକ୍ତ କରାଯିବାର ନିୟମ ଥିଲା ଏବଂ କେବଳ ୨୫ ପ୍ରତିଶତଙ୍କୁ ନିୟମିତ କମିଶନରେ ରଖାଯିବାର ବ୍ୟବସ୍ଥା ଥିଲା। ପ୍ରଥମ ବ୍ୟାଚ୍‌ରେ ସ୍ଥଳସେନାରୁ ୧୯,୦୦୦, ବାୟୁସେନାରୁ ୨,୮୫୦ ଏବଂ ନୌସେନାରୁ ୨,୫୫୦ ଜଣ ଅଗ୍ନିବୀର ସାମିଲ ହୋଇଥିଲେ। ବର୍ତ୍ତମାନର ଏହି ନିଷ୍ପତ୍ତି ପ୍ରଥମ ବ୍ୟାଚ୍‌ର ପ୍ରାୟ ତିନି-ଚତୁର୍ଥାଂଶ କର୍ମଚାରୀଙ୍କୁ ପ୍ରଭାବିତ କରିବ। 

ଆହୁରି ପଢ଼ନ୍ତୁ: ଉତ୍ତରପ୍ରଦେଶର କୁଶୀନଗରରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗୋଟିଏ ପରିବାରର ୫ ଜଣଙ୍କ ସମେତ ୬ ମୃତ

ସେନାର ତିନୋଟି ଯାକ ବିଭାଗରେ ଅଗ୍ନିବୀରମାନଙ୍କ ପ୍ରଦର୍ଶନ ଅତ୍ୟନ୍ତ ସନ୍ତୋଷଜନକ ରହିଛି। ଅଫିସିଆଲ୍ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଭାରତୀୟ ସ୍ଥଳସେନାରେ ପ୍ରାୟ ୨,୭୦,୦୦୦, ବାୟୁସେନାରେ ୨୭,୦୦୦ ଏବଂ ନୌସେନାରେ ୨୧,୦୦୦ ଅଗ୍ନିବୀର କାର୍ଯ୍ୟରତ ଅଛନ୍ତି। ସେମାନଙ୍କୁ କାର୍ଯ୍ୟକ୍ଷମ, ବୈଷୟିକ ଏବଂ ଯୁଦ୍ଧ କ୍ଷେତ୍ରରେ ସଫଳତାର ସହ ନିୟୋଜିତ କରାଯାଇଛି। ସେମାନଙ୍କର ବୃତ୍ତିଗତ ଦକ୍ଷତାକୁ ଆଗକୁ ବଢ଼ାଇବା ପାଇଁ ଏହି ସେବା ସମ୍ପ୍ରସାରଣ ଏକ ପ୍ରମୁଖ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର