'ଆତଙ୍କବାଦୀ ଦେଶ ପଚାରୁଛି ପ୍ରଶ୍ନ...': ଜାତିସଂଘରେ ପାକିସ୍ତାନୀ ସାମ୍ବାଦିକଙ୍କୁ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ କଡ଼ା ଜବାବ

Suryakanta Picture
Published On

ନ୍ୟୁୟର୍କରେ ଚାଲିଥିବା ୮୧ତମ ଜାତିସଂଘ ସାଧାରଣ ସଭା ଅଧିବେଶନ (UNGA) ସମୟରେ ପାକିସ୍ତାନକୁ ପୁଣି ଥରେ କଡ଼ା ଜବାବ ଦେଇଛି ଭାରତ। ଶୁକ୍ରବାର ଦିନ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଜଣେ ପାକିସ୍ତାନୀ ସାମ୍ବାଦିକଙ୍କ ଆତଙ୍କବାଦ ସମ୍ପର୍କିତ ପ୍ରଶ୍ନର ଏକ ଦୃଢ଼ ତଥା ଶାଣିତ ଉତ୍ତର ଦେଇଛନ୍ତି, ଯାହା ଏବେ ଅନ୍ତର୍ଜାତୀୟ ସ୍ତରରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: ଜାତିସଂଘର 'କାର୍ବନ ଟ୍ୟାକ୍ସ' ବନ୍ଦ କରିବା ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ଗର୍ବ: ଜାଣନ୍ତୁ କ'ଣ ଥିଲା ସିପିଂ ଇଣ୍ଡଷ୍ଟ୍ରି ପାଇଁ ଆଇଏମଓ(IMO)ର ଯୋଜନା

ଜାତିସଂଘ ମୁଖ୍ୟାଳୟରେ ଜୟଶଙ୍କର ଏବଂ ଲାଇବେରିଆର ବୈଦେଶିକ ମନ୍ତ୍ରୀ ସାରା ବେସୋଲୋ ନ୍ୟାଣ୍ଟି ମିଳିତ ଭାବେ 'ଗ୍ରୁପ୍ ଅଫ୍ ଫ୍ରେଣ୍ଡସ୍ ଅନ୍ ସେଫ୍ଟି ଆଣ୍ଡ ସିକ୍ୟୁରିଟି ଅଫ୍ ସିପିଂ ଆଣ୍ଡ ସିଫେୟାରର୍ସ' ଉପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମ ପରେ ପାକିସ୍ତାନର ଏହି ଅପ୍ରତ୍ୟାଶିତ ପ୍ରଶ୍ନବାଣ ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: ଇରାକରୁ ୨୩ ବର୍ଷ ପରେ ବିଦାୟ ନେଲା ଆମେରିକା ସେନା; ପୁଣି ସକ୍ରିୟ ହେବେ କି ଆତଙ୍କବାଦୀ ଓ ଇରାନ ସମର୍ଥିତ ଗୋଷ୍ଠୀ?

ପାକିସ୍ତାନୀ ସାମ୍ବାଦିକଙ୍କୁ ମୁହଁତୋଡ଼ ଜବାବ

ସାମ୍ବାଦିକ ସମ୍ମିଳନୀ ଶେଷ ହେବା ମାତ୍ରେ ଜଣେ ପାକିସ୍ତାନୀ ସାମ୍ବାଦିକ ଠିଆ ହୋଇ ଜୟଶଙ୍କରଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ପଚାରିଥିଲେ, "ଆପଣଙ୍କ ସରକାର ପାକିସ୍ତାନରେ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା କେବେ ବନ୍ଦ କରିବେ?" ଏହାର ଉତ୍ତରରେ ତୁରନ୍ତ ଏକ କଡ଼ା ପ୍ରତିକ୍ରିୟା ରଖି ଏସ୍. ଜୟଶଙ୍କର କହିଥିଲେ ଯେ, "ଗୋଟିଏ ଆତଙ୍କବାଦୀ ଦେଶ ମୋତେ ଏହି ପ୍ରଶ୍ନ ପଚାରୁଛି... କମ୍ ଅନ୍!"

ଆହୁରି ପଢ଼ନ୍ତୁ: ରୁଷ-ନାଟୋ ତିକ୍ତତା: କାଲିନିନଗ୍ରାଡ୍ ଉପରେ ଆକ୍ରମଣ ହେଲେ ପରମାଣୁ ଯୁଦ୍ଧର ଚେତାବନୀ ଦେଲେ ପୁଟିନ

ଏହି ସମୟରେ ଜାତିସଂଘରେ ଥିବା ଭାରତର ସ୍ଥାୟୀ ପ୍ରତିନିଧି ପି. ହରୀଶ ମଧ୍ୟ ହସ୍ତକ୍ଷେପ କରି ପାକିସ୍ତାନୀ ସାମ୍ବାଦିକଙ୍କୁ ତାଗିଦ କରିଥିଲେ। ସେ ସମ୍ପୃକ୍ତ ସାମ୍ବାଦିକଙ୍କୁ କହିଥିଲେ, "ଆପଣ ନିଜର ଉତ୍ତର ପାଇସାରିଛନ୍ତି। ଆପଣ ନିଜର ଜବାବ ସ୍ପଷ୍ଟ ଭାବରେ ଶୁଣିସାରିଛନ୍ତି।"

ପାକ୍ ପ୍ରଧାନମନ୍ତ୍ରୀ କରିଥିଲେ ପ୍ରଶ୍ନକୁଣା

ସୂଚନାଯୋଗ୍ୟ ଯେ, ଏହି ଘଟଣାର ଠିକ୍ ଗୋଟିଏ ଦିନ ପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ଙ୍କୁ ଜଣେ ଭାରତୀୟ ସାମ୍ବାଦିକ ଆତଙ୍କବାଦ ପ୍ରସଙ୍ଗରେ ଘେରିଥିଲେ। ଶେହବାଜ୍ ସରିଫ୍ ଜାତିସଂଘ କୋଠାରେ ପ୍ରବେଶ କରୁଥିବା ବେଳେ ତାଙ୍କୁ ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ୍ ସୟିଦ ଏବଂ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ନେଇ ପ୍ରଶ୍ନ କରାଯାଇଥିଲା। କିନ୍ତୁ କୌଣସି ଉତ୍ତର ନଦେଇ ସେ ସେଠାରୁ ଅତି ତରବରିଆ ଭାବେ ଚାଲିଯାଇଥିଲେ।

ବର୍ତ୍ତମାନ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ଏହି ଶକ୍ତିଶାଳୀ ଜବାବ ପାକିସ୍ତାନର ଦ୍ୱୈତ ନୀତିକୁ ବିଶ୍ୱ ଦରବାରରେ ପୁଣି ଥରେ ପଦାରେ ପକାଇଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର