ଆଫଗାନିସ୍ତାନରେ ପାକିସ୍ତାନର ବଡ଼ ଧରଣର ଏୟାର ଷ୍ଟ୍ରାଇକ୍: ୨୨ ମୃତ, ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମରେ

Suryakanta Picture
Published On

ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଲାଗି ରହିଥିବା ବିବାଦ ଓ ଉତ୍ତେଜନା ପୁଣି ଥରେ ଉଗ୍ର ରୂପ ନେଇଛି। ସମ୍ପ୍ରତି ଆଫଗାନିସ୍ତାନର ବିଭିନ୍ନ ସ୍ଥାନ, ବିଶେଷ କରି ହେଲମଣ୍ଡ ଏବଂ କୁନାର ପ୍ରଦେଶରେ ପାକିସ୍ତାନ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକ୍ ବା ବିମାନ ଆକ୍ରମଣରେ ଅତିକମ୍‌ରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସମ୍ପର୍କ କ୍ରମାଗତ ଭାବରେ ଖରାପ ହେଉଥିବା ବେଳେ ଏହି ଘଟଣା ସାଧାରଣ ନାଗରିକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଆହୁରି ପଢ଼ନ୍ତୁ: ଭାରତ ପାଇଁ ଏନର୍ଜିର ନୂଆ ରାସ୍ତା ଖୋଲିବ ଆମେରିକା! ତୈଳ ଏବଂ ଏଲଏନଜି ସପ୍ଲାଇ ବଢ଼ାଇବାକୁ ବଡ଼ ଘୋଷଣା

ଆବାସିକ ଅଞ୍ଚଳ ଉପରେ ଆକ୍ରମଣ ଅଭିଯୋଗ

ସ୍ଥାନୀୟ ପ୍ରଶାସନ ଏବଂ ଆଫଗାନିସ୍ତାନର ତାଲିବାନ ସରକାରଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ପାକିସ୍ତାନର ଏହି ଆକ୍ରମଣରେ ସାଧାରଣ ଲୋକଙ୍କ ଆବାସିକ ଘରଗୁଡ଼ିକୁ ଟାର୍ଗେଟ୍ କରାଯାଇଛି। ରାତି ଅଧିଆ କରାଯାଇଥିବା ଏହି ଆକ୍ରମଣରେ ତିନୋଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପ୍ରଭାବିତ ଏବଂ ପ୍ରାଣ ହରାଇଥିବା ଲୋକମାନଙ୍କ ମଧ୍ୟରେ ଅନେକ ମହିଳା ଏବଂ ଶିଶୁ ସାମିଲ ଅଛନ୍ତି ବୋଲି ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ପ୍ରକାଶ କରିଛନ୍ତି। ସେ ଏହି ଆକ୍ରମଣକୁ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ଏବଂ ଏକ ଅପରାଧ ବୋଲି କହି କଡ଼ା ନିନ୍ଦା କରିଛନ୍ତି।

ଆହୁରି ପଢ଼ନ୍ତୁ: 'ଆମେରିକା ଦିନେ ଚାହୁଁଥିଲା ଭାରତ ନିଜର ବିକଳ୍ପ ସୀମିତ ରଖୁ, କିନ୍ତୁ ଏବେ ସେହି ଧାରଣା ବଦଳିଛି': ଏସ. ଜୟଶଙ୍କର

ପାକିସ୍ତାନର ଯୁକ୍ତି ଓ ଦାବି

ଅନ୍ୟପକ୍ଷରେ ପାକିସ୍ତାନ ନିଜର ଏହି କାର୍ଯ୍ୟାନୁଷ୍ଠାନକୁ ନିଶ୍ଚିତ କରିବା ସହ ସମସ୍ତ ମୃତକଙ୍କୁ ଆତଙ୍କବାଦୀ ବୋଲି ଆଖ୍ୟା ଦେଇଛି। ପାକିସ୍ତାନ ସରକାରଙ୍କ ସୂଚନା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସେମାନେ ସେହି ଘାଟିଗୁଡ଼ିକୁ ଟାର୍ଗେଟ କରିଥିଲେ ଯେଉଁଠାରୁ ପାକିସ୍ତାନକୁ ଲକ୍ଷ୍ୟ କରି ଡ୍ରୋନ୍ ଉଡ଼ାଣ କରାଯାଉଥିଲା। ବିଶେଷ ସୂଚନା ଆଧାରରେ ଆତଙ୍କବାଦୀଙ୍କ ଲୁଚିବା ସ୍ଥାନ ଉପରେ ଅତ୍ୟନ୍ତ ସତର୍କତାର ସହ ଆକ୍ରମଣ କରାଯାଇଛି ଏବଂ ଏଥିରେ ୨୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ପାକିସ୍ତାନ ଦାବି କରିଛି।

ଆହୁରି ପଢ଼ନ୍ତୁ: ଇରାକରୁ ୨୩ ବର୍ଷ ପରେ ବିଦାୟ ନେଲା ଆମେରିକା ସେନା; ପୁଣି ସକ୍ରିୟ ହେବେ କି ଆତଙ୍କବାଦୀ ଓ ଇରାନ ସମର୍ଥିତ ଗୋଷ୍ଠୀ?

ବଢୁଛି କୂଟନୈତିକ ଉତ୍ତେଜନା

ଦୀର୍ଘ ଦିନ ଧରି ଉଭୟ ଦେଶ ମଧ୍ୟରେ ସୀମା ବିବାଦ ଓ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ପ୍ରସଙ୍ଗକୁ ନେଇ କଥା କଟାକଟି ଜାରି ରହିଛି। ତେହେରିକ୍-ଇ-ତାଲିବାନ ପାକିସ୍ତାନ (ଟିଟିପି) ଭଳି ଆତଙ୍କବାଦୀ ଗୋଷ୍ଠୀଙ୍କୁ ଆଫଗାନିସ୍ତାନ ନିଜ ମାଟିରେ ଆଶ୍ରୟ ଦେଉଥିବା ପାକିସ୍ତାନ ବାରମ୍ବାର ଅଭିଯୋଗ କରୁଥିବା ବେଳେ ତାଲିବାନ ଏହାକୁ ଖଣ୍ଡନ କରିଆସୁଛି। ସମ୍ପ୍ରତି ଘଟିଥିବା ଏହି ଏୟାର ଷ୍ଟ୍ରାଇକ୍ ଯୋଗୁଁ ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ସ୍ଥିତି ଆହୁରି ସଙ୍ଗିନ ହେବାର ଆଶଙ୍କା ଦେଖାଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର