ଉଜ୍ଜୈନର ଶାହୀ ମସଜିଦ୍ ବିବାଦ: ରାସ୍ତା ସମ୍ପ୍ରସାରଣକୁ ନେଇ ପୋଲିସ ଓ ଲୋକଙ୍କ ମଧ୍ୟରେ ସଂଘର୍ଷ, ଲୁହବୁହା ଗ୍ୟାସ ପ୍ରୟୋଗ

Suryakanta Picture
Published On

ମଧ୍ୟପ୍ରଦେଶର ଉଜ୍ଜୈନ ଠାରେ ଥିବା ଐତିହାସିକ ଶାହୀ ମସଜିଦ୍ର ଏକ ଅଂଶ ଭାଙ୍ଗିବା ପ୍ରସ୍ତାବକୁ ନେଇ ସୋମବାର ଦିନ ତୀବ୍ର ଉତ୍ତେଜନା ଦେଖାଦେଇଛି। ରାସ୍ତା ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ମସଜିଦର ଏକ ଅଂଶ ହଟାଇବାକୁ ପ୍ରଶାସନ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ କଡ଼ା ବିରୋଧ କରିଛନ୍ତି। ଆନ୍ଦୋଳନକାରୀ ଓ ପୋଲିସ ମୁହାଁମୁହିଁ ହେବା ଫଳରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ଼ କରିବା ପରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ (Tear gas) ପ୍ରୟୋଗ କରାଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକାର ଅତ୍ୟାଧୁନିକ F-35 ଲଢ଼ୁଆ ବିମାନର ଯନ୍ତ୍ରାଂଶ ଚୀନ ହାତରେ! ଟ୍ରମ୍ପ-ଜିନପିଙ୍ଗ୍ ବୈଠକ ପୂର୍ବରୁ ବଢ଼ିଲା ରହସ୍ୟ

ସିଂହସ୍ଥ ୨୦୨୮ ଓ ରାସ୍ତା ସମ୍ପ୍ରସାରଣ ବିବାଦ

ଆସନ୍ତା ୨୦୨୮ ମସିହାରେ ଅନୁଷ୍ଠିତ ହେବାକୁ ଥିବା ସିଂହସ୍ଥ କୁମ୍ଭମେଳା ପାଇଁ ପ୍ରଶାସନ ପକ୍ଷରୁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି। ଏହି ପ୍ରକଳ୍ପ ଅଧୀନରେ ରାସ୍ତାକୁ ୧୫ ମିଟର ପର୍ଯ୍ୟନ୍ତ ଚଉଡ଼ା କରାଯିବାର ଯୋଜନା ରହିଛି, ଯେଉଁଥିରେ ଶାହୀ ମସଜିଦର କିଛି ଅଂଶ ଭଙ୍ଗାଯିବାର ଆବଶ୍ୟକତା ପଡ଼ିଛି। ତେବେ ଏହି ଘଟଣାକୁ ନେଇ ମୁସଲିମ ସମ୍ପ୍ରଦାୟ ମଧ୍ୟରେ ଦୁଇଟି ଗୋଷ୍ଠୀ ସୃଷ୍ଟି ହୋଇଛି। ଗୋଟିଏ ଗୋଷ୍ଠୀ ରାସ୍ତା ସମ୍ପ୍ରସାରଣ ପାଇଁ ମସଜିଦର ଅଂଶ ହଟାଇବା ସପକ୍ଷରେ ଥିବାବେଳେ ଅନ୍ୟ ଗୋଷ୍ଠୀ ଏହାକୁ ତୀବ୍ର ବିରୋଧ କରୁଛନ୍ତି। ବର୍ତ୍ତମାନ ଏହି ମାମଲାଟି ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ବିଚାରାଧୀନ ରହିଛି।

ଆହୁରି ପଢ଼ନ୍ତୁ: 'ଆତଙ୍କବାଦୀ ଦେଶ ପଚାରୁଛି ପ୍ରଶ୍ନ...': ଜାତିସଂଘରେ ପାକିସ୍ତାନୀ ସାମ୍ବାଦିକଙ୍କୁ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ କଡ଼ା ଜବାବ

ପୋଲିସର କାର୍ଯ୍ୟାନୁଷ୍ଠାନ ଓ କଡ଼ା ସୁରକ୍ଷା ବ୍ୟବସ୍ଥା

ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଉଜ୍ଜୈନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଘଟଣାସ୍ଥଳରେ ପ୍ରାୟ ୨,୦୦୦ ପୋଲିସ କର୍ମୀ ଓ ରାପିଡ୍ ଆକ୍ସନ ଫୋର୍ସ (RAF) ମୁତୟନ କରାଯାଇଛି। ମସଜିଦର ଚାରିପାଖରେ ୫୦୦ ମିଟର ବ୍ୟାସାର୍ଦ୍ଧ ଅଞ୍ଚଳକୁ ବ୍ୟାରିକେଡ୍ କରି ଦିଆଯାଇଛି ଏବଂ ସାଧାରଣ ଲୋକଙ୍କ ଯାତାୟାତ ଉପରେ କଟକଣା ଲଗାଯାଇଛି। ସହରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲର୍ଟ ଜାରି କରାଯିବା ସହ ବରିଷ୍ଠ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି।

ଆହୁରି ପଢ଼ନ୍ତୁ: ନାଗାଲାଣ୍ଡରେ ବିଷାକ୍ତ ମଦ ତାଣ୍ଡବ: ୧୯ ଜଣଙ୍କ ମୃତ୍ୟୁ, ତଦନ୍ତ ପାଇଁ SIT ଗଠନ

କଂଗ୍ରେସ ନେତାଙ୍କ ପ୍ରତିକ୍ରିୟା

ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ ସାଂସଦ ଇମ୍ରାନ ପ୍ରତାପଗଢ଼ୀ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ରାସ୍ତା ସମ୍ପ୍ରସାରଣ ବାହାନାରେ ୬୦୦ ବର୍ଷ ପୁରୁଣା ଐତିହାସିକ ଐତିହ୍ୟକୁ ନଷ୍ଟ କରିବା ଘୃଣ୍ୟ ମାନସିକତାର ପରିଚୟ। ମାମଲାଟି କୋର୍ଟରେ ବିଚାରାଧୀନ ଥିବାବେଳେ ପ୍ରଶାସନର ଏଭଳି ଜୋରଜବରଦସ୍ତି ପଦକ୍ଷେପକୁ ସେ ନିନ୍ଦା କରିବା ସହ ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ଅନ୍ୟ ପାର୍ଶ୍ୱରୁ ଜମି ଅଧିଗ୍ରହଣ କରିବାକୁ ସେ ପ୍ରଶାସନକୁ ଅନୁରୋଧ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର