ଭାରତକୁ ‘ଗୋଲଡେନ୍ ହୋରାଇଜନ୍’ କ୍ଷେପଣାସ୍ତ୍ର ଦେବ ଇସ୍ରାଏଲ, ବ୍ରହ୍ମୋସଠାରୁ ବି ଏହା ଅଧିକ ଶକ୍ତିଶାଳୀ

Madhusudan Das Picture
Published On

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ଭାରତ ଏକ ବଡ଼ ପଦକ୍ଷେପ ନେବାକୁ ବିଚାର କରୁଛି। ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ଭାରତକୁ ଏହାର ‘ଗୋଲଡେନ୍ ହୋରାଇଜନ୍’ (Golden Horizon) ଏୟାର-ଲଞ୍ଚଡ୍ ବାଲିଷ୍ଟିକ୍ ମିସାଇଲ୍ (ALBM) ଯୋଗାଇବାକୁ ପ୍ରସ୍ତାବ ଦେଇଛି। ଏହି କ୍ଷେପଣାସ୍ତ୍ର ଶତ୍ରୁପକ୍ଷର ମଜବୁତ ବଙ୍କର୍ ଏବଂ ଭୂତଳ ସାମରିକ ଘାଟିକୁ ଧ୍ୱଂସ କରିବାର କ୍ଷମତା ରଖିଛି, ଯାହା ଭାରତର ଆକାଶମାର୍ଗରୁ ଆକ୍ରମଣ କ୍ଷମତାକୁ ବହୁଗୁଣିତ କରିବ। ଏହି ଭାରତର 'ବ୍ରହ୍ମୋସ' କ୍ଷେପଣାସ୍ତ୍ର ଅପେକ୍ଷା ଅଧିକ ଘାତକ ତଥା ବିନାଶ ଘଟାଇବ ବୋଲି କୁହାଯାଉଛି । 

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ଏହି କ୍ଷେପଣାସ୍ତ୍ରର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ଦୀର୍ଘ ଦୂରଗାମୀ କ୍ଷମତା। ପ୍ରତିରକ୍ଷା ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ‘ଗୋଲଡେନ୍ ହୋରାଇଜନ୍’ର ରେଞ୍ଜ୍ ୧,୦୦୦ ରୁ ୨,୦୦୦ କିଲୋମିଟର ମଧ୍ୟରେ ରହିପାରେ। ଏହା ଇସ୍ରାଏଲର ‘ସିଲଭର ସ୍ପାରୋ’ ଟାର୍ଗେଟ୍ ମିସାଇଲ ଉପରେ ଆଧାରିତ ବୋଲି କୁହାଯାଉଛି। ଯଦି ଭାରତ ଏହି ପ୍ରସ୍ତାବ ଗ୍ରହଣ କରେ, ତେବେ ଏହାକୁ ଭାରତୀୟ ବାୟୁସେନାର ‘ସୁଖୋଇ-୩୦ ଏମକେଆଇ’ (Su-30MKI) ଯୁଦ୍ଧବିମାନରେ ମୁତୟନ କରାଯାଇପାରେ, ଯାହା ବାୟୁସେନାକୁ ଶତ୍ରୁ ସୀମାର ବହୁ ଭିତରକୁ ଆକ୍ରମଣ କରିବାର ସୁଯୋଗ ଦେବ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଏହି ମିସାଇଲର ଗତି ବେଶ୍ ଭୟଙ୍କର। ଏହା ବାଲିଷ୍ଟିକ୍ ଟ୍ରାଜେକ୍ଟୋରୀ ଅନୁସରଣ କରି ଯୁଦ୍ଧବିମାନରୁ ନିକ୍ଷେପ ହେବା ପରେ ଅତ୍ୟଧିକ ବେଗରେ ଲକ୍ଷ୍ୟସ୍ଥଳ ଆଡ଼କୁ ମାଡ଼ି ଆସେ। ଏହାର ଅନ୍ତିମ ବେଗ ଶବ୍ଦର ଗତିଠାରୁ ୫ ଗୁଣ ଅଧିକ ବା ହାଇପରସୋନିକ (Mach 5) ସ୍ତରକୁ ଛୁଇଁପାରେ ବୋଲି ଅନୁମାନ କରାଯାଉଛି। ଏତେ ଦ୍ରୁତ ଗତିରେ ଆସୁଥିବାରୁ ଏହା ପାରମ୍ପରିକ ଏୟାର ଡିଫେନ୍ସ ସିଷ୍ଟମ୍ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ ଏବଂ ଏହାର କାଇନେଟିକ୍ ଏନର୍ଜି କଠିନ କଂକ୍ରିଟ୍ ଭେଦ କରିବାରେ ସାହାଯ୍ୟ କରିବ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ପୂର୍ବରୁ ଇସ୍ରାଏଲ ଭାରତକୁ ଯୋଗାଇଥିବା ‘ଲୋରା’ (୪୦୦ କିମି) ଏବଂ ‘ରାମ୍ପେଜ୍’ (୨୫୦ କିମି) ମିସାଇଲ୍ ଗୁଡ଼ିକ ମୁଖ୍ୟତଃ ଯୁଦ୍ଧକ୍ଷେତ୍ରରେ ରାଡାର୍ ଷ୍ଟେସନ୍ ଏବଂ କମାଣ୍ଡ ସେଣ୍ଟର ନଷ୍ଟ କରିବା ପାଇଁ ବ୍ୟବହୃତ ହୁଏ। କିନ୍ତୁ ‘ଗୋଲଡେନ୍ ହୋରାଇଜନ୍’ ଏକ ଭିନ୍ନ ଶ୍ରେଣୀର ଷ୍ଟ୍ରାଟେଜିକ୍ ଅସ୍ତ୍ର। ଏହା ମାଟି ତଳେ ଥିବା ଅତ୍ୟନ୍ତ ସୁରକ୍ଷିତ କଂକ୍ରିଟ୍ ବଙ୍କର, ସାମରିକ ଭିତ୍ତିଭୂମି ଏବଂ ପରମାଣୁ ଘାଟି ଗୁଡ଼ିକୁ ନଷ୍ଟ କରିବା ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର