ରାତାରାତି କୋଟିପତି; (ୟୁଏଇ)ରେ ରହୁଥିବା ଭାରତୀୟ ଜିତିଲେ ୨୪୦ କୋଟିର ଲଟେରୀ...

Deviprasad Mohanty Picture
Published On

ଆବୁଧାବି: ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ରହୁଥିବା ଜଣେ ଭାରତୀୟଙ୍କ ଭାଗ୍ୟ ଖୋଲି ଯାଇଛି। ସେ ରାତାରାତି କୋଟିପତି ପାଲଟି ଯାଇଛନ୍ତି। ଅନିଲକୁମାର ବୋଲା ଆବୁଧାବିରେ ଶହେ ନିୟୁତ ଦିରହମ (୨୪୦ କୋଟି ଟଙ୍କା)ର ଜ୍ୟାକପଟ୍‌ ଜିତିଛନ୍ତି। ଗତ ୧୮ ତାରିଖରେ ଅନୁଷ୍ଠିତ ୨୩ତମ ‘ଲକି ଡେ ଡ୍ର’ରେ  ଏହି ବଡ଼ ପୁରସ୍କାର ପାଇଛନ୍ତି। କେବଳ ମାଆଙ୍କ ଆଶୀର୍ବାଦ ଯୋଗୁଁ ଏପରି ସମ୍ଭବ ହୋଇଥିବା ବିଜେତା କହିଛନ୍ତି। ଗତ ୧୮ ତାରିଖ ତାଙ୍କ ପାଇଁ ସୌଭାଗ୍ୟଶାଳୀ ପାଲଟି ଯାଇଛି। ଏହି ଅବସରରେ ଅନିଲ ଦେଇଥିବା ଏକ ସାକ୍ଷାତରକାରର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। 

ଆହୁରି ପଢ଼ନ୍ତୁ: ଏପ୍ରିଲ ୮ ତାରିଖରୁ ହେବ ବାହାର ରତ୍ନଭଣ୍ଡାର ଗଣତିମଣତି: ଆଇନ ମନ୍ତ୍ରୀ

ଭିଡିଓରେ ଅନିଲ ପୁରସ୍କାର ଜିତୁଥିବା ଦେଖାଯାଉଛି। ସେ ଏହି ସଫଳତା ପଛରେ ଥିବା କାହାଣୀ ମଧ୍ୟ କହିଛନ୍ତି। ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଅନିଲ କହୁଛନ୍ତି ଯେ ଏହି ଲଟେରି ଜିତିବା ପାଇଁ ସେ କୌଣସି ମ୍ୟାଜିକ କରି ନ ଥିଲେ। ସେ ସହଜରେ ଏକ ଟିକଟ ବାଛି ଥିଲେ। ତେବେ ଏହି ଟିକଟର ଶେଷ କ୍ରମିକ ସଂଖ୍ୟାଟି ତାଙ୍କ ପାଇଁ ସ୍ବତନ୍ତ୍ର ଥିଲା। କାରଣ ଏହା ତାଙ୍କ ମାଆଙ୍କ ଜନ୍ମ ତାରିଖର ସଂଖ୍ୟା ଥିଲା। ଲଟେରି ଜିତିଥିବା ଖବର ଶୁଣିବା ପରେ ଅନିଲ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେ ସୋଫାରେ ସେମିତି ବସି ରହିଥିଲେ। ଜିତେଇଥିବାରୁ ମାଆଙ୍କୁ ଧନ୍ୟବାଦ ଦେଇଥିଲେ। ସେ ଏହି ଲଟେରି ଅର୍ଥକୁ ଦାୟିତ୍ବର ସହ ଖର୍ଚ୍ଚ କରିବେ ବୋଲି କହିଛନ୍ତି। ନିଜ ସ୍ବପ୍ନ ପୂରଣ କରିବା ପାଇଁ ଏଥିରୁ ଏକ ସୁପରକାର୍‌, ରେସ୍ତୋରାଁ ଏବଂ ସପ୍ତ ତାରକା ହୋଟେଲ କିଣିବେ। ବାକି ଅର୍ଥକୁ ସଠିକ ମାର୍ଗରେ ନିବେଶ କରିବେ। ପରିବାରକୁ ୟୁଏଇକୁ ନେଇଯିବେ। ତାଙ୍କ ସହ ସାରା ଜୀବନ ବିତାଇବେ। ଏହି ଅର୍ଥରୁ ଆଉ କିଛି ଭାଗକୁ ସେ ଦାନ କରିବେ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ବମ୍ବେ ହାଇକୋର୍ଟ ବିଚାରପତିଙ୍କ ସହ ସାଇବର ଠକେଇ: ୬ ଲକ୍ଷ ଟଙ୍କା ଲୁଟିନେଲା ଜାମତାଡ଼ାର ୨୫ ବର୍ଷୀୟ ଯୁବକ, ପୋଲିସ କଲା ଗିରଫ

29 Oct 2025 By Deviprasad Mohanty

ରାତାରାତି କୋଟିପତି; (ୟୁଏଇ)ରେ ରହୁଥିବା ଭାରତୀୟ ଜିତିଲେ ୨୪୦ କୋଟିର ଲଟେରୀ...

ଆବୁଧାବି: ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ରହୁଥିବା ଜଣେ ଭାରତୀୟଙ୍କ ଭାଗ୍ୟ ଖୋଲି ଯାଇଛି। ସେ ରାତାରାତି କୋଟିପତି ପାଲଟି ଯାଇଛନ୍ତି। ଅନିଲକୁମାର ବୋଲା ଆବୁଧାବିରେ ଶହେ ନିୟୁତ ଦିରହମ (୨୪୦ କୋଟି ଟଙ୍କା)ର ଜ୍ୟାକପଟ୍‌ ଜିତିଛନ୍ତି। ଗତ ୧୮ ତାରିଖରେ ଅନୁଷ୍ଠିତ ୨୩ତମ ‘ଲକି ଡେ ଡ୍ର’ରେ  ଏହି ବଡ଼ ପୁରସ୍କାର ପାଇଛନ୍ତି। କେବଳ ମାଆଙ୍କ ଆଶୀର୍ବାଦ ଯୋଗୁଁ ଏପରି ସମ୍ଭବ ହୋଇଥିବା ବିଜେତା କହିଛନ୍ତି। ଗତ ୧୮ ତାରିଖ ତାଙ୍କ ପାଇଁ ସୌଭାଗ୍ୟଶାଳୀ ପାଲଟି ଯାଇଛି। ଏହି ଅବସରରେ ଅନିଲ ଦେଇଥିବା ଏକ ସାକ୍ଷାତରକାରର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। 

ଭିଡିଓରେ ଅନିଲ ପୁରସ୍କାର ଜିତୁଥିବା ଦେଖାଯାଉଛି। ସେ ଏହି ସଫଳତା ପଛରେ ଥିବା କାହାଣୀ ମଧ୍ୟ କହିଛନ୍ତି। ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଅନିଲ କହୁଛନ୍ତି ଯେ ଏହି ଲଟେରି ଜିତିବା ପାଇଁ ସେ କୌଣସି ମ୍ୟାଜିକ କରି ନ ଥିଲେ। ସେ ସହଜରେ ଏକ ଟିକଟ ବାଛି ଥିଲେ। ତେବେ ଏହି ଟିକଟର ଶେଷ କ୍ରମିକ ସଂଖ୍ୟାଟି ତାଙ୍କ ପାଇଁ ସ୍ବତନ୍ତ୍ର ଥିଲା। କାରଣ ଏହା ତାଙ୍କ ମାଆଙ୍କ ଜନ୍ମ ତାରିଖର ସଂଖ୍ୟା ଥିଲା। ଲଟେରି ଜିତିଥିବା ଖବର ଶୁଣିବା ପରେ ଅନିଲ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେ ସୋଫାରେ ସେମିତି ବସି ରହିଥିଲେ। ଜିତେଇଥିବାରୁ ମାଆଙ୍କୁ ଧନ୍ୟବାଦ ଦେଇଥିଲେ। ସେ ଏହି ଲଟେରି ଅର୍ଥକୁ ଦାୟିତ୍ବର ସହ ଖର୍ଚ୍ଚ କରିବେ ବୋଲି କହିଛନ୍ତି। ନିଜ ସ୍ବପ୍ନ ପୂରଣ କରିବା ପାଇଁ ଏଥିରୁ ଏକ ସୁପରକାର୍‌, ରେସ୍ତୋରାଁ ଏବଂ ସପ୍ତ ତାରକା ହୋଟେଲ କିଣିବେ। ବାକି ଅର୍ଥକୁ ସଠିକ ମାର୍ଗରେ ନିବେଶ କରିବେ। ପରିବାରକୁ ୟୁଏଇକୁ ନେଇଯିବେ। ତାଙ୍କ ସହ ସାରା ଜୀବନ ବିତାଇବେ। ଏହି ଅର୍ଥରୁ ଆଉ କିଛି ଭାଗକୁ ସେ ଦାନ କରିବେ ବୋଲି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର