ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ଗ୍ରହାଣୁ: ନାସା

The Sakala Picture
Published On

ନୂଆଦିଲ୍ଲୀ: ପୃଥିବୀ ଅଭିମୁଖେ ବଢୁଥିବା ‘ସିଟି କିଲର’ ଗ୍ରହାଣୁକୁ ନେଇ ସାରା ବିଶ୍ବରେ ଚିନ୍ତା ପ୍ରକାଶ ପାଇଛି। ୨୦୨୪ ଡିସେମ୍ବରରେ ସନ୍ଧାନ କରାଯାଇଥିବା ଏହି ଗ୍ରହାଣୁ ‘ୱାଇଆର ୪’ ୨୦୩୨ ଡିସେମ୍ବରରେ ପୃଥିବୀ ସହ ମାଡ଼ ହେବାର ଆଶଙ୍କା ରହିଛି। ଓଡ଼ିଶା, ମହାରାଷ୍ଟ୍ର, ତେଲଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର କିଛି କ୍ଷେତ୍ରରେ ଏହା ପଡ଼ିପାରେ ବୋଲି ଆମେରିକା ମହାକାଶ ଗବେଷଣା ପ୍ରତିଷ୍ଠାନ ନାସା ପକ୍ଷରୁ ଆକଳନ କରାଯାଇଛି। ଏହା ମଧ୍ୟରେ ଆଶ୍ବସ୍ତିଜନକ ଖବର ଆସିଛି। […]

ନୂଆଦିଲ୍ଲୀ: ପୃଥିବୀ ଅଭିମୁଖେ ବଢୁଥିବା ‘ସିଟି କିଲର’ ଗ୍ରହାଣୁକୁ ନେଇ ସାରା ବିଶ୍ବରେ ଚିନ୍ତା ପ୍ରକାଶ ପାଇଛି। ୨୦୨୪ ଡିସେମ୍ବରରେ ସନ୍ଧାନ କରାଯାଇଥିବା ଏହି ଗ୍ରହାଣୁ ‘ୱାଇଆର ୪’ ୨୦୩୨ ଡିସେମ୍ବରରେ ପୃଥିବୀ ସହ ମାଡ଼ ହେବାର ଆଶଙ୍କା ରହିଛି। ଓଡ଼ିଶା, ମହାରାଷ୍ଟ୍ର, ତେଲଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର କିଛି କ୍ଷେତ୍ରରେ ଏହା ପଡ଼ିପାରେ ବୋଲି ଆମେରିକା ମହାକାଶ ଗବେଷଣା ପ୍ରତିଷ୍ଠାନ ନାସା ପକ୍ଷରୁ ଆକଳନ କରାଯାଇଛି। ଏହା ମଧ୍ୟରେ ଆଶ୍ବସ୍ତିଜନକ ଖବର ଆସିଛି। ‘ୱାଇଆର ୪’ ପୃଥିବୀ ସହ ମାଡ଼ ହେବାର ସମ୍ଭାବନା ୩.୨ ପ୍ରତିଶତ ଥିବାବେଳେ ଏବେ ଏହା ଅଧିକ ହ୍ରାସ ପାଇଛି। ନାସାର ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ଯେ ଏହି ଗ୍ରହାଣୁ ମାଡ଼ ହେବାର ବିପଦ ୦.୨୮ ପ୍ରତିଶତ ( ୩୫୭ରୁ ଏକ ଭାଗ) ହୋଇଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକା ଓ କାନାଡ଼ା ମଧ୍ୟରେ ବାଣିଜ୍ୟ ଆଲୋଚନା ବିଫଳ: କାନାଡ଼ା ସାମଗ୍ରୀ ଉପରେ ୫୦% ଶୁଳ୍କ ଲଗାଇଲା ଆମେରିକା, କଡ଼ା ଜବାବ ଦେବେ ମାର୍କ କାର୍ନେ

ଆହୁରି ପଢ଼ନ୍ତୁ: କାହିଁକି ଆଉ ଏକ ପଦଯାତ୍ରା ପାଇଁ ଚେତାବନୀ ଦେଉଛି ସିଜେପି (CJP)? ଏଫଆଇଆର୍ ରଦ୍ଦ ଓ ନିଟ୍ (NEET) କ୍ଷତିପୂରଣ ସମେତ ରହିଛି ୩ଟି ପ୍ରମୁଖ ଦାବି

ଅନ୍ୟପକ୍ଷରେ ଇଣ୍ଟରନ୍ୟାସନାଲ ‘ଆଷ୍ଟୋରଏଡ ୱାର୍ଣ୍ଣି ନେଟ୍‌ୱର୍କ’ ଏହି ଗ୍ରହାଣୁଠାରୁ ବର୍ତ୍ତିବାର ଉପାୟ ଖୋଜିବାରେ ଲାଗିଛି। ଏହା ପୂର୍ବରୁ ୨୦୨୨ରେ ନାସା ଏକ କ୍ଷେପଣାସ୍ତ୍ର ମାଡ଼ (ଡାର୍ଟ ମିଶନ) କରି ଏକ ଗ୍ରହାଣୁର ଗତିପଥକୁ ବଦଳାଇ ଦେଇଥିଲା। ଏହାକୁ ବ୍ରେକ୍‌-ଅପ୍‌ ମେଥଡ଼ କୁହାଯାଇଥିଲା। ତେଣୁ ସିଟି କିଲର ପାଇଁ ଏହି ପନ୍ଥା ଗ୍ରହଣ କରିବାକୁ ଯୋଜନା କରାଯାଉଛି। ଏହି ପ୍ରକ୍ରିୟାରେ ଗ୍ରହାଣୁର ମାଧ୍ୟାକର୍ଷଣ କ୍ଷମତା ଆକଳନ କରାଯାଇଥାଏ। ପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥାଏ। ତେବେ ଆସନ୍ତା ମାସ ଶେଷ ସୁଦ୍ଧା ଏହି ଗ୍ରହାଣୁ ବିଷୟରେ ଅଧିକ ତଥ୍ୟ ମିଳିବାର ସମ୍ଭାବନା ରହିଛି। ପରେ ଏହାଠାରୁ ସୃଷ୍ଟି ହେଉଥିବା ବିପଦର ଆକଳନ କରି ପରବର୍ତ୍ତୀ ପନ୍ଥା ଗ୍ରହଣ କରାଯିବ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ଗର୍ଜିବ ଆମେରିକୀୟ ଲଢ଼ୁଆ ବିମାନ F-35, 'ତରଙ୍ଗ ଶକ୍ତି ୨୦୨୬'ରେ ହେବ ସାମିଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର