ଏଣିକି ଦେଶରେ ଜୁନ୍ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ କରାଯିବ ପାଳନ: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

The Sakala Picture
Published On

ନୂଆଦିଲ୍ଲୀ: ଏଣିକି ପ୍ରତିବର୍ଷ ଜୁନ ୨୫କୁ ଦେଶରେ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ। ଏ ସମ୍ପର୍କରେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଘୋଷଣା କରିଛନ୍ତି।  ଏନେଇ ଭାରତ ସରକାରଙ୍କ ପକ୍ଷରୁ ଗୋଟିଏ ବିଜ୍ଞପ୍ତି ପ୍ରକାଶ ପାଇଛି। 25 जून 1975 को तत्कालीन प्रधानमंत्री इंदिरा गाँधी ने अपनी तानाशाही मानसिकता को दर्शाते हुए देश में आपातकाल लगाकर भारतीय लोकतंत्र की आत्मा का गला घोंट दिया […]

ନୂଆଦିଲ୍ଲୀ: ଏଣିକି ପ୍ରତିବର୍ଷ ଜୁନ ୨୫କୁ ଦେଶରେ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ। ଏ ସମ୍ପର୍କରେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଘୋଷଣା କରିଛନ୍ତି।  ଏନେଇ ଭାରତ ସରକାରଙ୍କ ପକ୍ଷରୁ ଗୋଟିଏ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି


୧୯୭୫ ମସିହା ଜୁନ ୨୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଦେଶରେ ଏମର୍ଜେନ୍ସି ଲାଗୁ କରିଥିଲେ। ଏହା ଗଣତନ୍ତ୍ର ଉପରେ ଆକ୍ରମଣ ଥିଲା ବୋଲି କହି ଜୁନ ୨୫କୁ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି।

ଏକ୍ସରେ ଉଲ୍ଲେଖ କରି କହିଛନ୍ତି ଯେ, ୧୯୭୫ ମସିହା ଜୁନ ୨୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏକଛତ୍ରବାଦୀ ମାନସିକତାକୁ ପ୍ରଦର୍ଶିତ କରି ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରିଥିଲେ। ସେ ଏପରି କରି ଭାରତୀୟ ଗଣତନ୍ତ୍ରର ଆତ୍ମାର ତଣ୍ଟି ଚିପି ଦେଇଥିଲେ। ଲକ୍ଷଲକ୍ଷ ଲୋକଙ୍କୁ ଜେଲରେ ଭର୍ତ୍ତି କରାଯାଇଥିଲା ଓ ମିଡିଆର ସ୍ୱରକୁ ଚାପି ଦିଆଯାଇ ଯାଇଥିଲା। ଏଥିପାଇଁ ଭାରତ ସରକାର ପ୍ରତିବର୍ଷ ଜୁନ ୨୫କୁ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୧୯୯୭୫ ମସିହାର ଜରୁରିକାଳୀନ ପରିସ୍ଥିତି ଭଳି ଅମାନବୀୟ ଯନ୍ତ୍ରଣାକୁ ଯେଉଁମାନେ ସହ୍ୟ କରିଥିଲେ ସେମାନଙ୍କ ବିରାଟ ଯୋଗାଦାନକୁ ଏହା ସ୍ମରଣ କରାଇବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର