NEETକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ରଦ୍ଦ ହେଲା ଗ୍ରେସ୍ ମାର୍କ, ପୁଣି ପରୀକ୍ଷା ଦେବେ ୧୫୬୩ ଛାତ୍ରଛାତ୍ରୀ

The Sakala Picture
Published On

ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ପରୀକ୍ଷା ଫଳ ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ରଦ୍ଦ ହେଲା ଛାତ୍ରଛାତ୍ରୀଙ୍କ ଗ୍ରେସ୍ ମାର୍କ । ୧୫୬୩ ଛାତ୍ରଛାତ୍ରୀଙ୍କ ଗ୍ରେସ ମାର୍କ ରଦ୍ଦ କଲେ NTA । ଗ୍ରେସ୍ ମାର୍କ ପାଇଥିବା ୧୫୬୩ ଛାତ୍ରଛାତ୍ରୀ ପୁଣି ଦେବେ ପରୀକ୍ଷା । ଜୁନ୍ ୨୩ରେ ପୁନର୍ବାର ପରୀକ୍ଷା ହେବ ଏବଂ ଫଳାଫଳ ଜୁନ୍ ୩୦ସୁଦ୍ଧା ଘୋଷଣା କରାଯିବ। ଚଳିତ ନିଟ୍‌ ପରୀକ୍ଷାରେ ଗ୍ରେସ୍‌ ମାର୍କ ମିଳିଥିବା ଛାତ୍ରଛାତ୍ରୀଙ୍କୁ ନେଇ ସୁପ୍ରିମକୋର୍ଟରେ […]

ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ପରୀକ୍ଷା ଫଳ ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ରଦ୍ଦ ହେଲା ଛାତ୍ରଛାତ୍ରୀଙ୍କ ଗ୍ରେସ୍ ମାର୍କ । ୧୫୬୩ ଛାତ୍ରଛାତ୍ରୀଙ୍କ ଗ୍ରେସ ମାର୍କ ରଦ୍ଦ କଲେ NTA । ଗ୍ରେସ୍ ମାର୍କ ପାଇଥିବା ୧୫୬୩ ଛାତ୍ରଛାତ୍ରୀ ପୁଣି ଦେବେ ପରୀକ୍ଷା । ଜୁନ୍ ୨୩ରେ ପୁନର୍ବାର ପରୀକ୍ଷା ହେବ ଏବଂ ଫଳାଫଳ ଜୁନ୍ ୩୦ସୁଦ୍ଧା ଘୋଷଣା କରାଯିବ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ଚଳିତ ନିଟ୍‌ ପରୀକ୍ଷାରେ ଗ୍ରେସ୍‌ ମାର୍କ ମିଳିଥିବା ଛାତ୍ରଛାତ୍ରୀଙ୍କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ତଥା ଏନ୍‌ଟିଏ ଭୟ ଦୂର କରିବା ପାଇଁ ଗ୍ରେସ୍‌ ମିଳିଥିବା ଛାତ୍ରଛାତ୍ରୀଙ୍କ ପୁଣି ଥରେ ପରୀକ୍ଷା କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କୋର୍ଟକୁ ଜଣାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ତେବେ ନିଟ୍ ପରୀକ୍ଷା ସମ୍ପୂର୍ଣ୍ଣ ରଦ୍ଦ କରାଯାଇନଥିବା ନେଇ ଜବାବ ଦାଖଲ ରଖିଥିଲା ଏନଟିଏ। ସୁପ୍ରିମକୋର୍ଟରେ ଏହି ଜବାବ ରଖିଛନ୍ତି ମେଡିକାଲ ପ୍ରବେଶିକା ପରୀକ୍ଷା ଆୟୋଜନ କରିଥିବା ନ୍ଯାସନାଲ ଟେଷ୍ଟିଂ ଏଜନସି NTA। ତେବେ ମେଡିକାଲ ନାମଲେଖା ଲାଗି କାଉନସେଲିଂ ପ୍ରକ୍ରିୟାରେ ରୋକ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ନାମଲେଖା ପ୍ରକ୍ରିୟା ଜାରି ରହିବ। ମେଡିକାଲ ପ୍ରବେଶିକା ପରୀକ୍ଷା ରେଜଲ୍ଟ , ପରୀକ୍ଷାରେ ଅନିୟମିତତା ଏବଂ ପରୀକ୍ଷା ରଦ୍ଦ କରିବା ନେଇ ଆବେଦନ ହୋଇଥିଲା। ଏହି ମାମଲାରେ ଜବାବ ଦାଖଲ ଲାଗି ସୁପ୍ରିମକୋର୍ଟରେ ଏନଟିଏକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟରେ ଏନଟିଏର ଜବାବ ପରେ ଏହି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ଜୁଲାଇ ୮ ତାରିଖରେ ମାମଲାରେ ପରବର୍ତ୍ତୀ ଶୁଣାଣି ହେବ।

ଆହୁରି ପଢ଼ନ୍ତୁ: ଦୀର୍ଘ ୬ ବର୍ଷ ପରେ ଗୁଆଙ୍ଗଜୋ-ଦିଲ୍ଲୀ ବିମାନ ସେବା ପୁଣି ଆରମ୍ଭ କରିବ ଚୀନ୍ ସଦର୍ଣ୍ଣ ଏୟାରଲାଇନ୍ସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର