ଭାରତୀୟ ନୌସେନା ଅଧିକାରୀଙ୍କ ମୃତ୍ୟୁଦଣ୍ଡାଦେଶ ପଛରେ ପାକିସ୍ତାନ !

The Sakala Picture
Published On

ନୂଆଦିଲ୍ଲୀ: କାତରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ୮ ଭାରତୀୟ ପୂର୍ବତନ ନୌସେନା ଅଧିକାରୀଙ୍କୁ ଗୁଇନ୍ଦାଗିରି କରିବା ଅଭିଯୋଗରେ ସେଠାକାର ଏକ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ଏବେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା ବେଳେ ଭାରତ ସରକାରଙ୍କ ପକ୍ଷରୁ ଏହି ଅଧିକାରୀମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ଦିଗରେ ଉଦ୍ୟମ ଜାରି ରହିଛି। ସବୁଠାରୁ ବଡ଼ କଥା ହେଲା ଏହି ଅଧିକାରୀମାନଙ୍କ ଦୋଷ କ’ଣ ରହିଛି ତାହାକୁ କତାର କୋର୍ଟ […]

ନୂଆଦିଲ୍ଲୀ: କାତରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ୮ ଭାରତୀୟ ପୂର୍ବତନ ନୌସେନା ଅଧିକାରୀଙ୍କୁ ଗୁଇନ୍ଦାଗିରି କରିବା ଅଭିଯୋଗରେ ସେଠାକାର ଏକ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ଏବେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା ବେଳେ ଭାରତ ସରକାରଙ୍କ ପକ୍ଷରୁ ଏହି ଅଧିକାରୀମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ଦିଗରେ ଉଦ୍ୟମ ଜାରି ରହିଛି। ସବୁଠାରୁ ବଡ଼ କଥା ହେଲା ଏହି ଅଧିକାରୀମାନଙ୍କ ଦୋଷ କ’ଣ ରହିଛି ତାହାକୁ କତାର କୋର୍ଟ କିମ୍ବା ସରକାର ସ୍ପଷ୍ଟ କରିନାହାନ୍ତି। ତେବେ ଏଭଳି କଠୋର ଦଣ୍ଡାଦେଶ ପଛରେ ପାକିସ୍ତାନର ହାତ ରହିଛି ବୋଲି ବିଭିନ୍ନ ମହଲରେ ସନ୍ଦେହ ବଢିଛି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ପୂର୍ବ କେତେକ ଘଟଣାକୁ ନେଇ ଏଭଳି ସନ୍ଦେହ ଘନୀଭୂତ ହୋଇଛି। ଗତବର୍ଷ କତାରର ବହୁ ସେନା ଅଧିକାରୀ ପାକିସ୍ତାନ ଗସ୍ତରେ ଆସିଥିଲା ବେଳେ ସେମାନେ ପାକିସ୍ତାନ ସେନା ଅଧିକାରୀମାନଙ୍କ ସହ ବୈଠକ କରିଥିଲେ। ଏପରିକି ଭାରତୀୟ ଅଧିକାରୀମାନଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦିଆଯିବାର ଠିକ୍‌ ପୂର୍ବରୁ କତାର ସେନାର ଜଣେ ବରିଷ୍ଠ ଅଧିକାରୀ ପାକିସ୍ତାନ ଆସିଥିଲେ। ଏହାବ୍ୟତୀତ ଚଳିତ ମାସ ୧୨ ତାରିଖରେ କତାର ସେନା ମୁଖ୍ୟ ସାଲେମ ବିନ୍‌ ହମାଦ୍‌ ମଧ୍ୟ ଇସଲାମବାଦ ଗସ୍ତରେ ଆସି ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିରଙ୍କ ସହ ଆଲୋଚନା କରିଥିଲେ। ପାକିସ୍ତାନ ଏବଂ କତାର ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ ବୃଦ୍ଧି କରିବାକୁ ଉଭୟ ପକ୍ଷ ମଧ୍ୟରେ ଉଦ୍ୟମ ଚାଲିଥିବା କୁହାଯାଇଥିଲେ ହେଁ ଭାରତୀୟଙ୍କ ବିରୋଧରେ ଷଡ଼ଯନ୍ତ୍ର କରିବାକୁ ପାକିସ୍ତାନ ଉଦ୍ୟମ କରିଛି ବୋଲି ସନ୍ଦେହ କରାଯାଉଛି।

ଆହୁରି ପଢ଼ନ୍ତୁ: କୋହ୍ଲାପୁର ଫେରିବ ପ୍ରିୟ ହାତୀ ମାଧୁରୀ ଓରଫ ମହାଦେବୀ; ଭନତାରା କହିଲା 'ସୁସ୍ଥତା ଆମର ପ୍ରଥମ ପ୍ରାଥମିକତା'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର