ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ଆସାମର ପାଭୋଜନ୍‌ ଗୋଲ୍ଡ ଟି ସବୁଠୁ ମହଙ୍ଗା ଚା’: କିଲୋ ୧ ଲକ୍ଷ ଟଙ୍କାରେ ହେଲା ନିଲାମ

The Sakala Picture
Published On

ନୂଆଦିଲ୍ଲୀ: ଆସାମରୁ ବିରଳ ଜୈବିକ ଚା ’ପାଭୋଜନ୍‌’ ଗୋଲ୍ଡ ଟି ହୋଇଛି ଦେଶର ସବୁଠୁ ମହଙ୍ଗା ଚା’। ଏହା କିଲୋ ପିଛା ରେକର୍ଡ ୧ ଲକ୍ଷ ଟଙ୍କାରେ ନିଲାମ ହୋଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଏହି ଚା’ରୁ କେବଳ ଏକ କିଲୋଗ୍ରାମ ଉତ୍ପାଦିତ ହୋଇଛି । ଆସାମ ଭିତ୍ତିକ ଚା’ ବ୍ରାଣ୍ଡ ‘ଐସା ଚା’ ଏହାକୁ ଜୋରହାଟ ଚା ନିଲାମ କେନ୍ଦ୍ର (ଜେଟିଏସି) ରୁ କିଣିଛି। ଆସାମର ଗୋଲାଘାଟ ଜିଲ୍ଲାରେ ଏହି ଚା’ ଉତ୍ପାଦିତ […]

ନୂଆଦିଲ୍ଲୀ: ଆସାମରୁ ବିରଳ ଜୈବିକ ଚା ’ପାଭୋଜନ୍‌’ ଗୋଲ୍ଡ ଟି ହୋଇଛି ଦେଶର ସବୁଠୁ ମହଙ୍ଗା ଚା’। ଏହା କିଲୋ ପିଛା ରେକର୍ଡ ୧ ଲକ୍ଷ ଟଙ୍କାରେ ନିଲାମ ହୋଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଏହି ଚା’ରୁ କେବଳ ଏକ କିଲୋଗ୍ରାମ ଉତ୍ପାଦିତ ହୋଇଛି । ଆସାମ ଭିତ୍ତିକ ଚା’ ବ୍ରାଣ୍ଡ ‘ଐସା ଚା’ ଏହାକୁ ଜୋରହାଟ ଚା ନିଲାମ କେନ୍ଦ୍ର (ଜେଟିଏସି) ରୁ କିଣିଛି। ଆସାମର ଗୋଲାଘାଟ ଜିଲ୍ଲାରେ ଏହି ଚା’ ଉତ୍ପାଦିତ ହୋଇଛି। ଏହି ଚା’ର ପତ୍ରଗୁଡ଼ିକ ପରେ ସୁବର୍ଣ୍ଣ ରଙ୍ଗରେ ପରିଣତ ହୋଇଥାଏ।

ଆହୁରି ପଢ଼ନ୍ତୁ: ରୁଷିଆରୁ ସମୁଦ୍ର ପଥରେ ଆସୁଥିବା ତୈଳ ଉପରେ କଟକଣା କୋହଳ ଅବଧି ବଢ଼ାଇଲା ଆମେରିକା: ଭାରତ ପାଇଁ ଏହାର ଅର୍ଥ କ'ଣ?

ଏ ସମ୍ପର୍କରେ ଜୋରହାଟ ଚା ନିଲାମ କେନ୍ଦ୍ରର ଜଣେ ଅଧିକାରୀ କହିଛନ୍ତି ଯେ, ପାଭୋଜନ୍ ଅର୍ଗାନିକ୍ ଚା ଖୁବ୍‌ ସୁସ୍ବାଦୁ। ବଗିଚାର ଦ୍ୱିତୀୟ ବ୍ୟାଚ୍ ଚା’ର ଉପର ପତ୍ରକୁ ବାହାର କରି ଏହା ପ୍ରସ୍ତୁତ କରାଯାଏ। ଏହାର ପତ୍ରଗୁଡ଼ିକ ପରେ ସୁବର୍ଣ୍ଣ ରଙ୍ଗରେ ପରିଣତ ହୋଇଥାଏ। ଏ ସମ୍ପର୍କରେ ଐସା ଚା’ର ସିଇଓ ବିଜିତ ଶର୍ମା କହିଛନ୍ତି ଯେ, ଏହି ପ୍ରକାରର ଗ୍ରାହକଙ୍କୁ ଆସାମର ସର୍ବୋତ୍ତମ ଚା ମିଶ୍ରଣ ଯୋଗାଇବାରେସାହାଯ୍ୟ କରିବ। ଆମର ଗ୍ରାହକ ସମଗ୍ର ବିଶ୍ୱରେ ରହିଛନ୍ତି, ଯେଉଁମାନେ ଏହି ବିବିଧତାର ଚା’ର ସ୍ୱାଦ ଏବଂ ମୂଲ୍ୟ ବୁଝିବେ। ଆମେ ସେମାନଙ୍କୁ ପ୍ରକୃତ ଆସାମ ଚା’ର ସ୍ୱାଦ ଯୋଗାଇଦେବା କ୍ଷେତ୍ରରେ ଆମର ମିଶନ ଜାରି ରଖିବାରେ ସକ୍ଷମ ହୋଇଛୁ। ଏହି ରେକର୍ଡ ମୂଲ୍ୟ ଆସାମ ଚା’ ଶିଳ୍ପର ହଜିଯାଇଥିବା ଖ୍ୟାତି ଫେରାଇ ଆଣିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦୃଷ୍ଟିଶକ୍ତି ହରାଇବା ପୂର୍ବରୁ ଏକୁଟିଆ ବିଶ୍ୱ ଭ୍ରମଣରେ ବାହାରିଲେ ୨୨ ବର୍ଷୀୟା ଯୁବତୀ, ୫ ମାସର ଯାତ୍ରାରେ ଅନେକ ଥର ଫେରିଲେ ମୃତ୍ୟୁମୁଖରୁ

ଏଠାରେ ସୂଚନାଯୋଗ୍ୟ ଯେ, ଚାଇନାର ଦା ହୋଙ୍ଗ୍‌ ପାଓ ଚା’ର ମୂଲ୍ୟ ୯ କୋଟି ଟଙ୍କା।

ଆହୁରି ପଢ଼ନ୍ତୁ: ନେପାଳରେ ନୂଆ ସାର୍ବଜନୀନ ଗାଡ଼ି ପଞ୍ଜୀକରଣ ଉପରେ ପ୍ରତିବନ୍ଧକ: ଟ୍ରାଫିକ, ପ୍ରଦୂଷଣ ଓ ଇନ୍ଧନ ସଙ୍କଟ କାରଣରୁ ସରକାରଙ୍କ ବଡ଼ ପଦକ୍ଷେପ

24 Jun 2022 By The Sakala

ଆସାମର ପାଭୋଜନ୍‌ ଗୋଲ୍ଡ ଟି ସବୁଠୁ ମହଙ୍ଗା ଚା’: କିଲୋ ୧ ଲକ୍ଷ ଟଙ୍କାରେ ହେଲା ନିଲାମ

ନୂଆଦିଲ୍ଲୀ: ଆସାମରୁ ବିରଳ ଜୈବିକ ଚା ’ପାଭୋଜନ୍‌’ ଗୋଲ୍ଡ ଟି ହୋଇଛି ଦେଶର ସବୁଠୁ ମହଙ୍ଗା ଚା’। ଏହା କିଲୋ ପିଛା ରେକର୍ଡ ୧ ଲକ୍ଷ ଟଙ୍କାରେ ନିଲାମ ହୋଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଏହି ଚା’ରୁ କେବଳ ଏକ କିଲୋଗ୍ରାମ ଉତ୍ପାଦିତ ହୋଇଛି । ଆସାମ ଭିତ୍ତିକ ଚା’ ବ୍ରାଣ୍ଡ ‘ଐସା ଚା’ ଏହାକୁ ଜୋରହାଟ ଚା ନିଲାମ କେନ୍ଦ୍ର (ଜେଟିଏସି) ରୁ କିଣିଛି। ଆସାମର ଗୋଲାଘାଟ ଜିଲ୍ଲାରେ ଏହି ଚା’ ଉତ୍ପାଦିତ ହୋଇଛି। ଏହି ଚା’ର ପତ୍ରଗୁଡ଼ିକ ପରେ ସୁବର୍ଣ୍ଣ ରଙ୍ଗରେ ପରିଣତ ହୋଇଥାଏ।

ଏ ସମ୍ପର୍କରେ ଜୋରହାଟ ଚା ନିଲାମ କେନ୍ଦ୍ରର ଜଣେ ଅଧିକାରୀ କହିଛନ୍ତି ଯେ, ପାଭୋଜନ୍ ଅର୍ଗାନିକ୍ ଚା ଖୁବ୍‌ ସୁସ୍ବାଦୁ। ବଗିଚାର ଦ୍ୱିତୀୟ ବ୍ୟାଚ୍ ଚା’ର ଉପର ପତ୍ରକୁ ବାହାର କରି ଏହା ପ୍ରସ୍ତୁତ କରାଯାଏ। ଏହାର ପତ୍ରଗୁଡ଼ିକ ପରେ ସୁବର୍ଣ୍ଣ ରଙ୍ଗରେ ପରିଣତ ହୋଇଥାଏ। ଏ ସମ୍ପର୍କରେ ଐସା ଚା’ର ସିଇଓ ବିଜିତ ଶର୍ମା କହିଛନ୍ତି ଯେ, ଏହି ପ୍ରକାରର ଗ୍ରାହକଙ୍କୁ ଆସାମର ସର୍ବୋତ୍ତମ ଚା ମିଶ୍ରଣ ଯୋଗାଇବାରେସାହାଯ୍ୟ କରିବ। ଆମର ଗ୍ରାହକ ସମଗ୍ର ବିଶ୍ୱରେ ରହିଛନ୍ତି, ଯେଉଁମାନେ ଏହି ବିବିଧତାର ଚା’ର ସ୍ୱାଦ ଏବଂ ମୂଲ୍ୟ ବୁଝିବେ। ଆମେ ସେମାନଙ୍କୁ ପ୍ରକୃତ ଆସାମ ଚା’ର ସ୍ୱାଦ ଯୋଗାଇଦେବା କ୍ଷେତ୍ରରେ ଆମର ମିଶନ ଜାରି ରଖିବାରେ ସକ୍ଷମ ହୋଇଛୁ। ଏହି ରେକର୍ଡ ମୂଲ୍ୟ ଆସାମ ଚା’ ଶିଳ୍ପର ହଜିଯାଇଥିବା ଖ୍ୟାତି ଫେରାଇ ଆଣିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ଚାଇନାର ଦା ହୋଙ୍ଗ୍‌ ପାଓ ଚା’ର ମୂଲ୍ୟ ୯ କୋଟି ଟଙ୍କା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର