ଚାଇନା ଛାଡିବେ ୟୁରୋପୀୟ କମ୍ପାନୀ, ପ୍ରତି ୪ରୁ ଗୋଟିଏ କମ୍ପାନୀ ଉଠାଇନେବେ ୟୁନିଟ୍‌

The Sakala Picture
Published On

ନୂଆଦିଲ୍ଲୀ : କରୋନା ମହାମାରୀର ବିପଦ ଚାଇନାର ପିଛା ଛାଡୁନି। ମହାମାରୀ ପାଇଁ ଲାଗିଥିବା ଲକ୍‌ଡାଉନ୍‌ ଦେଶରେ ବ୍ୟବସାୟିକ କାର୍ଯ୍ୟକଳାପକୁ ବିଶେଷ ଭାବେ ପ୍ରଭାବିତ କରିଛି। ଏହା ପ୍ରଭାବ ସ୍ବରୂପ ୟୁରୋପୀୟ କମ୍ପାନୀଗୁଡିକ ଏବେ ବିଶ୍ବର ଏହି ଦ୍ବିତୀୟ ବୃହତ୍‌ ଅର୍ଥନୀତି ଥିବା ରାଷ୍ଟ୍ର ଛାଡିବାକୁ ବିଚାର କରୁଛନ୍ତି। ରିପୋର୍ଟ ଅନୁଯାୟୀ ୟୁରୋପୀୟ କ୍ଷେତ୍ରର ପ୍ରତି ଚାରୋଟିରୁ ଗୋଟିଏ କମ୍ପାନୀ ଚାଇନାରୁ ସେମାନଙ୍କର ବ୍ୟବସାୟିକ ୟୁନିଟ୍‌ ଉଠାଇନେବାକୁ ବିଚାର କରୁଛନ୍ତି। ଚାଇନାସ୍ଥିତ ୟୁରୋପୀୟ ଚାମ୍ବର ଅଫ୍‌ କମର୍ସ […]

ନୂଆଦିଲ୍ଲୀ : କରୋନା ମହାମାରୀର ବିପଦ ଚାଇନାର ପିଛା ଛାଡୁନି। ମହାମାରୀ ପାଇଁ ଲାଗିଥିବା ଲକ୍‌ଡାଉନ୍‌ ଦେଶରେ ବ୍ୟବସାୟିକ କାର୍ଯ୍ୟକଳାପକୁ ବିଶେଷ ଭାବେ ପ୍ରଭାବିତ କରିଛି। ଏହା ପ୍ରଭାବ ସ୍ବରୂପ ୟୁରୋପୀୟ କମ୍ପାନୀଗୁଡିକ ଏବେ ବିଶ୍ବର ଏହି ଦ୍ବିତୀୟ ବୃହତ୍‌ ଅର୍ଥନୀତି ଥିବା ରାଷ୍ଟ୍ର ଛାଡିବାକୁ ବିଚାର କରୁଛନ୍ତି। ରିପୋର୍ଟ ଅନୁଯାୟୀ ୟୁରୋପୀୟ କ୍ଷେତ୍ରର ପ୍ରତି ଚାରୋଟିରୁ ଗୋଟିଏ କମ୍ପାନୀ ଚାଇନାରୁ ସେମାନଙ୍କର ବ୍ୟବସାୟିକ ୟୁନିଟ୍‌ ଉଠାଇନେବାକୁ ବିଚାର କରୁଛନ୍ତି। ଚାଇନାସ୍ଥିତ ୟୁରୋପୀୟ ଚାମ୍ବର ଅଫ୍‌ କମର୍ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏଭଳି ସ୍ଥିତିରେ କମ୍ପାନୀଗୁଡିକ ଚାଇନାରୁ ସେମାନଙ୍କର ନିବେଶ ଅନ୍ୟତ୍ର ସ୍ଥାନାନ୍ତର କରିନେବାକୁ ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

କରୋନା ମହାମାରୀ ପାଇଁ ସଂଘାଇରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗିଛି। ଏଥିଯୋଗୁ ସେଠାରେ କମ୍ପାନୀଗୁଡିକର ବ୍ୟବସାୟ ପ୍ରଭାବିତ ହେଉଛି। ୟୁରୋପର ୧୬% କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଦକ୍ଷିଣ ପୂର୍ବ-ଏସିଆ,୧୮% ଏସୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର, ୧୯% ୟୁରୋପ,୧୨% ଉତ୍ତର ଆମେରିକା ଏବଂ ୧୧% ଦକ୍ଷିଣ ଏସିଆକୁ ସ୍ଥାନାନ୍ତର କରିନେବାକୁ ବିଚାର କରୁଥିବା ରିପୋର୍ଟରୁ ଜଣାଯାଇଛି। ଚାମ୍ବରର ଉପସଭାପତି ବେଟିନା ସ୍କୋନ୍‌-ବେହାନ୍‌ଜିନ୍‌ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ସାରା ବିଶ୍ବ ଚାଇନାକୁ ଅପେକ୍ଷା କରିପାରିବନାହିଁ।

ଆହୁରି ପଢ଼ନ୍ତୁ: ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ନୋଏଡା ବିମାନବନ୍ଦରରେ ଅବତରଣ କଲା ରୁଷିଆର ସାମରିକ ବିମାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର