ଗୃହ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ପରେ ଅଗ୍ନିବୀରଙ୍କୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଆଉ ଏକ ବଡ ଘୋଷଣା

The Sakala Picture
Published On

ନୂଆଦିଲ୍ଲୀ : ଅଗ୍ନିପଥ ଯୋଜନାକୁ ବିରୋଧ କରି ସାରା ଦେଶର ଜଳୁଛି ପ୍ରତିବାଦର ନିଆଁ । ସେନାରେ ସୈନିକ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ଅଗ୍ନିପଥ ଯୋଜନା ଏବେ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟି ଯାଇଛି । ଅଗ୍ନିପଥ ଯୋଜନା ବିରୋଧରେ ଦେଶବ୍ୟାପୀ ହିଂସାତ୍ମକ ପ୍ରଦର୍ଶନ ଉଗ୍ର ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ଆଶାୟୀ ଯୁବକଙ୍କ କ୍ରୋଧକୁ ପ୍ରଶମିତ କରିବା ପାଇଁ ସରକାର ଏହି ନିଯୁକ୍ତି ଯୋଜନାରେ ବହୁ ପ୍ରକାର କୋହଳ କରିବା […]

ନୂଆଦିଲ୍ଲୀ : ଅଗ୍ନିପଥ ଯୋଜନାକୁ ବିରୋଧ କରି ସାରା ଦେଶର ଜଳୁଛି ପ୍ରତିବାଦର ନିଆଁ । ସେନାରେ ସୈନିକ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ଅଗ୍ନିପଥ ଯୋଜନା ଏବେ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟି ଯାଇଛି । ଅଗ୍ନିପଥ ଯୋଜନା ବିରୋଧରେ ଦେଶବ୍ୟାପୀ ହିଂସାତ୍ମକ ପ୍ରଦର୍ଶନ ଉଗ୍ର ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ଆଶାୟୀ ଯୁବକଙ୍କ କ୍ରୋଧକୁ ପ୍ରଶମିତ କରିବା ପାଇଁ ସରକାର ଏହି ନିଯୁକ୍ତି ଯୋଜନାରେ ବହୁ ପ୍ରକାର କୋହଳ କରିବା ସହ ବିଭିନ୍ନ ନୂତନ ଘୋଷଣାମାନ ମଧ୍ୟ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଲାଦାଖ ପ୍ରସଙ୍ଗରେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ସୋନମ ୱାଙ୍ଗଚୁକ୍: ସେପ୍ଟେମ୍ବର ୧୯ରୁ ୨୪ ପର୍ଯ୍ୟନ୍ତ ବିକ୍ଷୋଭ ଚେତାବନୀ


ଦିନକୁ ଦିନ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ଏହାକୁ ପ୍ରଶମିତ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରିଛନ୍ତି। ଏହିକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଗ୍ନିବୀରଙ୍କ ପାଇଁ ନୂଆ ସଂରକ୍ଷଣ ନିୟମ ଲାଗୁ କରାଯିବ ବୋଲି ଘୋଷଣା କରିଛନ୍ତି। ୪ ବର୍ଷ ପରେ ସେନାରୁ ଅବ୍ୟାହତି ନେଉଥିବା ଅଗ୍ନିବୀରଙ୍କୁ ବିଭିନ୍ନ ବିଭାଗରେ ଅଗ୍ରାଧୀକାରଭିତ୍ତିରେ ଚାକିରି ଦେବା ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ପ୍ରଥମେ  ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍) ଏବଂ ଆସାମ ରାଇଫଲ୍ସରେ ୪ ବର୍ଷ ପରେ ସେନାରୁ ଅବ୍ୟାହତି ନେଉଥିବା ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ ଦେବାକୁ ଘୋଷଣା କରିଥିଲା । ଅଗ୍ନିପଥ ଯୋଜନାରେ ଚାରି ବର୍ଷର କାର୍ଯ୍ୟକାଳ ପରେ ଅଗ୍ନିବୀର ମାନଙ୍କୁ ସିଏପିଏଫ୍ ଓ ଆସାମ ରାଇଫଲ୍ସରେ ନିଯୁକ୍ତି ମିଳିବ । ଏହା ସହିତ ପ୍ରାର୍ଥୀଙ୍କ ବୟସ ସୀମା ମଧ୍ୟ କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ‘ଅଗ୍ନିବୀର’ଙ୍କ ନିଯୁକ୍ତି ବେଳେ ବୟସ ସୀମାକୁ ୩ ବର୍ଷ ଯାଏ କୋହଳ କରାଯିବ। ପ୍ରଥମ ବ୍ୟାଚର ଅଗ୍ନିବୀରଙ୍କ ପାଇଁ ନିଯୁକ୍ତି ବେଳେ ବୟସ ସୀମାକୁ ୫ ବର୍ଷ କୋହଳ କରାଯିବ।


ଗୃହମନ୍ତ୍ରଣାଳୟ ପରେ ପ୍ରତିରକ୍ଷା ବିଭାଗରେ ମଧ୍ୟ ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ ଦେବାକୁ ଘୋଷଣା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।୪ ବର୍ଷ ପରେ ସେନାରୁ ଅବ୍ୟାହତି ନେଉଥିବା ଅଗ୍ନିବୀରଙ୍କୁ ପ୍ରତିରକ୍ଷା ବିଭାଗରେ ଚାକିରି ମିଳିବ। ସେମାନଙ୍କ ପାଇଁ ୧୦% ପଦ ସଂରକ୍ଷଣ କରି ରଖାଯିବ ବୋଲି ଆଜି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ସୂଚନା ଦେଇଛନ୍ତି। ଅଗ୍ନିପଥ ଯୋଜନା ବିରୋଧରେ ଆନ୍ଦୋଳନ ତୀବ୍ର ହେଉଥିବାରୁ ଆଜି ଶ୍ରୀ ସିଂହ ୩ ସେନା ବାହିନୀର ମୁଖ୍ୟଙ୍କ ସହ ବୈଠକ କରିଥିଲେ। ଏହି ବୈଠକରେ ଅଗ୍ନିବୀରଙ୍କ ପାଇଁ ପ୍ରତିରକ୍ଷା ବିଭାଗରେ ୧୦% ଚାକିରି ସଂରକ୍ଷଣ ହୋଇ ରହିବ ବୋଲି ନିଷ୍ପତ୍ତି ହୋଇଛି। ଅଗ୍ନିବୀରମାନଙ୍କ ପାଇଁ ତଟରକ୍ଷୀ ବାହିନୀ, ଡିଫେନ୍ସ ସିଭିଲିଆନ ପୋଷ୍ଟ ଓ ସମସ୍ତ ୧୬ଟି ଡିଫେନ୍ସ ପବ୍ଲିକ ସେକ୍ଟରରେ ୧୦% ଚାକିରି ସଂରକ୍ଷିତ ହୋଇ ରହିବ।


ତେବେ ଗୃହ ଏବଂ ପ୍ରତିରକ୍ଷା ବିଭାଗ ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମଧ୍ୟ ଅଗ୍ନିବୀର ମାନଙ୍କପାଇଁ ଏକ ବଡ ଘୋଷଣା କରିଛି। ଚାରି ବର୍ଷ ଚାକିରି ପରେ ଅଗ୍ନିବୀରଙ୍କୁ ବିମାନ ଚଳାଚଳ ମନ୍ତ୍ରଣାଳୟର ଅନେକ ସେବାରେ ନିଯୁକ୍ତି ଦିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଅନେକ ମନ୍ତ୍ରଣାଳୟ ମଧ୍ୟ ଅଗ୍ନିପଥ ଯୋଜନାରେ ଅଗ୍ନିବୀରଙ୍କ ପାଇଁ ଚାକିରି ବ୍ୟବସ୍ଥା କରିବାର ପ୍ରସ୍ତାବ ଦେଇଛନ୍ତି । ମନ୍ତ୍ରଣାଳୟ କହିଛି, ଏୟାର ଟ୍ରାଫିକ ଏବଂ ବିମାନ ଜ୍ଞାନ କୌଶଳ ସେବାରେ ଅଗ୍ନିବୀରଙ୍କ ପାଇଁ ଭଲ ନିଯୁକ୍ତିର ସୁଯୋଗ ରହିଛି । ଅଗ୍ନିବୀରଙ୍କୁ ବିମାନ ରକ୍ଷଣାବେକ୍ଷଣ, ମରାମତି ଏବଂ ମୋଟାମୋଟି ସବୁ କାମରେ ସାମିଲ୍ କରାଯାଇପରେ । ଏପରିକି ସେମାନଙ୍କୁ ପାଣିପାଗ ବିଜ୍ଞାନ ଏବଂ ବିମାନ ଦୁର୍ଘଟଣା ଅନୁସନ୍ଧାନ ସେବାରେ ମଧ୍ୟ ସାମିଲ୍ କରାଯାଇପାରେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର