ଦେଶର ଲୋକମାନେ କ’ଣ ଚାହୁଁଛନ୍ତି ତାହା ପ୍ରଧାନମନ୍ତ୍ରୀ ବୁଝନ୍ତି ନାହିଁ, ତାଙ୍କ ବନ୍ଧୁମାନେ ଯାହା କୁହନ୍ତି ସେ ତାହା କରନ୍ତି : ରାହୁଲ ଗାନ୍ଧୀ

The Sakala Picture
Published On

ନୂଆଦିଲ୍ଲୀ : ‘ଅଗ୍ନିପଥ’ ବିରୋଧୀ ନିଆଁ ବର୍ତ୍ତମାନ ସାରା ଦେଶକୁ ବ୍ୟାପିବାରେ ଲାଗିଛି। ଏହି ଯୋଜନାକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ବିକ୍ଷୋଭ, ହିଂସା ତୃତୀୟ ଦିନରେ ପହଞ୍ଚିଛି। ଗତକାଲି ଦିଲ୍ଲୀ ସମେତ ହରିୟାଣା, ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଆଦି ରାଜ୍ୟରେ ଏହି ଯୋଜନାକୁ ତୀବ୍ର ବିରୋଧ କରାଯାଇଥିଲା ବେଳେ ଶୁକ୍ରବାର ଏହା ତେଲଙ୍ଗାନକୁ ବ୍ୟାପିଛି। ସିକନ୍ଦରାବାଦ ଷ୍ଟେସନରେ ଶହ ଶହ ଯୁବକ ଏହି ଯୋଜନାକୁ ବିରୋଧ କରି ଏକାଠି ହେବା ସହିତ ଭଙ୍ଗାରୁଜା […]

ନୂଆଦିଲ୍ଲୀ : ‘ଅଗ୍ନିପଥ’ ବିରୋଧୀ ନିଆଁ ବର୍ତ୍ତମାନ ସାରା ଦେଶକୁ ବ୍ୟାପିବାରେ ଲାଗିଛି। ଏହି ଯୋଜନାକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ବିକ୍ଷୋଭ, ହିଂସା ତୃତୀୟ ଦିନରେ ପହଞ୍ଚିଛି। ଗତକାଲି ଦିଲ୍ଲୀ ସମେତ ହରିୟାଣା, ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଆଦି ରାଜ୍ୟରେ ଏହି ଯୋଜନାକୁ ତୀବ୍ର ବିରୋଧ କରାଯାଇଥିଲା ବେଳେ ଶୁକ୍ରବାର ଏହା ତେଲଙ୍ଗାନକୁ ବ୍ୟାପିଛି। ସିକନ୍ଦରାବାଦ ଷ୍ଟେସନରେ ଶହ ଶହ ଯୁବକ ଏହି ଯୋଜନାକୁ ବିରୋଧ କରି ଏକାଠି ହେବା ସହିତ ଭଙ୍ଗାରୁଜା କରିଥିଲେ। ସେମାନେ ଦୁଇଟି ଟ୍ରେନରେ ନିଆଁ ଲଗାଇ ଦେଇଥିଲା ବେଳେ ସ୍ଥିତି ନିୟନ୍ତ୍ରଣ କରିବାକୁ ରେଳବାଇ ପୁଲିସ ଗୁଳି ଚଳାଇଥିଲା। ଏହି ଘଟଣାରେ ଜଣେ ବିକ୍ଷୋଭକାରୀ ଯୁବକଙ୍କ ମୃତ୍ୟୁ ହେବା ସହିତ ୧୨ ଜଣ ଆହତ ହୋଇଛନ୍ତି। ତୃତୀୟ ଦିନରେ ବିହାର ଏବଂ ଉତ୍ତରପ୍ରଦେଶରେ ବିକ୍ଷୋଭ ଆହୁରି ଜୋରଦାର ହୋଇଛି। ଏହାରି ମଧ୍ୟରେ ଅଗ୍ନିପଥ ଯୋଜନାକୁ ନେଇ ରାଚନୀତି ମଧ୍ୟ ଆରମ୍ଭ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ


କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଦେଶରେ ଜଳୁଥିବା ନିଆଁ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। କେନ୍ଦ୍ର   ସରକାର ଗତ ୮ ବର୍ଷ ହେବ ଯବାନ ଓ କିଷାନଙ୍କୁ ଅପମାନିତ କରୁଛନ୍ତି। ତେଣୁ କୃଷି ଆଇନ୍‌ ପରି ‘ଅଗ୍ନିପଥ’ ଆଇନକୁ ମଧ୍ୟ କେନ୍ଦ୍ର ସରକାର ପ୍ରତ୍ୟାହାର କରିବାକୁ ବାଧ୍ୟ ହେବେ ବୋଲି ଟ୍ୱିଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।

ରାହୁଲ ଟ୍ବିଟ୍ କରି କହିଛନ୍ତି “ଲଗାତାର ୮ ବର୍ଷ ଧରି ସରକାର ‘ଜୟ ଯବାନ, ଜୟ କିଷାନ’ର ମୂଲ୍ୟବୋଧକୁ ଅପମାନିତ କରିଛନ୍ତି। ମୁଁ ଏହା ପୂର୍ବରୁ ମଧ୍ୟ କହିଥିଲି ଯେ ପ୍ରଧାନମନ୍ତ୍ରୀଙ୍କୁ କଳା କୃଷି ଆଇନ ପ୍ରତ୍ୟାହାର କରିବାକୁ ପଡିବ। ସେହିଭଳି ଅଗ୍ନିପଥ ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସମାନ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। ତାଙ୍କୁ ଦେଶର ଯୁବବର୍ଗଙ୍କ କଥା ମାନିବାକୁ ପଡ଼ିବ ଓ ‘ଅଗ୍ନିପଥ’ ଯୋଜନାକୁ ଫେରାଇ ନେବାକୁ ପଡ଼ିବ।’


ଅନ୍ୟପଟେ ରାହୁଲ ଗାନ୍ଧୀ ଗତକାଲି କରିଥିବା ଆଉ ଏକ ଟ୍ବିଟ୍ରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ନେତୃତ୍ବାଧିନ ସରକାରକୁ ଟାର୍ଗେଟ କରିଥିଲେ। ରାହୁଲ ଟ୍ବିଟ କରି କହିଥିଲେ ଯେ ଦେଶର ଲୋକମାନେ କ’ଣ ଚାହୁଁଛନ୍ତି ତାହା ପ୍ରଧାନମନ୍ତ୍ରୀ ବୁଝନ୍ତି ନାହିଁ, ତାଙ୍କ ବନ୍ଧୁମାନେ ଯାହା କୁହନ୍ତି ସେ ତାହା କରନ୍ତି। ଏହାର ବହୁ ପ୍ରମାଣ ମଧ୍ୟ ରହିଛି। ମୋଦୀ ସରକାରଙ୍କ ଅଗ୍ନିପଥ ଯୋଜନାକୁ ଯୁବକମାନେ ପ୍ରତ୍ୟାଖ୍ୟାନ କଲେ । କୃଷି ଆଇନକୁ କୃଷକମାନେ ପ୍ରତ୍ୟାଖ୍ୟାନ କଲେ। ବିମୁଦ୍ରୀକରଣକୁ ଅର୍ଥନୀତିଜ୍ଞମାନେ ଅସ୍ୱୀକାର କଲେ ସେହିପରି ଜିଏସ୍‌ଟିକୁ ମଧ୍ୟ ବ୍ୟବସାୟୀମାନେ ପ୍ରତ୍ୟାଖ୍ୟାନ କଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର