‘ଅଗ୍ନି ପଥ’ ଯୋଜନାକୁ ନେଇ ମିଥ୍ଯା ଖବର ପ୍ରସାରଣ କରୁଥିବା ୩୫ଟି ହ୍ବାଟସଆପ୍ ଗ୍ରୁପକୁ ବ୍ଯାନ୍ କଲା କେନ୍ଦ୍ର, ୧୦ ଗିରଫ

The Sakala Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଏବେ ଦେଶବ୍ୟାପୀ ପ୍ରତିବାଦ କରାଯାଉଛି। ବିଭିନ୍ନ ରାଜ୍ୟରେ ଏହି ଯୋଜନାକୁ ବିରୋଧ କରି ବିଗତ ୪ ଦିନ ହେଲା ବିକ୍ଷୋଭ, ହିଂସା ଲାଗି ରହିଥିବା ବେଳେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି।  ଏହି ସ୍କିମ ପ୍ରତ୍ୟାହାର ହେବ ନାହିଁ  ବୋଲି ସାମ୍ବାଦିକ ସମ୍ମିଳନୀରେ ୩ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ଯୋଜନାକୁ ନେଇ ମିଥ୍ଯା ଖବର ପ୍ରସାରଣ କରୁଥିବା ୩୫ଟୁ ହ୍ବାଟସଆପ୍ ଗ୍ରୃପ ଉପରେ କେନ୍ଦ୍ର […]

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଏବେ ଦେଶବ୍ୟାପୀ ପ୍ରତିବାଦ କରାଯାଉଛି। ବିଭିନ୍ନ ରାଜ୍ୟରେ ଏହି ଯୋଜନାକୁ ବିରୋଧ କରି ବିଗତ ୪ ଦିନ ହେଲା ବିକ୍ଷୋଭ, ହିଂସା ଲାଗି ରହିଥିବା ବେଳେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି।  ଏହି ସ୍କିମ ପ୍ରତ୍ୟାହାର ହେବ ନାହିଁ  ବୋଲି ସାମ୍ବାଦିକ ସମ୍ମିଳନୀରେ ୩ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ଯୋଜନାକୁ ନେଇ ମିଥ୍ଯା ଖବର ପ୍ରସାରଣ କରୁଥିବା ୩୫ଟୁ ହ୍ବାଟସଆପ୍ ଗ୍ରୃପ ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ନୂତନ ଯୋଜନା ବିଷୟରେ ଭୁଲ ତଥ୍ୟ ବିସ୍ତାର କରୁଥିବା ସମ୍ପୃକ୍ତ ଲୋକଙ୍କୁ ସରକାର ଟ୍ରାକିଂ ମଧ୍ଯ କରୁଛନ୍ତି। ଏଥିସହ ମିଥ୍ୟା ଖବର ପ୍ରସାରଣ କରି ଅଗ୍ନିପଥ ଯୋଜନାରେ ସାମିଲ ହେବାକୁ ଥିବା ଯୁବକମାନଙ୍କୁ ବିଭ୍ରାନ୍ତ କରୁଥିବା କାରଣରୁ ୧୦ ଜଣଙ୍କୁ ଗିରଫ କରାଯାଇଛି। ଏହି ଯୋଜନା ସମ୍ବନ୍ଧରେ ସୂଚନା ଯାଞ୍ଚ କରିବା ପାଇଁ ପ୍ରେସ ଇନଫରମେସନ୍ ବ୍ୟୁରୋ ଏକ ଫ୍ୟାକ୍ଟ ଚେକ୍ ଲାଇନ୍ ମଧ୍ୟ ଖୋଲିଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ଭାରତୀୟ ଯୁବକମାନଙ୍କ ପାଇଁ ସଶସ୍ତ୍ର ବାହିନୀରେ ସେବା କରିବା ପାଇଁ କେନ୍ଦ୍ର  ଏକ ନୂତନ ସ୍ୱଳ୍ପକାଳୀନ ନିଯୁକ୍ତି ନୀତି ଉନ୍ମୋଚନ କରିଛି। ଯାହାର ନାଁ ଅଗ୍ନିପଥ୍ ରଖାଯାଇଛି। ଏହି ଯୋଜନାରେ ୧୭.୫ ରୁ ୨୧ ବର୍ଷ ବୟସର ଯୁବକମାନେ ଚାରି ବର୍ଷ ପାଇଁ ତିନୋଟି ସେବା ମଧ୍ୟରୁ ଯେ କୌସି ସେବାରେ ଅନ୍ତର୍ଭୁକ୍ତ ହୋଇପାରିବେ।

ଆହୁରି ପଢ଼ନ୍ତୁ: ୟେମେନରେ ହୁଥି ବିଦ୍ରୋହୀଙ୍କ ବଡ଼ ବିଜୟ: ରଣନୀତିକ ମୋଚା ସହର ଦଖଲ ପରେ ବିଶ୍ୱ ବାଣିଜ୍ୟ ପାଇଁ ବଢିଲା ବିପଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର