ସେପ୍ଟେମ୍ବର ୨ରେ ମିଶନ ସୂର୍ଯ୍ୟ, ଶ୍ରୀହରିକୋଟାରୁ ଲଞ୍ଚ ହେବ ଆଦିତ୍ୟ ଏଲ-୧
ବେଙ୍ଗାଲୁରୁ: ଚନ୍ଦ୍ର ମିଶନର ସଫଳତା ପରେ ଏବେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ନଜର ସୂର୍ଯ୍ୟ ଉପରେ । ସୂର୍ଯ୍ୟର ରହସ୍ୟ ଅଧ୍ୟୟନ ପାଇଁ ଇସ୍ରୋ ସେପ୍ଟେମ୍ବର ୨ରେ ଆଦିତ୍ୟ ମିଶନ ଏଲ୍-୧ର ଶୁଭାରମ୍ଭ ହେବ । ଏ ନେଇ ଇସ୍ରୋ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଟ୍ବିଟରେ ଲେଖାଯାଇଛି ଯେ, ସେପ୍ଟେମ୍ବର ୨ ତାରିଖ ୧୧ଟା ୫୦ ମିନିଟରେ ଲଞ୍ଚ ହେବ । ୧.୫ ମିଲିୟନ୍ କିଲୋମିଟର ଯାତ୍ରା କରିବ ଆଦିତ୍ୟ ଏଲ-୧ । […]
ବେଙ୍ଗାଲୁରୁ: ଚନ୍ଦ୍ର ମିଶନର ସଫଳତା ପରେ ଏବେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ନଜର ସୂର୍ଯ୍ୟ ଉପରେ । ସୂର୍ଯ୍ୟର ରହସ୍ୟ ଅଧ୍ୟୟନ ପାଇଁ ଇସ୍ରୋ ସେପ୍ଟେମ୍ବର ୨ରେ ଆଦିତ୍ୟ ମିଶନ ଏଲ୍-୧ର ଶୁଭାରମ୍ଭ ହେବ । ଏ ନେଇ ଇସ୍ରୋ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଟ୍ବିଟରେ ଲେଖାଯାଇଛି ଯେ, ସେପ୍ଟେମ୍ବର ୨ ତାରିଖ ୧୧ଟା ୫୦ ମିନିଟରେ ଲଞ୍ଚ ହେବ । ୧.୫ ମିଲିୟନ୍ କିଲୋମିଟର ଯାତ୍ରା କରିବ ଆଦିତ୍ୟ ଏଲ-୧ ।
🚀PSLV-C57/🛰️Aditya-L1 Mission:
The launch of Aditya-L1,
the first space-based Indian observatory to study the Sun ☀️, is scheduled for
🗓️September 2, 2023, at
🕛11:50 Hrs. IST from Sriharikota.ଆହୁରି ପଢ଼ନ୍ତୁ: ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ପାୱାର ଉପରେ ଇଡିର ଚଢ଼ଉ: ମୁମ୍ବାଇ ଓ ହାଇଦ୍ରାବାଦର ୧୨ଟି ସ୍ଥାନରେ ଚାଲିଛି ତଲାସିCitizens are invited to witness the launch from the Launch View Gallery at… pic.twitter.com/bjhM5mZNrx
— ISRO (@isro) August 28, 2023
‘ଆଦିତ୍ୟ ଏଲ୍-୧’ ମହାକାଶଯାନକୁ ସୌର କୋରୋନା (ସୂର୍ଯ୍ୟର ବାହ୍ୟ ସ୍ତର) ଏବଂ ଏଲ୍-୧ (ପୃଥିବୀ-ସୂର୍ଯ୍ୟ ଲାଙ୍ଗ୍ରେଜ୍ ପଏଣ୍ଟ)ରେ ସୌର ପବନର ସ୍ଥିତି ନିରୀକ୍ଷଣ ପାଇଁ ଡିଜାଇନ୍ କରାଯାଇଛି । ଲାଙ୍ଗ୍ରେଜ୍ ପଏଣ୍ଟରେ ରହି ସୌର ପ୍ରବାହର ଅନୁଧ୍ୟାନ କରିବ ଆଦିତ୍ୟ ଖ-୧। ସୂର୍ଯ୍ୟ ଓ ପୃଥିବୀ ମଧ୍ୟସ୍ଥ ଏକ ସ୍ଥାନ ଲାଙ୍ଗ୍ରେଜ୍ ପଏଣ୍ଟ, ଯାହା ପୃଥିବୀଠାରୁ ୧୫ ଲକ୍ଷ କିମି ଦୂରରେ ରହିଛି। ଏହି ପଏଣ୍ଟରେ ଉଭୟଙ୍କର ମାଧ୍ୟାକର୍ଷଣ ଶକ୍ତି ପ୍ରାୟ ସମାନ । ଏଥି ସହିତ ଲାଙ୍ଗ୍ରେଜ୍ ପଏଣ୍ଟରେ ଗ୍ରହଣର କୌଣସି ପ୍ରଭାବ ନଥାଏ । ଏହି ସ୍ଥାନରୁ ସୂର୍ଯ୍ୟଙ୍କୁ ବିନା କୌଣସି ବାଧାରେ ଦେଖି ହେବ।
ସୂର୍ଯ୍ୟର ଅଧ୍ୟୟନ ପାଇଁ ଏହା ପ୍ରଥମ ଉତ୍ସର୍ଗୀକୃତ ଭାରତୀୟ ମହାକାଶ ଅଭିଯାନ ହେବ । ଆଦିତ୍ୟ-ଏଲ୍୧ ମିଶନର ଲକ୍ଷ୍ୟ ହେଉଛି ଏଲ୍-୧ ର କକ୍ଷରୁ ସୂର୍ଯ୍ୟର ଅଧ୍ୟୟନ କରିବା । ଆଦିତ୍ୟ ମିଶନ ମହାକାଶଯାନ ସାଙ୍ଗରେ ୭ଟି ପେଲୋଡ୍ ନେଇ ଯିବ ଯାହା ଫଟୋଗ୍ରାଫି, କ୍ରୋମୋସ୍ଫିୟର (ସୂର୍ଯ୍ୟ ଦୃଶ୍ୟମାନ ପୃଷ୍ଠର ଉପର ସ୍ତର) ଏବଂସୂର୍ଯ୍ୟର ସବୁଠୁ ବାହ୍ୟ ସ୍ତର (କୋରୋନା)କୁ ବିଭିନ୍ନ ଓ୍ବେଭ୍ ବ୍ୟାଣ୍ଡରେ ନିରୀକ୍ଷଣ ସହାୟକ ହେବେ।
ସେପ୍ଟେମ୍ବର ୨ରେ ମିଶନ ସୂର୍ଯ୍ୟ, ଶ୍ରୀହରିକୋଟାରୁ ଲଞ୍ଚ ହେବ ଆଦିତ୍ୟ ଏଲ-୧
ବେଙ୍ଗାଲୁରୁ: ଚନ୍ଦ୍ର ମିଶନର ସଫଳତା ପରେ ଏବେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ନଜର ସୂର୍ଯ୍ୟ ଉପରେ । ସୂର୍ଯ୍ୟର ରହସ୍ୟ ଅଧ୍ୟୟନ ପାଇଁ ଇସ୍ରୋ ସେପ୍ଟେମ୍ବର ୨ରେ ଆଦିତ୍ୟ ମିଶନ ଏଲ୍-୧ର ଶୁଭାରମ୍ଭ ହେବ । ଏ ନେଇ ଇସ୍ରୋ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଟ୍ବିଟରେ ଲେଖାଯାଇଛି ଯେ, ସେପ୍ଟେମ୍ବର ୨ ତାରିଖ ୧୧ଟା ୫୦ ମିନିଟରେ ଲଞ୍ଚ ହେବ । ୧.୫ ମିଲିୟନ୍ କିଲୋମିଟର ଯାତ୍ରା କରିବ ଆଦିତ୍ୟ ଏଲ-୧ ।
🚀PSLV-C57/🛰️Aditya-L1 Mission:
The launch of Aditya-L1,
the first space-based Indian observatory to study the Sun ☀️, is scheduled for
🗓️September 2, 2023, at
🕛11:50 Hrs. IST from Sriharikota.Citizens are invited to witness the launch from the Launch View Gallery at… pic.twitter.com/bjhM5mZNrx