ସରକାରୀ ବଙ୍ଗଳା ଖାଲି କରିବାକୁ ସାଂସଦ ରାଘବ ଚଢାଙ୍କୁ ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ; ବିଜେପି ଷଡଯନ୍ତ୍ର କରୁଛି ବୋଲି ଅଭିଯୋଗ ଆଣିଲେ ରାଘବ

The Sakala Picture
Published On

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ଦିଲ୍ଲୀ ପଟିଆଲା କୋର୍ଟରୁ ଝଟକା । ସରକାରୀ ବଙ୍ଗଳା ଖାଲି କରିବାକୁ ରାଘବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଟିଆଲା କୋର୍ଟ । ଟାଇପ-୭ ବଙ୍ଗଳାକୁ ନେଇ ରାଜ୍ଯସଭା ସଚିବାଳୟ ଓ ରାଘବଙ୍କୁ ନେଇ ଚାଲିଥିବା ବିବାଦର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅନ୍ୟପଟେ ରାଜ୍ୟସଭା ସଚିବାଳୟ ଦ୍ୱାରା ଆବଣ୍ଟିତ ସରକାରୀ ଆବାସକୁ ରଦ୍ଦ କରିଯିବା ନେଇ ପ୍ରତିକ୍ରୟା ପ୍ରକାଶ କରିଛନ୍ତି ଆପ୍ ସାଂସଦ ରାଘବ ଚଢା । […]

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ଦିଲ୍ଲୀ ପଟିଆଲା କୋର୍ଟରୁ ଝଟକା । ସରକାରୀ ବଙ୍ଗଳା ଖାଲି କରିବାକୁ ରାଘବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଟିଆଲା କୋର୍ଟ । ଟାଇପ-୭ ବଙ୍ଗଳାକୁ ନେଇ ରାଜ୍ଯସଭା ସଚିବାଳୟ ଓ ରାଘବଙ୍କୁ ନେଇ ଚାଲିଥିବା ବିବାଦର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅନ୍ୟପଟେ ରାଜ୍ୟସଭା ସଚିବାଳୟ ଦ୍ୱାରା ଆବଣ୍ଟିତ ସରକାରୀ ଆବାସକୁ ରଦ୍ଦ କରିଯିବା ନେଇ ପ୍ରତିକ୍ରୟା ପ୍ରକାଶ କରିଛନ୍ତି ଆପ୍ ସାଂସଦ ରାଘବ ଚଢା । ବିନା ସୂଚନାରେ ବଙ୍ଗଳା ରଦ୍ଦ କରି ବିଜେପି ତାଙ୍କ ବିରୋଧରେ ଷଡଯନ୍ତ୍ର କରିଛି ବୋଲି ସେ ଅଭିଯୋଗ କରିଛନ୍ତି । ରାଜ୍ୟସଭାରେ ୭୦ ବର୍ଷରୁ ଅଧିକ ବର୍ଷର ଇତିହାସରେ ଏଭଳି ଘଟଣା ପ୍ରଥମଥର ଘଟିଥିବା ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

ରାଘବଙ୍କୁ ଦିଲ୍ଲୀର ପାଣ୍ଡରା ରୋଡରେ ଯେଉଁ ଟାଇପ-୭ ବଙ୍ଗଳା ଦିଆଯାଇଥିଲା ତାହାକୁ ଗତ ମାର୍ଚ୍ଚରେ ରଦ୍ଦ କରିଥିଲା ରାଜ୍ୟସଭା ସଚିବାଳୟ । ପ୍ରଥମ ଥରର ସାଂସଦମାନଙ୍କୁ ଯେଉଁ ଘର ଦିଆଯାଇଥାଏ ତାହାଠାରୁ ଅଧିକ ମାନର ଟାଇପ-୭ ଘର ଦିଆଯାଇଥିଲା ବୋଲି ସଚିବାଳୟ ପକ୍ଷରୁ କୁହାଯାଇଥିଲା । ଏହା ସହ ତାଙ୍କୁ ଆଉ ଏକ କ୍ବାର୍ଟର୍ସ ଦିଆଗଲା ବୋଲି ସଚିବାଳୟ କହିଥିଲା । ଏହି ନିଷ୍ପତ୍ତି ବିରୋଧରେ ରାଘବ ପାଟିଆଲା ହାଉସ କୋର୍ଟଙ୍କ ଦ୍ବାରସ୍ଥ ହୋଇ ଏହା ଉପରେ ଗତ ଏପ୍ରିଲରେ ସ୍ଥଗିତାଦେଶ ପାଇଥିଲେ ।

ଆହୁରି ପଢ଼ନ୍ତୁ: ହୋଲି ରାତିରେ ଅମ୍ବିକାପୁରରେ ଲୋମହର୍ଷଣକାରୀ ଘଟଣା: ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ, ପାଣି ଟାଙ୍କିରେ ଲୁଚାଇଲା ଶବ

ପୂର୍ବତନ କ୍ଯାବିନେଟ ମନ୍ତ୍ରୀ, ପୂର୍ବତନ ଗଭର୍ଣ୍ଣର, ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ଲୋକସଭା ବାଚସ୍ପତି ଥିବା ସାଂସଦମାନଙ୍କୁ ହିଁ ଟାଇପ-୭ ବଙ୍ଗଳା ମିଳିବ । କ୍ବାର୍ଟର୍ସ ରଦ୍ଦ ଲାଗି କରାଯାଇଥିବା ଯୋଜନାକୁ ରାଘବ ସମାଲୋଚନା କରିବା ସହ ତାଙ୍କୁ କୌଣସି ନୋଟିସ ଦିଆ ନଯାଇ ଏହି ପ୍ରକ୍ରିୟା କରାଯାଇଛି ବୋଲି ସେ କହିଛନ୍ତି । ରାଜ୍ୟସଭାର ୭୦ ବର୍ଷର ଇତିହାସରେ ଏପରି ଘଟି ନଥିଲା ଏବଂ ଜଣେ ସାଂସଦଙ୍କ ପ୍ରତି ଏପରି ଆଚରଣ କରାଯିବାର ନମୁନା ନାହିଁ ବୋଲି ସେ କହିଛନ୍ତି । ଏହାକୁ ନେଇ ସେ ବିଜେପି ଉପରେ ବର୍ଷିଛନ୍ତି ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଭିୱାଣ୍ଡି ଖାଡ଼ି ନିକଟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ, ପୋଲିସର ତଦନ୍ତ ଜାରି

07 Oct 2023 By The Sakala

ସରକାରୀ ବଙ୍ଗଳା ଖାଲି କରିବାକୁ ସାଂସଦ ରାଘବ ଚଢାଙ୍କୁ ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ; ବିଜେପି ଷଡଯନ୍ତ୍ର କରୁଛି ବୋଲି ଅଭିଯୋଗ ଆଣିଲେ ରାଘବ

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ଦିଲ୍ଲୀ ପଟିଆଲା କୋର୍ଟରୁ ଝଟକା । ସରକାରୀ ବଙ୍ଗଳା ଖାଲି କରିବାକୁ ରାଘବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଟିଆଲା କୋର୍ଟ । ଟାଇପ-୭ ବଙ୍ଗଳାକୁ ନେଇ ରାଜ୍ଯସଭା ସଚିବାଳୟ ଓ ରାଘବଙ୍କୁ ନେଇ ଚାଲିଥିବା ବିବାଦର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅନ୍ୟପଟେ ରାଜ୍ୟସଭା ସଚିବାଳୟ ଦ୍ୱାରା ଆବଣ୍ଟିତ ସରକାରୀ ଆବାସକୁ ରଦ୍ଦ କରିଯିବା ନେଇ ପ୍ରତିକ୍ରୟା ପ୍ରକାଶ କରିଛନ୍ତି ଆପ୍ ସାଂସଦ ରାଘବ ଚଢା । ବିନା ସୂଚନାରେ ବଙ୍ଗଳା ରଦ୍ଦ କରି ବିଜେପି ତାଙ୍କ ବିରୋଧରେ ଷଡଯନ୍ତ୍ର କରିଛି ବୋଲି ସେ ଅଭିଯୋଗ କରିଛନ୍ତି । ରାଜ୍ୟସଭାରେ ୭୦ ବର୍ଷରୁ ଅଧିକ ବର୍ଷର ଇତିହାସରେ ଏଭଳି ଘଟଣା ପ୍ରଥମଥର ଘଟିଥିବା ସେ କହିଛନ୍ତି ।

ରାଘବଙ୍କୁ ଦିଲ୍ଲୀର ପାଣ୍ଡରା ରୋଡରେ ଯେଉଁ ଟାଇପ-୭ ବଙ୍ଗଳା ଦିଆଯାଇଥିଲା ତାହାକୁ ଗତ ମାର୍ଚ୍ଚରେ ରଦ୍ଦ କରିଥିଲା ରାଜ୍ୟସଭା ସଚିବାଳୟ । ପ୍ରଥମ ଥରର ସାଂସଦମାନଙ୍କୁ ଯେଉଁ ଘର ଦିଆଯାଇଥାଏ ତାହାଠାରୁ ଅଧିକ ମାନର ଟାଇପ-୭ ଘର ଦିଆଯାଇଥିଲା ବୋଲି ସଚିବାଳୟ ପକ୍ଷରୁ କୁହାଯାଇଥିଲା । ଏହା ସହ ତାଙ୍କୁ ଆଉ ଏକ କ୍ବାର୍ଟର୍ସ ଦିଆଗଲା ବୋଲି ସଚିବାଳୟ କହିଥିଲା । ଏହି ନିଷ୍ପତ୍ତି ବିରୋଧରେ ରାଘବ ପାଟିଆଲା ହାଉସ କୋର୍ଟଙ୍କ ଦ୍ବାରସ୍ଥ ହୋଇ ଏହା ଉପରେ ଗତ ଏପ୍ରିଲରେ ସ୍ଥଗିତାଦେଶ ପାଇଥିଲେ ।

ପୂର୍ବତନ କ୍ଯାବିନେଟ ମନ୍ତ୍ରୀ, ପୂର୍ବତନ ଗଭର୍ଣ୍ଣର, ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ଲୋକସଭା ବାଚସ୍ପତି ଥିବା ସାଂସଦମାନଙ୍କୁ ହିଁ ଟାଇପ-୭ ବଙ୍ଗଳା ମିଳିବ । କ୍ବାର୍ଟର୍ସ ରଦ୍ଦ ଲାଗି କରାଯାଇଥିବା ଯୋଜନାକୁ ରାଘବ ସମାଲୋଚନା କରିବା ସହ ତାଙ୍କୁ କୌଣସି ନୋଟିସ ଦିଆ ନଯାଇ ଏହି ପ୍ରକ୍ରିୟା କରାଯାଇଛି ବୋଲି ସେ କହିଛନ୍ତି । ରାଜ୍ୟସଭାର ୭୦ ବର୍ଷର ଇତିହାସରେ ଏପରି ଘଟି ନଥିଲା ଏବଂ ଜଣେ ସାଂସଦଙ୍କ ପ୍ରତି ଏପରି ଆଚରଣ କରାଯିବାର ନମୁନା ନାହିଁ ବୋଲି ସେ କହିଛନ୍ତି । ଏହାକୁ ନେଇ ସେ ବିଜେପି ଉପରେ ବର୍ଷିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର