କରୋନା ଡରରେ ୩ ବର୍ଷ ଯାଏ ପୁଅ ସହ ନିଜକୁ ବନ୍ଦୀ କରି ରଖିଥିଲେ ମା’

The Sakala Picture
Published On

ଚଣ୍ଡିଗଡ଼: ହରିୟାଣାର ଗୁରୁଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାହାରକୁ ଗଲେ କାଳେ କରୋନା ମାଡ଼ିବସିବ ବୋଲି ଭାବି ଏହି ଭୟରେ ଦୀର୍ଘ ୩ ବର୍ଶ ହେଲା ଘରୁ ବାହାରୁ ନାହାଁନ୍ତି  ମା’ ଓ ପୁଅ। କରୋନାର ଭୟାନକ ଘଟଣା ବାବଦରେ ଜାଣିବା ପରେ ୩୩ ବର୍ଷିୟା ମୁନମୁନ ମାଝୀ ଅତିମାତ୍ରାରେ ଭୟଭୀତ ହୋଇପଡ଼ିଥିଲେ । ବାହାରକୁ ବାହାରିଲେ କରୋନା ଆକ୍ରାନ୍ତ ହେବା ପକ୍କା ବୋଲି ଧରିନେଇ ସେ ଓ ନିଜର ୧୦ ବର୍ଷୀୟ ପୁଅକୁ […]

ଚଣ୍ଡିଗଡ଼: ହରିୟାଣାର ଗୁରୁଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାହାରକୁ ଗଲେ କାଳେ କରୋନା ମାଡ଼ିବସିବ ବୋଲି ଭାବି ଏହି ଭୟରେ ଦୀର୍ଘ ୩ ବର୍ଶ ହେଲା ଘରୁ ବାହାରୁ ନାହାଁନ୍ତି  ମା’ ଓ ପୁଅ। କରୋନାର ଭୟାନକ ଘଟଣା ବାବଦରେ ଜାଣିବା ପରେ ୩୩ ବର୍ଷିୟା ମୁନମୁନ ମାଝୀ ଅତିମାତ୍ରାରେ ଭୟଭୀତ ହୋଇପଡ଼ିଥିଲେ । ବାହାରକୁ ବାହାରିଲେ କରୋନା ଆକ୍ରାନ୍ତ ହେବା ପକ୍କା ବୋଲି ଧରିନେଇ ସେ ଓ ନିଜର ୧୦ ବର୍ଷୀୟ ପୁଅକୁ ଘର ଭିତରେ ବନ୍ଦ କରି ରଖିଲେ । ଖାସ କରି ପୁଅ ଘରୁ ବାହାରିଲେ କରୋନାରେ ମରିଯିବ ବୋଲି ଧରିନେଇ ଘରେ ତାକୁ ବନ୍ଦ କରି ରଖିଲେ । ଏହି ସମୟରେ ମୁନମୁନଙ୍କ ସ୍ବାମୀ ସୁଜାନ ମାଝୀ ଯିଏ କି ଜଣେ ଇଞ୍ଜିନିୟର ସେମାନଙ୍କୁ ଖାଦ୍ୟ ପଦାର୍ଥ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଆସୁଥିଲେ । ଏମିତି ଭାବେ ୩ ବର୍ଷ ବିତିସାରିଥିଲେ ସୁଦ୍ଧା ମୁନମୁନ ଘରୁ ଆଉ ବାହାରିଲେନି ।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

ତିନି ବର୍ଷ ପରେ ବି ଯେତେବେଳେ ଘରୁ ବାହାରିବାକୁ ମୁନମୁନ ମନାକଲେ ସେତେବେଳେ ପୁଲିସର ସାହାଯ୍ୟ ନେଇଥିଲେ ସୁଜାନ । ପୁଲିସ ମୁନମୁନଙ୍କ ଘରେ ପହଞ୍ଚି ଉଦ୍ଧାର କରିବା ସହିତ ତାଙ୍କୁ ଡାକ୍ତରଖାନା ପଠାଇଥିଲେ। ଘରେ ତିନି ବର୍ଷର ଅଳିଆ ଆବର୍ଜନା ପଡ଼ି ଗନ୍ଧମୟ ପରିବେଶ ହୋଇସାରିଥିଲା । ୭ ବର୍ଷର ପୁଅ ୧୦ ବର୍ଷର ହୋଇସାରିଥିଲା । ତା ମୁଣ୍ଡର ଚୁଟି କାନ୍ଧ ଯାଏଁ ଲମ୍ବି ଆସିଥିଲା । ଏପରି ଅବସ୍ଥାରେ ଦେଖି ପୋଲିସ ତାଜୁବ ହୋଇପଡିଥିଲା । ହେଲେ ସେ ନିଜକୁ ଫିଟ୍ ବୋଲି କହିଥିଲେ ମୁନମୁନ । ସେପଟେ ସ୍ତ୍ରୀ ଓ ପୁଅ ବାହାରକୁ ଆସିବା ପରେ ଖୁବ ଶୀଘ୍ର ତାଙ୍କ ଜୀବନ ଟ୍ରାକକୁ ଫେରିବ ବୋଲି କହିଛନ୍ତି ସୁଜାନ ମାଝୀ ।

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

23 Feb 2023 By The Sakala

କରୋନା ଡରରେ ୩ ବର୍ଷ ଯାଏ ପୁଅ ସହ ନିଜକୁ ବନ୍ଦୀ କରି ରଖିଥିଲେ ମା’

ଚଣ୍ଡିଗଡ଼: ହରିୟାଣାର ଗୁରୁଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାହାରକୁ ଗଲେ କାଳେ କରୋନା ମାଡ଼ିବସିବ ବୋଲି ଭାବି ଏହି ଭୟରେ ଦୀର୍ଘ ୩ ବର୍ଶ ହେଲା ଘରୁ ବାହାରୁ ନାହାଁନ୍ତି  ମା’ ଓ ପୁଅ। କରୋନାର ଭୟାନକ ଘଟଣା ବାବଦରେ ଜାଣିବା ପରେ ୩୩ ବର୍ଷିୟା ମୁନମୁନ ମାଝୀ ଅତିମାତ୍ରାରେ ଭୟଭୀତ ହୋଇପଡ଼ିଥିଲେ । ବାହାରକୁ ବାହାରିଲେ କରୋନା ଆକ୍ରାନ୍ତ ହେବା ପକ୍କା ବୋଲି ଧରିନେଇ ସେ ଓ ନିଜର ୧୦ ବର୍ଷୀୟ ପୁଅକୁ ଘର ଭିତରେ ବନ୍ଦ କରି ରଖିଲେ । ଖାସ କରି ପୁଅ ଘରୁ ବାହାରିଲେ କରୋନାରେ ମରିଯିବ ବୋଲି ଧରିନେଇ ଘରେ ତାକୁ ବନ୍ଦ କରି ରଖିଲେ । ଏହି ସମୟରେ ମୁନମୁନଙ୍କ ସ୍ବାମୀ ସୁଜାନ ମାଝୀ ଯିଏ କି ଜଣେ ଇଞ୍ଜିନିୟର ସେମାନଙ୍କୁ ଖାଦ୍ୟ ପଦାର୍ଥ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଆସୁଥିଲେ । ଏମିତି ଭାବେ ୩ ବର୍ଷ ବିତିସାରିଥିଲେ ସୁଦ୍ଧା ମୁନମୁନ ଘରୁ ଆଉ ବାହାରିଲେନି ।

ତିନି ବର୍ଷ ପରେ ବି ଯେତେବେଳେ ଘରୁ ବାହାରିବାକୁ ମୁନମୁନ ମନାକଲେ ସେତେବେଳେ ପୁଲିସର ସାହାଯ୍ୟ ନେଇଥିଲେ ସୁଜାନ । ପୁଲିସ ମୁନମୁନଙ୍କ ଘରେ ପହଞ୍ଚି ଉଦ୍ଧାର କରିବା ସହିତ ତାଙ୍କୁ ଡାକ୍ତରଖାନା ପଠାଇଥିଲେ। ଘରେ ତିନି ବର୍ଷର ଅଳିଆ ଆବର୍ଜନା ପଡ଼ି ଗନ୍ଧମୟ ପରିବେଶ ହୋଇସାରିଥିଲା । ୭ ବର୍ଷର ପୁଅ ୧୦ ବର୍ଷର ହୋଇସାରିଥିଲା । ତା ମୁଣ୍ଡର ଚୁଟି କାନ୍ଧ ଯାଏଁ ଲମ୍ବି ଆସିଥିଲା । ଏପରି ଅବସ୍ଥାରେ ଦେଖି ପୋଲିସ ତାଜୁବ ହୋଇପଡିଥିଲା । ହେଲେ ସେ ନିଜକୁ ଫିଟ୍ ବୋଲି କହିଥିଲେ ମୁନମୁନ । ସେପଟେ ସ୍ତ୍ରୀ ଓ ପୁଅ ବାହାରକୁ ଆସିବା ପରେ ଖୁବ ଶୀଘ୍ର ତାଙ୍କ ଜୀବନ ଟ୍ରାକକୁ ଫେରିବ ବୋଲି କହିଛନ୍ତି ସୁଜାନ ମାଝୀ ।

https://www.thesakala.in/national-international/a-woman-locked-herself-son-in-home-fearing-covid-for-3-years/article-19230
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର