ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ନୁପୂରଙ୍କ ସମର୍ଥନରେ ପୋଷ୍ଟ କରିଥିବା ଟେଲରଙ୍କୁ ହାଣି ହତ୍ଯାକଲେ ଦୁର୍ବୃତ୍ତ

The Sakala Picture
Published On

ଉଦୟପୁର: ବିବାଦୀୟ ପୂର୍ବତନ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ ସମର୍ଥନରେ ଗଣମାଧ୍ୟମରେ ପୋଷ୍ଟ କରିବାରୁ ଜଣେ ବ୍ଯକ୍ତିଙ୍କୁ ହତ୍ୟା କରାଯାଇଛି । ଏଭଳି ଅଭାବନୀୟ ଘଟଣା ଜୟପୁର ଉଦୟପୁର ଜିଲ୍ଲା ଧାନମଣ୍ଡି ସ୍ଥିତ ଭୂତମହଲରେ ଘଟିଛି। ସମର୍ଥନରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ଦୋକାନରେ ପସି ଦିନ ଦିପ୍ରହରରେ ଆକ୍ରମଣକାରୀ ଖଣ୍ଡାରେ ଆକ୍ରମଣ କରିବା ସହ ତାଙ୍କ ବେକ କାଟି ହତ୍ୟା କରିଛନ୍ତି । ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । କେବଳ […]

ଉଦୟପୁର: ବିବାଦୀୟ ପୂର୍ବତନ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ ସମର୍ଥନରେ ଗଣମାଧ୍ୟମରେ ପୋଷ୍ଟ କରିବାରୁ ଜଣେ ବ୍ଯକ୍ତିଙ୍କୁ ହତ୍ୟା କରାଯାଇଛି । ଏଭଳି ଅଭାବନୀୟ ଘଟଣା ଜୟପୁର ଉଦୟପୁର ଜିଲ୍ଲା ଧାନମଣ୍ଡି ସ୍ଥିତ ଭୂତମହଲରେ ଘଟିଛି। ସମର୍ଥନରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ଦୋକାନରେ ପସି ଦିନ ଦିପ୍ରହରରେ ଆକ୍ରମଣକାରୀ ଖଣ୍ଡାରେ ଆକ୍ରମଣ କରିବା ସହ ତାଙ୍କ ବେକ କାଟି ହତ୍ୟା କରିଛନ୍ତି । ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । କେବଳ ଏତିକି ନୁହେଁ ଘଟଣା ପରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ହତ୍ୟା କରିଥିବା କଥା ସ୍ୱୀକାର କରିଛନ୍ତି ଦୁଇ ମୁସଲିମ ଯୁବକ। ଶାନ୍ତି ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ଉଦୟପୁର ଜିଲ୍ଲାରେ ୨୪ଘଣ୍ଟା ପାଇଁ ନେଟ ବନ୍ଦ ରହିଛି।

ଆହୁରି ପଢ଼ନ୍ତୁ: ଟ୍ୱିଶା ଶର୍ମା ମୃତ୍ୟୁ ମାମଲା: ପୋଷ୍ଟମର୍ଟମ ରିପୋର୍ଟରେ ଖଣ୍ଡନ ହେଲା ଡ୍ରଗ୍ସ ସେବନ ଅଭିଯୋଗ, ଜିମ୍ନାଷ୍ଟିକ୍ ବେଲ୍ଟକୁ ନେଇ ବଢ଼ିଲା ସନ୍ଦେହ

କହ୍ନେୟାଲାଲ ତେଲିଙ୍କର ଧାନମଣ୍ଡି ସ୍ଥିତ ଭୂତମହଲ ପାଖରେ ସୁପ୍ରିମ ଟେଲର ନାଁରେ ଦୋକାନ ରହିଛି ।  ମାପ ଦେବା ବାହାନା କରି ଦୋକାନରେ ପସିଥିଲେ । କହ୍ନେୟାଲାଲ କିଛି ବୁଝିବା ଆଗରୁ ଦୁର୍ବୁର୍ତ୍ତ ଆକ୍ରମଣ କରିଦେଇଥିଲେ । ଖଣ୍ଡାରେ ଚୋଟ ପରେ ଚୋଟ ମାରିଥିଲେ । ଘଟଣାସ୍ଥଳରେ ହିଁ କହ୍ନେୟାଲାଲଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ଦୁଇ ଆକ୍ରମଣକାରୀ ଫେରାର ହୋଇଯାଇଥିଲେ । ଖବର ପାଇ ଧାନମଣ୍ଡି ସମେତ ଘଣ୍ଟାଘର ଏବଂ ସୁରଜପୋଲ ଥାନାର ପିସିଆର ଘଟଣାସ୍ଥଳରେ ପହଞ୍ଚିଥିଲ । ଫରେନ୍ସିକ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଏସପି ଏବଂ ଜିଲ୍ଲାପାଳ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହମଜା ବୁରହାନକୁ ପାକିସ୍ତାନରେ ଗୁଳିକରି ହତ୍ୟା

ସୂଚନାନୁଯାୟୀ କହ୍ନେୟାଲାଲ ବିଳାସ ଅଞ୍ଚଳରେ ରହୁଥିଲେ । ୧୦ ଦିନ ପୂର୍ବରୁ ସେ ବିଜେପିରୁ ବହିସ୍କୃତ ନୁପୂର ଶର୍ମାଙ୍କ ସପକ୍ଷରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଏହାପରଠାରୁ ତାଙ୍କୁ ଜୀବନରୁ ମାରିଦେବାକୁ ଏକ ସମ୍ପ୍ରଦାୟରୁ ଧମକ ଆସୁଥିଲା । କହ୍ନେୟାଲାଲ ଏତେ ଭୟଭୀତ ଥିଲେ ଯେ ୬ ଦିନ ହେବ ନିଜ ଟେଲର ଦୋକାନ ଖୋଲୁ ନ ଥିଲେ । ତାଙ୍କୁ ଧମକ ଦେଉଥିବା ମୁସଲିମ ଯୁବକଙ୍କ ବିରୋଧରେ ପୁଲିସରେ ମାମଲା ମଧ୍ୟ ରୁଜୁ କରିଥିଲେ କହ୍ନେୟାଲାଲ । ହେଲେ ପୁଲିସ ଏହାକୁ ଗମ୍ଭୀରତାର ସହ ନେଇ ନ ଥିଲା । ତାଙ୍କର ଏବେ ମୃତ୍ୟୁ ହେବାପରେ ଅଞ୍ଚଳରେ ଅଶାନ୍ତି ଦେଖାଯାଇଛି।

ଆହୁରି ପଢ଼ନ୍ତୁ: ଭାରତ ଭୟର ବାତାବରଣକୁ ବରଦାସ୍ତ କରିପାରିବ ନାହିଁ: ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ '୩ଏଫ୍' (3Fs) ଉପରେ ଜୋର ଦେଲେ ନିର୍ମଳା ସୀତାରମଣ

ଘଟଣାକୁ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଜଘନ୍ୟ ହତ୍ୟାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ସମସ୍ତେ ଶାନ୍ତି ବଜାୟ ରଖିବା ପାଇଁ ସେ ଅପିଲ କରିଛନ୍ତି । ସୂଚନା ଥାଉକି ବିଜେପିର ପୂର୍ବତନ ନେତ୍ରୀ ନୁପୂର ଶର୍ମା ଏକ ଟିଭି ସୋ’ରେ ମୁସଲିମ ଧର୍ମକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ତାଙ୍କର ଏହି ବୟାନକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଥିଲା । ବିଜେପି ମଧ୍ୟ ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା ।

28 Jun 2022 By The Sakala

ନୁପୂରଙ୍କ ସମର୍ଥନରେ ପୋଷ୍ଟ କରିଥିବା ଟେଲରଙ୍କୁ ହାଣି ହତ୍ଯାକଲେ ଦୁର୍ବୃତ୍ତ

ଉଦୟପୁର: ବିବାଦୀୟ ପୂର୍ବତନ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ ସମର୍ଥନରେ ଗଣମାଧ୍ୟମରେ ପୋଷ୍ଟ କରିବାରୁ ଜଣେ ବ୍ଯକ୍ତିଙ୍କୁ ହତ୍ୟା କରାଯାଇଛି । ଏଭଳି ଅଭାବନୀୟ ଘଟଣା ଜୟପୁର ଉଦୟପୁର ଜିଲ୍ଲା ଧାନମଣ୍ଡି ସ୍ଥିତ ଭୂତମହଲରେ ଘଟିଛି। ସମର୍ଥନରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ଦୋକାନରେ ପସି ଦିନ ଦିପ୍ରହରରେ ଆକ୍ରମଣକାରୀ ଖଣ୍ଡାରେ ଆକ୍ରମଣ କରିବା ସହ ତାଙ୍କ ବେକ କାଟି ହତ୍ୟା କରିଛନ୍ତି । ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । କେବଳ ଏତିକି ନୁହେଁ ଘଟଣା ପରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ହତ୍ୟା କରିଥିବା କଥା ସ୍ୱୀକାର କରିଛନ୍ତି ଦୁଇ ମୁସଲିମ ଯୁବକ। ଶାନ୍ତି ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ଉଦୟପୁର ଜିଲ୍ଲାରେ ୨୪ଘଣ୍ଟା ପାଇଁ ନେଟ ବନ୍ଦ ରହିଛି।

କହ୍ନେୟାଲାଲ ତେଲିଙ୍କର ଧାନମଣ୍ଡି ସ୍ଥିତ ଭୂତମହଲ ପାଖରେ ସୁପ୍ରିମ ଟେଲର ନାଁରେ ଦୋକାନ ରହିଛି ।  ମାପ ଦେବା ବାହାନା କରି ଦୋକାନରେ ପସିଥିଲେ । କହ୍ନେୟାଲାଲ କିଛି ବୁଝିବା ଆଗରୁ ଦୁର୍ବୁର୍ତ୍ତ ଆକ୍ରମଣ କରିଦେଇଥିଲେ । ଖଣ୍ଡାରେ ଚୋଟ ପରେ ଚୋଟ ମାରିଥିଲେ । ଘଟଣାସ୍ଥଳରେ ହିଁ କହ୍ନେୟାଲାଲଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ଦୁଇ ଆକ୍ରମଣକାରୀ ଫେରାର ହୋଇଯାଇଥିଲେ । ଖବର ପାଇ ଧାନମଣ୍ଡି ସମେତ ଘଣ୍ଟାଘର ଏବଂ ସୁରଜପୋଲ ଥାନାର ପିସିଆର ଘଟଣାସ୍ଥଳରେ ପହଞ୍ଚିଥିଲ । ଫରେନ୍ସିକ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଏସପି ଏବଂ ଜିଲ୍ଲାପାଳ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି ।

ସୂଚନାନୁଯାୟୀ କହ୍ନେୟାଲାଲ ବିଳାସ ଅଞ୍ଚଳରେ ରହୁଥିଲେ । ୧୦ ଦିନ ପୂର୍ବରୁ ସେ ବିଜେପିରୁ ବହିସ୍କୃତ ନୁପୂର ଶର୍ମାଙ୍କ ସପକ୍ଷରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଏହାପରଠାରୁ ତାଙ୍କୁ ଜୀବନରୁ ମାରିଦେବାକୁ ଏକ ସମ୍ପ୍ରଦାୟରୁ ଧମକ ଆସୁଥିଲା । କହ୍ନେୟାଲାଲ ଏତେ ଭୟଭୀତ ଥିଲେ ଯେ ୬ ଦିନ ହେବ ନିଜ ଟେଲର ଦୋକାନ ଖୋଲୁ ନ ଥିଲେ । ତାଙ୍କୁ ଧମକ ଦେଉଥିବା ମୁସଲିମ ଯୁବକଙ୍କ ବିରୋଧରେ ପୁଲିସରେ ମାମଲା ମଧ୍ୟ ରୁଜୁ କରିଥିଲେ କହ୍ନେୟାଲାଲ । ହେଲେ ପୁଲିସ ଏହାକୁ ଗମ୍ଭୀରତାର ସହ ନେଇ ନ ଥିଲା । ତାଙ୍କର ଏବେ ମୃତ୍ୟୁ ହେବାପରେ ଅଞ୍ଚଳରେ ଅଶାନ୍ତି ଦେଖାଯାଇଛି।

ଘଟଣାକୁ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଜଘନ୍ୟ ହତ୍ୟାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ସମସ୍ତେ ଶାନ୍ତି ବଜାୟ ରଖିବା ପାଇଁ ସେ ଅପିଲ କରିଛନ୍ତି । ସୂଚନା ଥାଉକି ବିଜେପିର ପୂର୍ବତନ ନେତ୍ରୀ ନୁପୂର ଶର୍ମା ଏକ ଟିଭି ସୋ’ରେ ମୁସଲିମ ଧର୍ମକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ତାଙ୍କର ଏହି ବୟାନକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଥିଲା । ବିଜେପି ମଧ୍ୟ ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର