ୟୁକ୍ରେନ୍‌ ସୀମା ପାର୍‌ କରି ପୋଲାଣ୍ଡ୍‌ରେ ପଡିଲା ଋଷ୍ କ୍ଷେପଣାସ୍ତ୍ର : ୨ଜଣଙ୍କ ମୃତ୍ୟୁ, ହାଇଆଲର୍ଟରେ ପୋଲାଣ୍ଡ

The Sakala Picture
Published On

ନୂଆଦିଲ୍ଲୀ : ୟୁକ୍ରେନ୍‌ -ଋଷ ଯୁଦ୍ଧ ଚାଲିଥିବା ବେଳେ ପୋଲାଣ୍ଡରେ ପଡିଛି ଋଷର କ୍ଷେପଣାସ୍ତ୍ର। ୟୁକ୍ରେନ୍ ଉପରେ ରୁଷ ଘନଘନ ମିସାଇଲ୍ ମାଡ କରୁଛି । ୟୁକ୍ରେନର କୀବ୍, ଖାରକୀବ୍, ଖାରସେନ, ଓଡ଼େସା ପ୍ରାନ୍ତରେ ଉପରେ ମିସାଇଲ ହମଲା ଜାରି ରହିଥିବା ବେଳେ ଏବେ ସୀମା ଡେଇ ପୋଲାଣ୍ଡରେ ରୁଷର ମିସାଇଲ୍ ମାଡ ହୋଇଛି। ମିସାଇଲ୍ ମାଡରେ ପୋଲାଣ୍ଡର ୨ନାଗରିକଙ୍କ ମୃତ୍ୟୁ ହୋଇଛି। ଯାହାପରେ ନାଟୋ ସହଯୋଗୀ ରାଷ୍ଟ୍ର ପୋଲାଣ୍ଡର ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ମିଶାଇଲ […]

ନୂଆଦିଲ୍ଲୀ : ୟୁକ୍ରେନ୍‌ -ଋଷ ଯୁଦ୍ଧ ଚାଲିଥିବା ବେଳେ ପୋଲାଣ୍ଡରେ ପଡିଛି ଋଷର କ୍ଷେପଣାସ୍ତ୍ର। ୟୁକ୍ରେନ୍ ଉପରେ ରୁଷ ଘନଘନ ମିସାଇଲ୍ ମାଡ କରୁଛି । ୟୁକ୍ରେନର କୀବ୍, ଖାରକୀବ୍, ଖାରସେନ, ଓଡ଼େସା ପ୍ରାନ୍ତରେ ଉପରେ ମିସାଇଲ ହମଲା ଜାରି ରହିଥିବା ବେଳେ ଏବେ ସୀମା ଡେଇ ପୋଲାଣ୍ଡରେ ରୁଷର ମିସାଇଲ୍ ମାଡ ହୋଇଛି। ମିସାଇଲ୍ ମାଡରେ ପୋଲାଣ୍ଡର ୨ନାଗରିକଙ୍କ ମୃତ୍ୟୁ ହୋଇଛି। ଯାହାପରେ ନାଟୋ ସହଯୋଗୀ ରାଷ୍ଟ୍ର ପୋଲାଣ୍ଡର ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଆହୁରି ପଢ଼ନ୍ତୁ: ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୪୨ ମାଓବାଦୀ, ତେଲେଙ୍ଗାନାକୁ ମାଓମୁକ୍ତ ରାଜ୍ୟ କହିଲେ ଡିଜିପି

ଏହି ମିଶାଇଲ ମାଡ଼କୁ ନେଇ ପୋଲାଣ୍ଡର ପାୱାର ସେଣ୍ଟର ତଥା ରାଜଧାନୀ ୱାରସରେ କମ୍ପନ ସୃଷ୍ଟି ହୋଇଛି। ଏନେଇ ୱାରସ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିବା ବେଳେ ରୁଷ ଦୂତାବାସକୁ ନୋଟିସ କରିଛି। ଏଥିସହ ନିଜର ସାମରିକ ବାହିନୀକୁ ସତର୍କ କରିଛି ପୋଲାଣ୍ଡ। ସେହିପରି ପୋଲାଣ୍ଡ ତାର ସୁରକ୍ଷା ପରିଷଦର ଜରୁରୀକାଳୀନ ବୈଠକ ଡାକିଛି।

ଆହୁରି ପଢ଼ନ୍ତୁ: ଭାରତର ନୌସେନା ଶକ୍ତିରେ ବୃଦ୍ଧି: ଆରିହନ୍ତ ଓ ଅରିଘାତ ପରେ ସାମିଲ ହେଲା ଆଇଏନଏସ୍ ଅରିଦମନ

ସମାଚାର ଏଜେନ୍ସି ଏପିର ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଋଷ୍‌ ସେନା ୟୁକ୍ରେନ୍‌ର ବିଭିନ୍ନ ସହର ଉପରେ ମିସାଇଲ ହମଲା କରିଥିଲା । କିଛି ବାଲାଷ୍ଟିଲ୍ ମିସାଇଲ ୟୁକ୍ରେନ ସୀମା ପାର୍ କରି ପୋଲାଣ୍ଡର ପୋଲିସି ପ୍ରେଜେୟୋଡ ଅଞ୍ଚଳରେ ପଡ଼ିଛି । ଫଳରେ ଏଥିରେ ଦୁଇ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ମିସାଇଲ ୟୁକ୍ରେନର ପଶ୍ଚିମ ପ୍ରାନ୍ତ ସହର ଲଓ୍ବିବି ସହର ଉପରେ ଲଞ୍ଚି କରିଥିଲା ଋଷ୍ ସେନା ।

ଆହୁରି ପଢ଼ନ୍ତୁ: ମୁମ୍ବାଇରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଡମ୍ପର-କାର୍ ଧକ୍କାରେ ୧୧ ମୃତ

ଆକ୍ରମଣ ପରେ ସେନାକୁ ହାଇଆଲର୍ଟ କରାଯାଥିବା ୱାରସ ପକ୍ଷରୁ କୁହାଯାଇଛି। ଏହି ଘଟଣା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପୋଲାଣ୍ଡର ରାଷ୍ଟ୍ରପତି ଆଣ୍ଡ୍ରଜେଜ୍‌ ଡୁଡାଙ୍କ ଆଲୋଚନା କରିଛନ୍ତି। ପୋଲାଣ୍ଡକୁ ସବୁ ପ୍ରକାର ସହାୟତା କରିବେ ବୋଲି ବାଇଡେନ୍ ପ୍ରତିଶ୍ରୁତି ଦେଇଛିନ୍ତି । ମୁଖ୍ୟତଃ ମିଶାଇଲ ମାଡ଼ର ପ୍ରକୃତ ତଦନ୍ତ ପ୍ରକ୍ରିୟାରେ ଆମେରିକା ସହଯୋଗ କରିବ ବୋଲି ବାଇଡେନ କହିଛନ୍ତି। ଏନେଇ ହ୍ୱାଇଟ ହାଉସ୍‌ ପକ୍ଷରୁ ଜାରି ହୋଇଥିବା ବିବୃତିରେ କୁହାଯାଇଛି। ପୋଲାଣ୍ଡ ନାଟୋର ସଦସ୍ୟ ଭାବେ ରହିଛି। ନାଟୋରେ ଥିବା ସଦସ୍ୟମାନେ ପରସ୍ପର ପ୍ରତି ସାମରିକ ସହାୟାତି ପ୍ରତି ପ୍ରତିଶ୍ରୁତିବଦ୍ଧ। ନାଟୋ ପ୍ରତିଷ୍ଠା ବେଳେ ଧାରା ୫ରେ ଏହି ଚୁକ୍ତି ହୋଇଛି।

16 Nov 2022 By The Sakala

ୟୁକ୍ରେନ୍‌ ସୀମା ପାର୍‌ କରି ପୋଲାଣ୍ଡ୍‌ରେ ପଡିଲା ଋଷ୍ କ୍ଷେପଣାସ୍ତ୍ର : ୨ଜଣଙ୍କ ମୃତ୍ୟୁ, ହାଇଆଲର୍ଟରେ ପୋଲାଣ୍ଡ

ନୂଆଦିଲ୍ଲୀ : ୟୁକ୍ରେନ୍‌ -ଋଷ ଯୁଦ୍ଧ ଚାଲିଥିବା ବେଳେ ପୋଲାଣ୍ଡରେ ପଡିଛି ଋଷର କ୍ଷେପଣାସ୍ତ୍ର। ୟୁକ୍ରେନ୍ ଉପରେ ରୁଷ ଘନଘନ ମିସାଇଲ୍ ମାଡ କରୁଛି । ୟୁକ୍ରେନର କୀବ୍, ଖାରକୀବ୍, ଖାରସେନ, ଓଡ଼େସା ପ୍ରାନ୍ତରେ ଉପରେ ମିସାଇଲ ହମଲା ଜାରି ରହିଥିବା ବେଳେ ଏବେ ସୀମା ଡେଇ ପୋଲାଣ୍ଡରେ ରୁଷର ମିସାଇଲ୍ ମାଡ ହୋଇଛି। ମିସାଇଲ୍ ମାଡରେ ପୋଲାଣ୍ଡର ୨ନାଗରିକଙ୍କ ମୃତ୍ୟୁ ହୋଇଛି। ଯାହାପରେ ନାଟୋ ସହଯୋଗୀ ରାଷ୍ଟ୍ର ପୋଲାଣ୍ଡର ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଏହି ମିଶାଇଲ ମାଡ଼କୁ ନେଇ ପୋଲାଣ୍ଡର ପାୱାର ସେଣ୍ଟର ତଥା ରାଜଧାନୀ ୱାରସରେ କମ୍ପନ ସୃଷ୍ଟି ହୋଇଛି। ଏନେଇ ୱାରସ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିବା ବେଳେ ରୁଷ ଦୂତାବାସକୁ ନୋଟିସ କରିଛି। ଏଥିସହ ନିଜର ସାମରିକ ବାହିନୀକୁ ସତର୍କ କରିଛି ପୋଲାଣ୍ଡ। ସେହିପରି ପୋଲାଣ୍ଡ ତାର ସୁରକ୍ଷା ପରିଷଦର ଜରୁରୀକାଳୀନ ବୈଠକ ଡାକିଛି।

ସମାଚାର ଏଜେନ୍ସି ଏପିର ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଋଷ୍‌ ସେନା ୟୁକ୍ରେନ୍‌ର ବିଭିନ୍ନ ସହର ଉପରେ ମିସାଇଲ ହମଲା କରିଥିଲା । କିଛି ବାଲାଷ୍ଟିଲ୍ ମିସାଇଲ ୟୁକ୍ରେନ ସୀମା ପାର୍ କରି ପୋଲାଣ୍ଡର ପୋଲିସି ପ୍ରେଜେୟୋଡ ଅଞ୍ଚଳରେ ପଡ଼ିଛି । ଫଳରେ ଏଥିରେ ଦୁଇ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ମିସାଇଲ ୟୁକ୍ରେନର ପଶ୍ଚିମ ପ୍ରାନ୍ତ ସହର ଲଓ୍ବିବି ସହର ଉପରେ ଲଞ୍ଚି କରିଥିଲା ଋଷ୍ ସେନା ।

ଆକ୍ରମଣ ପରେ ସେନାକୁ ହାଇଆଲର୍ଟ କରାଯାଥିବା ୱାରସ ପକ୍ଷରୁ କୁହାଯାଇଛି। ଏହି ଘଟଣା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପୋଲାଣ୍ଡର ରାଷ୍ଟ୍ରପତି ଆଣ୍ଡ୍ରଜେଜ୍‌ ଡୁଡାଙ୍କ ଆଲୋଚନା କରିଛନ୍ତି। ପୋଲାଣ୍ଡକୁ ସବୁ ପ୍ରକାର ସହାୟତା କରିବେ ବୋଲି ବାଇଡେନ୍ ପ୍ରତିଶ୍ରୁତି ଦେଇଛିନ୍ତି । ମୁଖ୍ୟତଃ ମିଶାଇଲ ମାଡ଼ର ପ୍ରକୃତ ତଦନ୍ତ ପ୍ରକ୍ରିୟାରେ ଆମେରିକା ସହଯୋଗ କରିବ ବୋଲି ବାଇଡେନ କହିଛନ୍ତି। ଏନେଇ ହ୍ୱାଇଟ ହାଉସ୍‌ ପକ୍ଷରୁ ଜାରି ହୋଇଥିବା ବିବୃତିରେ କୁହାଯାଇଛି। ପୋଲାଣ୍ଡ ନାଟୋର ସଦସ୍ୟ ଭାବେ ରହିଛି। ନାଟୋରେ ଥିବା ସଦସ୍ୟମାନେ ପରସ୍ପର ପ୍ରତି ସାମରିକ ସହାୟାତି ପ୍ରତି ପ୍ରତିଶ୍ରୁତିବଦ୍ଧ। ନାଟୋ ପ୍ରତିଷ୍ଠା ବେଳେ ଧାରା ୫ରେ ଏହି ଚୁକ୍ତି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର