ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ତେଲ ଦର କମାଇଲେ ମମତା ସରକାର

The Sakala Picture
Published On

କୋଲକାତା : ଦେଶରେ ବଢିଚାଲିଛି ପେଟ୍ରୋଲ-ଡିଜେଲ ଦର । ଦେଶର ବିଭିନ୍ନ ସହରରେ ତେଲ ଦର ୧୦୦ ଛୁଇଁ ସାରିଲାଣି। ତେଲ ଦର ବୃଦ୍ଧି ହେବା କାରଣରୁ ଜନତା ଅସ୍ତବ୍ୟସ୍ତ ହେଉଥିବା ବେଳେ ପଶ୍ଚିମବଙ୍ଗର ମମତା ସରକାର ରାଜ୍ୟବାସୀଙ୍କ ପାଇଁ ତେଲ ଦରରେ ରିହାତି କରିଛନ୍ତି। ମମତା ବାନାର୍ଜୀଙ୍କ ସରକାର ପେଟ୍ରୋଲ-ଡିଜେଲ ମୂଲ୍ୟରେ ଏକ ଟଙ୍କା ଲେଖାଏଁ କମ୍‌ କରିଛନ୍ତି।  ଆଜି ମଧ୍ୟରାତ୍ରିରୁ ପେଟ୍ରୋଲ-ଡିଜେଲ୍‌ ଦାମରେ ଟଙ୍କାଏ ଲେଖାଏଁ କମ୍‌  କରାଯିବ । ଏନେଇ ଜାତୀୟ ଗଣମାଧ୍ୟମ […]

କୋଲକାତା : ଦେଶରେ ବଢିଚାଲିଛି ପେଟ୍ରୋଲ-ଡିଜେଲ ଦର । ଦେଶର ବିଭିନ୍ନ ସହରରେ ତେଲ ଦର ୧୦୦ ଛୁଇଁ ସାରିଲାଣି। ତେଲ ଦର ବୃଦ୍ଧି ହେବା କାରଣରୁ ଜନତା ଅସ୍ତବ୍ୟସ୍ତ ହେଉଥିବା ବେଳେ ପଶ୍ଚିମବଙ୍ଗର ମମତା ସରକାର ରାଜ୍ୟବାସୀଙ୍କ ପାଇଁ ତେଲ ଦରରେ ରିହାତି କରିଛନ୍ତି। ମମତା ବାନାର୍ଜୀଙ୍କ ସରକାର ପେଟ୍ରୋଲ-ଡିଜେଲ ମୂଲ୍ୟରେ ଏକ ଟଙ୍କା ଲେଖାଏଁ କମ୍‌ କରିଛନ୍ତି।  ଆଜି ମଧ୍ୟରାତ୍ରିରୁ ପେଟ୍ରୋଲ-ଡିଜେଲ୍‌ ଦାମରେ ଟଙ୍କାଏ ଲେଖାଏଁ କମ୍‌  କରାଯିବ ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଏନେଇ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ  ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ତୈଳ ଦର କମ୍‌ ନେଇ ରବିବାର ସୂଚନା ଦେଇଛନ୍ତି। ରାଜଧାନୀ କୋଲକାତାରେ ରବିବାର ପେଟ୍ରୋଲ ଲିଟର ୯୧.୭୮ ଟଙ୍କା ରହିଛି। ଡିଜେଲ ଲିଟର ୮୪.୫୬ ଟଙ୍କା ରହିଛି। ରାଜଧାନୀ ଦିଲ୍ଲୀରେ ରବିବାର ପେଟ୍ରୋଲ ୯୦.୫୮ ଟଙ୍କା ପ୍ରତି ଲିଟର ରହିଛି। ପଶ୍ଚିବଙ୍ଗରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ସରକାରଙ୍କ ନିଷ୍ପତ୍ତି ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ସୂଚନାଯୋଗ୍ୟ ଯେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସମଗ୍ର ଦେଶରେ ବଢିଚାଲିଛି। ପଶ୍ଚିମବଙ୍ଗ ପୂର୍ବରୁ ମେଘାଳୟ ସରକାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ସାତ ଟଙ୍କା ରିହାତି ପ୍ରଦାନ କରିଛନ୍ତି। ଦେଶର ଅନେକ ରାଜ୍ୟରେ ତେଲ ଦର ଲିଟର ପିଛା ପ୍ରାୟ ୧୦୦ ଟଙ୍କାରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର