‘ସୈତାନ ଉତ୍ସବ’ରେ ଦଳାଚକଟା : ୧୨୦ ମୃତ, ୧୫୦ ଆହତ

The Sakala Picture
Published On

ସିଓଲ, ୨୯ା୧୦ (ଏଜେନ୍ସି): ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଶନିବାର ସନ୍ଧ୍ୟାରେ ବଡ଼ ଅଘଟଣ ଘଟିଛି। ଏଠାରେ ‘ସୈତାନ (ହାଲୋଉନ) ଉତ୍ସବ’ ଚାଲିଥିବା ସମୟରେ ଦଳାଚକଟା ଘଟି ୧୨୦ ଲୋକଙ୍କ ମୃତ୍ୟୁ ହୋଇଛି। ୧୫୦ରୁ ଊର୍ଦ୍ଧ୍ବ ମଧ୍ୟ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ହୃଦଘାତ ହୋଇଛି। ତେଣୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି। ସିଓଲ ୟୋଙ୍ଗସାନର ଦମକଳ ବାହିନୀ ମୁଖ୍ୟ ଚୋଇ ସିଓଙ୍ଗ-ବିଓମ କହିଛନ୍ତି ଯେ ଇଟାୱନ ଲେସର ଜିଲ୍ଲାର ଏକ ସଂକୀର୍ଣ୍ଣ […]

ସିଓଲ, ୨୯ା୧୦ (ଏଜେନ୍ସି): ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଶନିବାର ସନ୍ଧ୍ୟାରେ ବଡ଼ ଅଘଟଣ ଘଟିଛି। ଏଠାରେ ‘ସୈତାନ (ହାଲୋଉନ) ଉତ୍ସବ’ ଚାଲିଥିବା ସମୟରେ ଦଳାଚକଟା ଘଟି ୧୨୦ ଲୋକଙ୍କ ମୃତ୍ୟୁ ହୋଇଛି। ୧୫୦ରୁ ଊର୍ଦ୍ଧ୍ବ ମଧ୍ୟ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ହୃଦଘାତ ହୋଇଛି। ତେଣୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି। ସିଓଲ ୟୋଙ୍ଗସାନର ଦମକଳ ବାହିନୀ ମୁଖ୍ୟ ଚୋଇ ସିଓଙ୍ଗ-ବିଓମ କହିଛନ୍ତି ଯେ ଇଟାୱନ ଲେସର ଜିଲ୍ଲାର ଏକ ସଂକୀର୍ଣ୍ଣ ଗଳି ଦେଇ ଅନେକ ଲୋକ ଯିବାରୁ ଦଳାଚକଟା ହୋଇଥିଲା।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ ଭାରତ ପାଇଁ ବଡ଼ ଖବର: ହୋରମୁଜ୍ ପ୍ରଣାଳୀ ଅତିକ୍ରମ କରୁଛନ୍ତି ଆଉ ଦୁଇଟି ତୈଳ ଜାହାଜ, ସଜାଗ ଅଛି ନୌସେନା

ଏଥିଯୋଗୁଁ ଅନେକ ଲୋକ ଅଣନିଶ୍ବାସୀ ହୋଇ ଯାଇଥିଲେ। ଏହି ସମୟରେ ହୃଦଘାତର ଶିକାର ହୋଇଥିବା ୫୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ସିପିଆର ଦିଆଯାଇଥିଲା। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଏକ ବାର୍‌କୁ ଜଣେ ପ୍ରସିଦ୍ଧ ସେଲିବ୍ରିଟି ଆସିଥିବା ଖବର ଶୁଣିବା ପରେ ଲୋକେ ତାଙ୍କୁ ଦେଖିବା ପାଇଁ ଦୌଡିବାରୁ ଏହି ଅଘଟଣ ଘଟିଥିଲା। ଉଦ୍ଧାରକାର୍ଯ୍ୟରେ ୪୦୦ ଲୋକ ଏବଂ ୧୪୦ ଗାଡ଼ି ସାମିଲ ହୋଇଛି। ସାରା ଦେଶରୁ ଜରୁରୀକାଳୀନ କର୍ମଚାରୀଙ୍କୁ ଡକାଯାଇଛି। ରାଜଧାନୀରେ ଥିବା ସମସ୍ତ କର୍ମଚାରୀଙ୍କୁ ଘଟଣାସ୍ଥଳରେ ନିୟୋଜିତ କରାଯାଇଛି।

ଆହୁରି ପଢ଼ନ୍ତୁ: ହସ୍ପିଟାଲରେ କିଡ୍‌ନୀ ରାକେଟ: ୬ ଲକ୍ଷରେ କିଣି ୮୦ ଲକ୍ଷରେ ବିକ୍ରି, ୫ ଡାକ୍ତର ଗିରଫ

ସେମାନେ ଆହତଙ୍କୁ ଉଦ୍ଧାରକରି ହସ୍ପିଟାଲରେ ଭର୍ତ୍ତି କରୁଛନ୍ତି। ଏହି ଦଳାଚକଟାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜରୁରୀକାଳୀନ କର୍ମୀ ଏବଂ ସ୍ଥାନୀୟ ଲୋକେ ଆହତଙ୍କୁ ସିପିଆର ଦେଉଥିବା ଦେଖିବାକୁ ମିଳୁଛି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ-ୟୋଲ ଏକ ନିର୍ଦ୍ଦେଶ ଜାରି କରି ଜରୁରୀକାଳୀନ ଏବଂ ବିପର୍ଯ୍ୟୟ ପ୍ରଶମନ ଟିମ୍‌କୁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କୁ ଉତ୍ତମ ଚିକିତ୍ସା ଏବଂ ଉତ୍ସବ ସ୍ଥଳର ସୁରକ୍ଷା ସମୀକ୍ଷା କରିବାକୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ବମ୍ବେ ହାଇକୋର୍ଟ ବିଚାରପତିଙ୍କ ସହ ସାଇବର ଠକେଇ: ୬ ଲକ୍ଷ ଟଙ୍କା ଲୁଟିନେଲା ଜାମତାଡ଼ାର ୨୫ ବର୍ଷୀୟ ଯୁବକ, ପୋଲିସ କଲା ଗିରଫ

30 Oct 2022 By The Sakala

‘ସୈତାନ ଉତ୍ସବ’ରେ ଦଳାଚକଟା : ୧୨୦ ମୃତ, ୧୫୦ ଆହତ

ସିଓଲ, ୨୯ା୧୦ (ଏଜେନ୍ସି): ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଶନିବାର ସନ୍ଧ୍ୟାରେ ବଡ଼ ଅଘଟଣ ଘଟିଛି। ଏଠାରେ ‘ସୈତାନ (ହାଲୋଉନ) ଉତ୍ସବ’ ଚାଲିଥିବା ସମୟରେ ଦଳାଚକଟା ଘଟି ୧୨୦ ଲୋକଙ୍କ ମୃତ୍ୟୁ ହୋଇଛି। ୧୫୦ରୁ ଊର୍ଦ୍ଧ୍ବ ମଧ୍ୟ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ହୃଦଘାତ ହୋଇଛି। ତେଣୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି। ସିଓଲ ୟୋଙ୍ଗସାନର ଦମକଳ ବାହିନୀ ମୁଖ୍ୟ ଚୋଇ ସିଓଙ୍ଗ-ବିଓମ କହିଛନ୍ତି ଯେ ଇଟାୱନ ଲେସର ଜିଲ୍ଲାର ଏକ ସଂକୀର୍ଣ୍ଣ ଗଳି ଦେଇ ଅନେକ ଲୋକ ଯିବାରୁ ଦଳାଚକଟା ହୋଇଥିଲା।

ଏଥିଯୋଗୁଁ ଅନେକ ଲୋକ ଅଣନିଶ୍ବାସୀ ହୋଇ ଯାଇଥିଲେ। ଏହି ସମୟରେ ହୃଦଘାତର ଶିକାର ହୋଇଥିବା ୫୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ସିପିଆର ଦିଆଯାଇଥିଲା। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଏକ ବାର୍‌କୁ ଜଣେ ପ୍ରସିଦ୍ଧ ସେଲିବ୍ରିଟି ଆସିଥିବା ଖବର ଶୁଣିବା ପରେ ଲୋକେ ତାଙ୍କୁ ଦେଖିବା ପାଇଁ ଦୌଡିବାରୁ ଏହି ଅଘଟଣ ଘଟିଥିଲା। ଉଦ୍ଧାରକାର୍ଯ୍ୟରେ ୪୦୦ ଲୋକ ଏବଂ ୧୪୦ ଗାଡ଼ି ସାମିଲ ହୋଇଛି। ସାରା ଦେଶରୁ ଜରୁରୀକାଳୀନ କର୍ମଚାରୀଙ୍କୁ ଡକାଯାଇଛି। ରାଜଧାନୀରେ ଥିବା ସମସ୍ତ କର୍ମଚାରୀଙ୍କୁ ଘଟଣାସ୍ଥଳରେ ନିୟୋଜିତ କରାଯାଇଛି।

ସେମାନେ ଆହତଙ୍କୁ ଉଦ୍ଧାରକରି ହସ୍ପିଟାଲରେ ଭର୍ତ୍ତି କରୁଛନ୍ତି। ଏହି ଦଳାଚକଟାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜରୁରୀକାଳୀନ କର୍ମୀ ଏବଂ ସ୍ଥାନୀୟ ଲୋକେ ଆହତଙ୍କୁ ସିପିଆର ଦେଉଥିବା ଦେଖିବାକୁ ମିଳୁଛି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ-ୟୋଲ ଏକ ନିର୍ଦ୍ଦେଶ ଜାରି କରି ଜରୁରୀକାଳୀନ ଏବଂ ବିପର୍ଯ୍ୟୟ ପ୍ରଶମନ ଟିମ୍‌କୁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କୁ ଉତ୍ତମ ଚିକିତ୍ସା ଏବଂ ଉତ୍ସବ ସ୍ଥଳର ସୁରକ୍ଷା ସମୀକ୍ଷା କରିବାକୁ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର