ତ୍ବଚାକୁ ଚମକ ପ୍ରଦାନ କରିଥାଏ ମୁଲତାନି ମାଟି

The Sakala Picture
Published On

ତ୍ବଚାକୁ ପ୍ରାକୃତିକ ଚମକ ପ୍ରଦାନ କରିଥାଏ ମୁଲତାନି ମାଟି। ଏହାର ବ୍ୟବହାର ଦ୍ବାରା ସନବର୍ଣ୍ଣ, ବ୍ରଣ ତଥା ମୃତ କୋଷିକା ଆଦି ସମସ୍ୟା ଦୂର ହୋଇଥାଏ। ସୁସ୍ଥ ତଥା ସୁନ୍ଦର ତ୍ବଚା ଲାଗି ଏହାର ରହିଛି ବିବିଧ ଉପଯୋଗିତା। -ଗୋଟିଏ ପାତ୍ରରେ ମୁଲତାନି ମାଟି, ହଳଦୀ, ଚନ୍ଦନ ପାଉଡର ଓ ପାଣି ମିଶାଇ ଏକ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ତାହାକୁ ମୁହଁରେ ଲଗାଇ ୨୦ ମିନିଟ୍‌ ରଖନ୍ତୁ। ଏହାପରେ ମୁହଁକୁ ଧୋଇ ଦିଅନ୍ତୁ। ଏହାକୁ ଲଗାଇଲେ ବିଭିନ୍ନ […]

ତ୍ବଚାକୁ ପ୍ରାକୃତିକ ଚମକ ପ୍ରଦାନ କରିଥାଏ ମୁଲତାନି ମାଟି। ଏହାର ବ୍ୟବହାର ଦ୍ବାରା ସନବର୍ଣ୍ଣ, ବ୍ରଣ ତଥା ମୃତ କୋଷିକା ଆଦି ସମସ୍ୟା ଦୂର ହୋଇଥାଏ। ସୁସ୍ଥ ତଥା ସୁନ୍ଦର ତ୍ବଚା ଲାଗି ଏହାର ରହିଛି ବିବିଧ ଉପଯୋଗିତା।

ଆହୁରି ପଢ଼ନ୍ତୁ: କେଶ ଝଡ଼ିବା ଏବଂ ଭାଙ୍ଗିବା ସମସ୍ୟା? ଘନ କେଶ ପାଇବା ପାଇଁ ଚର୍ମରୋଗ ବିଶେଷଜ୍ଞ ଡା. ନେହା ସଚଦେବଙ୍କ ୭ଟି ସୁବର୍ଣ୍ଣ ନିୟମ

-ଗୋଟିଏ ପାତ୍ରରେ ମୁଲତାନି ମାଟି, ହଳଦୀ, ଚନ୍ଦନ ପାଉଡର ଓ ପାଣି ମିଶାଇ ଏକ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ତାହାକୁ ମୁହଁରେ ଲଗାଇ ୨୦ ମିନିଟ୍‌ ରଖନ୍ତୁ। ଏହାପରେ ମୁହଁକୁ ଧୋଇ ଦିଅନ୍ତୁ। ଏହାକୁ ଲଗାଇଲେ ବିଭିନ୍ନ ଦାଗ ଆଦି ସମସ୍ୟା ଦୂର ହୁଏ।

ଆହୁରି ପଢ଼ନ୍ତୁ: ଆଇନା ନା ସେଲ୍ଫି: ଜାଣନ୍ତୁ ଫଟୋ ଅପେକ୍ଷା ଆଇନାରେ ଆମ ଚେହେରା କାହିଁକି ଅଧିକ ସୁନ୍ଦର ଦେଖାଯାଏ?

-ମୁଲତାନି ମାଟିରେ ଦହି ଓ ଗୋଲାପ ଜଳ ମିଶାଇ ମୁହଁରେ ଲଗାନ୍ତୁ। ଅଧ ଘଣ୍ଟା ପରେ ମୁହଁକୁ ଧୋଇ ଦିଅନ୍ତୁ। ୧୫ ଦିନରେ ଥରେ ଏହି ଫେସ୍‌ପ୍ୟାକ୍‌କୁ ବ୍ୟବହାର କରିବା ଉଚିତ।

ଆହୁରି ପଢ଼ନ୍ତୁ: ଗର୍ଭାବସ୍ଥାର ତୃତୀୟ ତ୍ରୈମାସିକରେ ନିଦ୍ରାହୀନତା ସମସ୍ୟା ଦେଖାଦେଉଛି କି? ଜାଣନ୍ତୁ ବିଶେଷଜ୍ଞ ଡାକ୍ତର ସୁଶ୍ରୁତା ମୋକଦମ୍‌ଙ୍କ ପରାମର୍ଶ

-ପାଚିଲା ଅମୃତଭଣ୍ଡାକୁ ଭଲଭାବେ ଚକଟି ଦିଅନ୍ତୁ। ସେଥିରେ ମୁଲତାନି ମାଟି ଓ ଅଳ୍ପ ଗୋଲାପ ଜଳ ମିଶାଇ ଫେସ୍‌ ପ୍ୟାକ୍‌ ତିଆରି କରନ୍ତୁ। ଏହାକୁ ମୁହଁରେ ୧୫-୨୦ ମିନିଟ୍ ରଖିବା ପରେ ଧୋଇ ଦିଅନ୍ତୁ। କିଛିଦିନ ବ୍ୟବହାର କରିବା ପରେ ତ୍ବଚାରେ ନୂତନତା ଅନୁଭବ କରିବେ।

-ମୁଲତାନି ମାଟିକୁ ଅଣ୍ଡାର ଧଳା ଅଂଶ ସହ ମିଶାଇ ଏକ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ତାହାକୁ ମୁହଁରେ ଲଗାନ୍ତୁ। ଏହା ଦ୍ବାରା ଏଜିଂ ସମସ୍ୟା କମ୍ ହୋଇଥାଏ।

-ଚନ୍ଦନ ପାଉଡରରେ ମୁଲତାନି ମାଟି, କ୍ଷୀର ଓ ନଡ଼ିଆ ତେଲ ମିଶାଇ ମୁହଁରେ ଲଗାନ୍ତୁ।

-ମୁଲତାନି ମାଟିରେ ଘିକୁଅଁାରୀ ମିଶାଇ ଲଗାଇଲେ ତାହା ମଏଶ୍ଚରାଇଜର ଭଳି କାମ କରିଥାଏ।

-ମୁଲତାନି ମାଟିରେ ଗ୍ଲିସେରିନ୍, ଲେମ୍ବୁ ରସ ଓ ଗୋଲାପ ଜଳ ମିଶାଇ ଲଗାନ୍ତୁ। ଏହା ମୁହଁର ଔଜଲ୍ୟ ବୃଦ୍ଧି କରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp