ଦାଦା ବଟି ଓ ପୂଜା ଚାନ୍ଦା ଆଦାୟ କରୁଥିଲେ ସାବଧାନ, ଟୋଲ ଫ୍ରି ନମ୍ବର ଜାରିକଲା କମିଶନରେଟ ପୁଲିସ

The Sakala Picture
Published On

ଭୁବନେଶ୍ବର : ଆରମ୍ଭ ହୋଇଗଲାଣି ପାର୍ବଣର ଋତୁ । କାଲି ବିଶ୍ବକର୍ମା ପୂଜା, ଏହାପରେ ଗଣେଶପୂଜା । ତା’ ପଛକୁ ଶାରଦୀୟ ଦୁର୍ଗାପୂଜା । ଲକ୍ଷ୍ମୀପୂଜା, କାଳୀପୂଜା, ଦୀପାବଳୀ ପର୍ଯ୍ୟନ୍ତ ଚାଲିବ ପୂଜାର ଆସର । ବିଭିନ୍ନ ମଣ୍ଡପରେ ପୂଜା ପାଇଁ ମଧ୍ୟ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଏଥି ପାଇଁ ଚାନ୍ଦାଭେଦା ଆଦାୟ ପର୍ବ ମଧ୍ୟ ଜୋରଦାର ହେବ । ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି। If anyone falls […]

ଭୁବନେଶ୍ବର : ଆରମ୍ଭ ହୋଇଗଲାଣି ପାର୍ବଣର ଋତୁ । କାଲି ବିଶ୍ବକର୍ମା ପୂଜା, ଏହାପରେ ଗଣେଶପୂଜା । ତା’ ପଛକୁ ଶାରଦୀୟ ଦୁର୍ଗାପୂଜା । ଲକ୍ଷ୍ମୀପୂଜା, କାଳୀପୂଜା, ଦୀପାବଳୀ ପର୍ଯ୍ୟନ୍ତ ଚାଲିବ ପୂଜାର ଆସର । ବିଭିନ୍ନ ମଣ୍ଡପରେ ପୂଜା ପାଇଁ ମଧ୍ୟ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଏଥି ପାଇଁ ଚାନ୍ଦାଭେଦା ଆଦାୟ ପର୍ବ ମଧ୍ୟ ଜୋରଦାର ହେବ । ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ନବୀନଙ୍କ ପ୍ରସ୍ତାବ ଗ୍ରହଣ କରି ତୁରନ୍ତ ଚାଷୀଙ୍କ ସମସ୍ୟାର ସମାଧାନ କର: ବିଜେଡି


ପୂଜା ନାଁରେ ଏଣିକି କେହି ଜୋରଜବରଦସ୍ତ ଚାନ୍ଦା ଆଦାୟ କରିପାରିବେ ନାହିଁ । ପୂଜାବଟି ଆଦାୟ ଉପରେ ଲାଗିବ ରୋକ । ଅଭିଯୋଗ ଆସିଲେ ବାନ୍ଧିବ ପୁଲିସ । ପୂଜା ଚାନ୍ଦା ମାଗିଲେ ତୁରନ୍ତ କମିଶନରେଟ୍ ପୁଲିସକୁ ଜଣାଇବାକୁ କହିଛନ୍ତି ଡିସିପି । ଏଥିପାଇଁ ପୋଲିସ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଟୋଲ ଫ୍ରି ନମ୍ବର ୭୦୭୭୭୯୮୧୧୧ । ଅଭିଯୋଗକାରୀଙ୍କ ସମ୍ପୂର୍ଣ୍ଣ ନାମ ଓ ଠିକଣା ଗୋପନ ରଖାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ଗଣେଶ ପୂଜା ଓ ଦୁର୍ଗା ପୂଜା ପୂର୍ବରୁ ଏହି ପଦକ୍ଷେପ ନେଇଛିି କମିଶନରେଟ୍ ପୁଲିସ।

ସେହିପରି ପେଶାଦାର ଅପରାଧୀଙ୍କୁ ଧରିବାକୁ ଗଠନ ହୋଇଛି ସ୍ପେଶାଲ ଟିମ । ନିଶା କାରବାର ଉପରେ ନୀତିଦିନ ଚାଲିଛି ଚଢ଼ାଉ । ଚୋରି, ଛିନତାଇ ଗ୍ୟାଙ୍ଗ ପରେ ଏବେ ଦାଦାବଟି ଉପରେ କଡା ନଜର ରଖିଛି ପୁଲିସ । ପୂଜା ପାର୍ବଣର ମାହୋଲରେ ଅନେକ ଅସାମଜିକ ମଧ୍ୟ ମାତିବେ । ପୂଜା ଆଳରେ ଦାଦାବଟି ଆଦାୟ ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିବ । ସେମାନଙ୍କ ଉପରେ ନଜର ରଖିବା ଏବଂ ପୂଜାରେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା କମିଶନରେଟ୍ ପୁଲିସ ପାଇଁ ଚାଲେଂଜ୍ ହେବ ନିଶ୍ଚୟ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp