ବ୍ରାହ୍ମଣୀ ନଦୀକୁ ଡ଼େଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

The Sakala Picture
Published On

ତାଳଚେର: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଅନ୍ତର୍ଗତ ସମଲ ବ୍ୟାରେଜରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ଶନିବାର ସକାଳ ପ୍ରାୟ ୬ ଟା ୪୫ ରେ ସମଲ ବ୍ୟାରେଜର ୨୪ ନମ୍ବର ଗେଟ୍ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପାଖରେ ଉପସ୍ଥିତ ଥିବା ଅଞ୍ଚଳବାସୀ ଏହା ଦେଖି ହଠାତ ବ୍ୟାରେଜ୍ କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ ବ୍ୟାରେଜ୍ କର୍ତ୍ତୃପକ୍ଷ ଖୋଲା ଥିବା ନିକଟସ୍ଥ ଗେଟ୍ ଗୁଡିକୁ ବନ୍ଦ କରିଥିଲେ । […]

ତାଳଚେର: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଅନ୍ତର୍ଗତ ସମଲ ବ୍ୟାରେଜରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ଶନିବାର ସକାଳ ପ୍ରାୟ ୬ ଟା ୪୫ ରେ ସମଲ ବ୍ୟାରେଜର ୨୪ ନମ୍ବର ଗେଟ୍ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପାଖରେ ଉପସ୍ଥିତ ଥିବା ଅଞ୍ଚଳବାସୀ ଏହା ଦେଖି ହଠାତ ବ୍ୟାରେଜ୍ କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ ବ୍ୟାରେଜ୍ କର୍ତ୍ତୃପକ୍ଷ ଖୋଲା ଥିବା ନିକଟସ୍ଥ ଗେଟ୍ ଗୁଡିକୁ ବନ୍ଦ କରିଥିଲେ । ସ୍ଥାନୀୟ କିଛି ଲୋକ ଗେଟ୍ ତଳକୁ ଯାଇ ଯୁବତୀଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିବା ପରେ ଡଙ୍ଗା ସାହାଯ୍ୟରେ ତାଙ୍କୁ କୁଳରେ ପହଞ୍ଚାଇଥିଲେ । ଦୁଃଖ ଏବଂ ପରିତାପର ବିଷୟ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲେ ହେଁ ବହୁ ବିଳମ୍ବରେ ଅର୍ଥାତ ଅଞ୍ଚଳବାସୀ ଯୁବତୀକୁ ଉଦ୍ଧାର କରିବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ । ଯୁବତୀକୁ ଉଦ୍ଧାର କରିବା ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚିକିତ୍ସାଳୟକୁ ପଠାଯାଇଥିଲା । ଆତ୍ମହତ୍ୟା ଉଦ୍ୟମ ପଛର ରହସ୍ୟ ତଦନ୍ତ ପରିସର ଭୁକ୍ତ ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

20 Aug 2022 By The Sakala

ବ୍ରାହ୍ମଣୀ ନଦୀକୁ ଡ଼େଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ତାଳଚେର: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଅନ୍ତର୍ଗତ ସମଲ ବ୍ୟାରେଜରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ଶନିବାର ସକାଳ ପ୍ରାୟ ୬ ଟା ୪୫ ରେ ସମଲ ବ୍ୟାରେଜର ୨୪ ନମ୍ବର ଗେଟ୍ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପାଖରେ ଉପସ୍ଥିତ ଥିବା ଅଞ୍ଚଳବାସୀ ଏହା ଦେଖି ହଠାତ ବ୍ୟାରେଜ୍ କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ ବ୍ୟାରେଜ୍ କର୍ତ୍ତୃପକ୍ଷ ଖୋଲା ଥିବା ନିକଟସ୍ଥ ଗେଟ୍ ଗୁଡିକୁ ବନ୍ଦ କରିଥିଲେ । ସ୍ଥାନୀୟ କିଛି ଲୋକ ଗେଟ୍ ତଳକୁ ଯାଇ ଯୁବତୀଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିବା ପରେ ଡଙ୍ଗା ସାହାଯ୍ୟରେ ତାଙ୍କୁ କୁଳରେ ପହଞ୍ଚାଇଥିଲେ । ଦୁଃଖ ଏବଂ ପରିତାପର ବିଷୟ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲେ ହେଁ ବହୁ ବିଳମ୍ବରେ ଅର୍ଥାତ ଅଞ୍ଚଳବାସୀ ଯୁବତୀକୁ ଉଦ୍ଧାର କରିବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ । ଯୁବତୀକୁ ଉଦ୍ଧାର କରିବା ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚିକିତ୍ସାଳୟକୁ ପଠାଯାଇଥିଲା । ଆତ୍ମହତ୍ୟା ଉଦ୍ୟମ ପଛର ରହସ୍ୟ ତଦନ୍ତ ପରିସର ଭୁକ୍ତ ।

https://www.thesakala.in/latest-odisha-news/young-girl-attempt-to-suicide-at-brahmani-bridge/article-14279
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର