ମନୋରଞ୍ଜନ
ଓଡ଼ିଶା
ଆଜି ବିଶ୍ୱ ପାଙ୍ଗୋଲିନ୍ ଦିବସ, ରାଜ୍ୟରେ ବଜ୍ରକାପ୍ତା ଗଣନା କେବେ?
ଭୁବନେଶ୍ୱର: କେତେବେଳେ କୋର୍ଡ ୱାର୍ଡରେ ତ ଆଉ କେତେବେଳେ ହନୁମାନ ପଇସା ଦେଇ ମୂଲଚାଲ ହେଉଛି ବଜ୍ରକାପ୍ତା। ସୋସିଆଲ୍ ମିଡିଆ ଭଳି ପ୍ଲାଟଫର୍ମକୁ ସହଜ ଟାର୍ଗେଟ୍ କରି ବଡ଼ ବଡ଼ ମାଫିଆମାନେ ସ୍ଥାନୀୟ ଦଲାଲ୍ମାନଙ୍କ ସହଯୋଗରେ ଏହାକୁ ଓଡ଼ିଶାରୁ ନେଇ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ହେଲେ ଏଥିପ୍ରତି କାହାର ନିଘା ନାହିଁ। ସିଡ୍ୟୁଲ୍ ୧ ବର୍ଗର ଏହି ଜୀବକୁ ନେଇ ବର୍ତ୍ତମାନ ସୁଦ୍ଧା ନା କୌଣସି ସେନ୍ସସ୍ ହୋଇଛି ନା ଏହାର ଚାଲାଣକୁ ରୋକିବା ପାଇଁ […]
ଭୁବନେଶ୍ୱର: କେତେବେଳେ କୋର୍ଡ ୱାର୍ଡରେ ତ ଆଉ କେତେବେଳେ ହନୁମାନ ପଇସା ଦେଇ ମୂଲଚାଲ ହେଉଛି ବଜ୍ରକାପ୍ତା। ସୋସିଆଲ୍ ମିଡିଆ ଭଳି ପ୍ଲାଟଫର୍ମକୁ ସହଜ ଟାର୍ଗେଟ୍ କରି ବଡ଼ ବଡ଼ ମାଫିଆମାନେ ସ୍ଥାନୀୟ ଦଲାଲ୍ମାନଙ୍କ ସହଯୋଗରେ ଏହାକୁ ଓଡ଼ିଶାରୁ ନେଇ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ହେଲେ ଏଥିପ୍ରତି କାହାର ନିଘା ନାହିଁ। ସିଡ୍ୟୁଲ୍ ୧ ବର୍ଗର ଏହି ଜୀବକୁ ନେଇ ବର୍ତ୍ତମାନ ସୁଦ୍ଧା ନା କୌଣସି ସେନ୍ସସ୍ ହୋଇଛି ନା ଏହାର ଚାଲାଣକୁ ରୋକିବା ପାଇଁ ସେଭଳି କୌଣସି ଆଖି ଦୃଶିଆ ପଦକ୍ଷେପ।

ଯେଉଁ ଜଙ୍ଗଲରେ ବଜ୍ରକାପ୍ତାଙ୍କ ସଂଖ୍ୟା ଅଧିକ ସେଠାରେ ଜଙ୍ଗଲର ଅବସ୍ଥା ସନ୍ତୁଳିତ ଥିବା ଓ ବନ୍ୟଜନ୍ତୁଙ୍କ ବାସ ସ୍ଥାନ ପାଇଁ ଉପଯୁକ୍ତ ଥିବା ବୋଲି ବିବେଚନା କରାଯାଏ। ଜଙ୍ଗଲକୁ ରୋଗ ପୋକରୁ ରକ୍ଷା କରିବା ପାଇଁ ବଜ୍ରକାପ୍ତା ଭଳି ପ୍ରାଣୀଙ୍କ ସଂରକ୍ଷଣ ଜରୁରୀ। ହେଲେ ଏମାନଙ୍କ ରକ୍ଷା ପାଇଁ ସେଭଳି କୌଣସି ପଦକ୍ଷେପ ନିଆଯାଉନି। ବର୍ତ୍ତମାନ ସୁଦ୍ଧା ଦେଶରେ କେବଳ ମଧ୍ୟପ୍ରଦେଶରେ ବଜ୍ରକାପ୍ତା ଚାଲାଣ ରୋକିବା ପାଇଁ ପଦକ୍ଷେପ ନିଆଯାଇଥିବା ବେଳେ ସେଠାରେ ବନ ବିଭାଗ ପକ୍ଷରୁ ସେନ୍ସସ୍ ମଧ୍ୟ କରାଯାଉଛି। ଏ ବାବଦରେ ଦେବଗଡ ଡିଏଫ୍ଓ କ୍ଷମା ଷଡଙ୍ଗୀ କହନ୍ତି ଆଠଗଡ, ଢ଼େଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, ମାଲକାନଗିରି, ବରଗଡ, ନୟାଗଡ, ଦେବ୍ରିଗଡ ଓ ଶିମିଳିପାଳ ଆଦି ବନ ବନଖଣ୍ଡରୁ ବଜ୍ରକାପ୍ତା ବିଦେଶକୁ ଚାଲାଣ ହେଉଛି। ଏହିସବୁ ବନଖଣ୍ଡରେ ଶିକାରୀମାନଙ୍କର ଅବାଧ ପ୍ରବେଶ ରହୁଥିବାରୁ ଏପରି ଚାଲାଣ ବଢ଼ିଛି।

ଏହାକୁ ରୋକିବା ପାଇଁ ଷ୍ଟ୍ରାଟେଜି ପ୍ଲାନ୍ ହେବା ଦରକାର। ବିଶେଷ କରି ସଚେତନତା ହିଁ ଏକମାତ୍ର ବାଟ। ଦେବଗଡ ଡିଜିଜନ୍ରେ ବନ ସୁରକ୍ଷା ସମିତିର ସଦସ୍ୟମାନଙ୍କ ଦ୍ୱାରା ବଜ୍ରାକାପ୍ତାର ଚୋରା ଚାଲାଣକୁ ରୋକିବା ଦିଗରେ ପ୍ରୟାସ ଆରମ୍ଭ ହୋଇଛି। ବାରକୋଟ, ଦେବଗଡ ଏସ୍ଓଏସ୍ ଛାତ୍ରଛାତ୍ରୀଙ୍କ ସାହାଯ୍ୟ ନେଇ ଗାଁ ଗାଁରେ ସଚେତନତା କରାଯାଉଛି।
ପାଙ୍ଗୋଲିନ୍ ଉପରେ ଗବେଷଣା କରୁଥିବା ରାଇରକେଲା ସ୍ଥିତ ଇନ୍ଦିରାଗାନ୍ଧୀ ଜୁ ପାର୍କର କ୍ୟୁରେଟର ସତ୍ୟନାରାୟଣ ମିଶ୍ର କହିଛନ୍ତି ଭାରତରେ ପାଖାପାଖି ୩ ପ୍ରକାର ବଜ୍ରକାପ୍ତା ଦେଖାଯାଉଥିବା ବେଳେ ରାଜ୍ୟର ପ୍ରାୟ ୨୨ଟି ଜିଲ୍ଲାରେ ଦେଖିବାକୁ ମିଳେ। ଓଡ଼ିଶାରେ ଯେଉଁ ବଜ୍ରକାପ୍ତା ଦେଖାଯାଏ ତାହା ଆକାରରେ ବଡ଼। ୪ ମିଟର ହେଲେ ବଜ୍ରକାପ୍ତା ବିକ୍ରି ପାଇଁ ଯେଗ୍ୟ ହୋଇଥାଏ। ଏହା ସାଧାରଣତଃ ଚାଇନିଜ୍ ଔଷଧ, ଭିଏତ୍ନାମ ଓ ଚାଇନାର ନାମୀଦାମୀ ଖାଦ୍ୟ ଆଦିରେ ବ୍ୟବହାର କରାଯାଇଥାଏ। ଏ ବାବଦରେ ବନବିଭାଗର ବରିଷ୍ଠ ଅଧିକାରୀ ସସ୍ମିତା ଲେଙ୍କା କହିଛନ୍ତି ବଜ୍ରକାପ୍ତା ନିରୀହ ପ୍ରାଣୀ ହୋଇଥିବାରୁ ଏହାକୁ ସହଜରେ ଶିକାରୀମାନେ ଟ୍ରାପ୍ କରିଥାନ୍ତି। ଜଙ୍ଗଲୀ କୁକୁରମାନଙ୍କ ସହାୟତାରେ ତ ଆଉ କେତେବେଳେ ଛୋଟ ମାଂସ ଟୁକୁରା ଓ ନାଲି ପିମ୍ପୁଡି ଦେଖାଇ ଏମାନେ ବଜ୍ରକାପ୍ତା ଶିକାର କରିଥାନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଦଲାଲ୍ମାନେ ଏହି କାରବାର କରିଥାନ୍ତି। ଯେଉଁଠି ରାଡାର, ଟ୍ୟାଗିଙ୍ଗ ଓ ରିଙ୍ଗ ଲଗାଇ କଇଁଚ, କୁମ୍ଭୀର ଓ ସ୍କିମରଙ୍କ ଗଣନା କରାଯାଇ ପାରୁଛି। ସେଠାରେ ବଜ୍ରକାପ୍ତାଙ୍କ ସ୍ଥିତିକୁ ପରଖିବା ପାଇଁ ଯୋଜନା ପ୍ରସ୍ତୁତ କରିବା ଦରକାର।