ଗାଁ ଦାଣ୍ଡରୁ ଟେକିନେଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ; ରାଜ୍ୟରେ ପୁଲିସ ବ୍ୟବସ୍ଥା ଓ ଆଇନଶୃଙ୍ଖଳାକୁ ନେଇ ପୁଣି ଉଠିଲା ପ୍ରଶ୍ନ

Madhusudan Das Picture
Published On

ଭୁବନେଶ୍ୱର: ରାତି ତ ରାତି, ଦିନ ବା ସଞ୍ଜ ବି ଆଉ ସୁରକ୍ଷିତ ନୁହେଁ । ଖୋଦ ରାଜଧାନୀ ଉପାନ୍ତରେ ବି ଝିଅ ଓ ମହିଳାମାନେ ଘରୁ ବାହାରିବା ସୁରକ୍ଷିତ ମଣୁ ନାହାନ୍ତି । ଦ୍ୱୈତନଗରୀ ପୁଲିସ କମିସନରେଟ୍‌ ଅଧୀନରେ ଘଟିଥିବା ଏକ ବର୍ବର ଘଟଣା ରାଜ୍ୟରେ ପୁଲିସ ବ୍ୟବସ୍ଥା ଓ ଆଇନଶୃଙ୍ଖଳାକୁ ନେଇ ପୁଣି ପ୍ରଶ୍ନ ଉଠାଇଛି। ସନ୍ଧ୍ୟାରେ ଘର ନିକଟରେ ଗାଁ ଦାଣ୍ଡରେ ଖେଳୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଦୁଷ୍କର୍ମ ଘଟଣା ପୁଲିସ ପ୍ରତି ଲୋକଙ୍କ ଭୟହୀନତାକୁ ପୁଣି ପ୍ରମାଣିତ କରିଛି।  ଦୁବୃର୍ତ୍ତ ସମ୍ପୃକ୍ତ ଛାତ୍ରୀଙ୍କୁ ବଳପୂର୍ବକ ଉଠାଇ ନେଇ ଏକ ପରିତ୍ୟକ୍ତ ଘରେ ଯୌନ ଯାତନା ଦେଇଥିବା ଅଭିଯୋଗ ହୋଇଛି । 

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ଅଭିଯୋଗ ଅନୁସାରେ ଚଳିତବର୍ଷ ଦଶମ ଶ୍ରେଣୀ ପାସ୍‌ କରିଥିବା ୧୬ ବର୍ଷୀୟା ସମ୍ପୃକ୍ତ ଛାତ୍ରୀ ନିଜ ପରିବାର ସହ ହରିପୁର ଗ୍ରାମରେ ରହୁଛନ୍ତି। ସନ୍ଧ୍ୟା ବେଳେ ଛାତ୍ରୀ ଜଣକ ଘର ନିକଟସ୍ଥ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ବାପି ମହାପାତ୍ର ପଛପଟୁ ଛାତ୍ରୀଙ୍କ ପାଟିକୁ କପଡ଼ାରେ ଚାପି ଧରି ଟେକି ନେଇ କିଛି ଦୂରରେ ଏକ  ପରିତ୍ୟକ୍ତ ଘରକୁ ନେଇ ଯାଇଥିଲା। ଛାତ୍ରୀ ଜଣକ ଖସିଯିବାକୁ ଉଦ୍ୟମ କରି ଛାଟିପିଟି ହେଉଥିବା ବେଳେ ବାପି ତାଙ୍କୁ ପ୍ରବଳ ମାଡ଼ ମାରିବା ସହ ଦୁଷ୍କର୍ମ କରିଥିଲା। ମୁହଁ ବନ୍ଦ କରିଦେଇଥିବା ଯୋଗୁଁ ଛାତ୍ରୀ ପାଟି କରିପାରୁ ନ ଥିଲେ, ମାତ୍ର ପୀଡ଼ିତା ଜୋରରେ ବିରୋଧ କରିବାରୁ ବାପି ତାଙ୍କର ସ୍ପର୍ଶକାତର ଅଙ୍ଗକୁ କାମୁଡ଼ି ବିଦାରି ଦେଇଥିଲା ଓ ତଣ୍ଟି ଚିପିଦେବାକୁ ଉଦ୍ୟମ କରିଥିଲା। ମାତ୍ର କୌଣସିପ୍ରକାର ପୀଡ଼ିତା ଦୁଷ୍କର୍ମକାରୀ କବଳରୁ ନିଜକୁ ମୁକୁଳାଇ ଘରକୁ ଫେରି ଆସିଥିଲେ ।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ଝିଅର ଚିରା ଡ୍ରେସ୍ ଓ କାନ୍ଦ ଦେଖି ତାଙ୍କର ମା’ ବିବ୍ରତ ହୋଇ ଏହାର କାରଣ ପଚାରିବା ପରେ ସେ ସବୁକଥା ବିସ୍ତୃତ ବର୍ଣ୍ଣନା କରିଥିଲେ। ବାପି ତାଙ୍କ ସହ ଦୁଷ୍କର୍ମ କରିଥିବା ଘଟଣା କହିବା ସହ ଛାତି, ପେଟ ଓ ଶରୀରର ଅନ୍ୟ ସ୍ଥାନରେ ଆଘାତ କଥା ଜଣାଇଥିଲେ। ପୀଡ଼ିତାଙ୍କୁ ତାଙ୍କ ମାଆ ସାଙ୍ଗେ ସାଙ୍ଗେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ପୀଡ଼ିତାଙ୍କ ଡାକ୍ତରୀମାଇନା କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରିଥିଲା। ମଙ୍ଗଳବାର ସକାଳେ ଜଟଣୀ ଥାନା ପୁଲିସ ଯମୁନା ରାସ୍ତାରୁ ବାପିକୁ ଗିରଫ କରି କୋର୍ଟ ଚାଲାଣ କରିଛି। 

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର