ଲୋକଙ୍କ ଆହାର ମୁହଁରେ କେନ୍ଦ୍ରର ପାହାର: ଛଅ ମାସ ହେଲା ଗହମ ଯୋଗାଣ ବନ୍ଦ, ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ୩ ଲକ୍ଷ ଖାଉଟି ହନ୍ତସନ୍ତ

The Sakala Picture
Published On

ଭୁବନେଶ୍ୱର: ଗତ ଏପ୍ରିଲ୍‌‌ ମାସରୁ କେନ୍ଦ୍ର ସରକାର ସାଧାରଣ ଖାଉଟି ସାମଗ୍ରୀ ବଣ୍ଟନ(ପିଡିଏସ୍‌‌)ରେ ଗହମ ବିତରଣ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି। ଗହମ ବଦଳରେ ଉପଭୋକ୍ତାଙ୍କୁ ଚାଉଳ ଯୋଗାଇ ଦେଉଛନ୍ତି। ଫଳରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ୩ ଲକ୍ଷ ଖାଉଟି ହନ୍ତସନ୍ତ ହେଉଛନ୍ତି। ସାଧାରଣ ଖାଉଟି ଅଧିକ ଅର୍ଥ ଦେଇ ବିଭିନ୍ନ ଗହମ ଜାତ ଦ୍ରବ୍ୟ କିଣୁଛନ୍ତି। ତେଲ, ଡାଲି, ପରିବା ଆଦି ସବୁଥିରେ ମହଙ୍ଗା ମାଡ଼ ସହୁଥିବା ମଧ୍ୟବିତ୍ତ ଓ ଆର୍ଥିକ ଅନଗ୍ରସର ଶ୍ରେଣୀର […]

ଭୁବନେଶ୍ୱର: ଗତ ଏପ୍ରିଲ୍‌‌ ମାସରୁ କେନ୍ଦ୍ର ସରକାର ସାଧାରଣ ଖାଉଟି ସାମଗ୍ରୀ ବଣ୍ଟନ(ପିଡିଏସ୍‌‌)ରେ ଗହମ ବିତରଣ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି। ଗହମ ବଦଳରେ ଉପଭୋକ୍ତାଙ୍କୁ ଚାଉଳ ଯୋଗାଇ ଦେଉଛନ୍ତି। ଫଳରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ୩ ଲକ୍ଷ ଖାଉଟି ହନ୍ତସନ୍ତ ହେଉଛନ୍ତି। ସାଧାରଣ ଖାଉଟି ଅଧିକ ଅର୍ଥ ଦେଇ ବିଭିନ୍ନ ଗହମ ଜାତ ଦ୍ରବ୍ୟ କିଣୁଛନ୍ତି। ତେଲ, ଡାଲି, ପରିବା ଆଦି ସବୁଥିରେ ମହଙ୍ଗା ମାଡ଼ ସହୁଥିବା ମଧ୍ୟବିତ୍ତ ଓ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକମାନେ ସରକାରଙ୍କର ଏଭଳି ଆଭିମୁଖ୍ୟ ପାଇଁ ଦହଗଞ୍ଜ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ଘଟଣା: ଜାମସେଦପୁରରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ

ଭୁବନେଶ୍ୱର ବିଏମ୍‌‌ସି ଅଞ୍ଚଳରେ ମାସିକ ୬୬୯୮.୪୨କ୍ୱିଣ୍ଟାଲ୍‌‌ ଗହମ ଖାଉଟି କାର୍ଡ ମାଧ୍ୟମରେ ବିତରଣ କରାଯାଉଥିଲା। ଏଥିରେ ୯୪୪୮୧ କାର୍ଡରେ ୩ଲକ୍ଷ ୨୧ହଜାର ୧୪୩ ଜଣ ହତାଧିକାରୀ ଉପକୃତ ହେଉଥିଲେ। ଏହି ହିତାଧିକାରୀମାନଙ୍କ ମଧ୍ୟରେ ଅଛନ୍ତି ଅନେକ ବୟସ୍କ ବ୍ୟକ୍ତି, ଯେଉଁମାନେ ମଧୁମେହ ରୋଗରେ ପୀଡ଼ିତ। ସେମାନେ ଭାତ ପରିବର୍ତ୍ତେ ଖାଇବାରେ ଅଟାର ବ୍ୟବହାର ଅଧିକ କରନ୍ତି। ହେଲେ ଏହି ରୋଗୀଣା ଲୋକମାନଙ୍କ ପାଇଁ ଅଟା କିଣି ଖାଇବା କଷ୍ଟସାଧ୍ୟ ହୋଇପଡ଼ିଛି। ଗତ ବର୍ଷେ ଭିତରେ ଅଟା ଦର ମଧ୍ୟ କ୍ୱିଣ୍ଟାଲ୍‌‌ ପିଛା ୮ଶହ ଟଙ୍କା ବୃଦ୍ଧି ପାଇଛି। ଖୋଲା ବଜାରରେ ଅଟା କିଲୋ ୪୦ ଟଙ୍କା ଅତିକ୍ରମ କରିଛି। ପ୍ୟାକେଟ ଅଟା କିଲୋ ପିଛା ୫୦ ଟଙ୍କା ଉପରେ। ସାଧାରଣ ଉପଭୋକ୍ତାଙ୍କ ପାଇଁ ଏହା ଅତ୍ୟନ୍ତ ଅସହ୍ୟ ହୋଇଛି।

ଆହୁରି ପଢ଼ନ୍ତୁ: ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ କଳା ପତାକା ସହ ବାଙ୍କୀରେ ଜୋରଦାର ବିରୋଧ ପ୍ରଦର୍ଶନ

ପ୍ରଥମେ ଋଷ-ୟୁକ୍ରେନ୍‌‌ ଯୁଦ୍ଧ ଆରମ୍ଭରୁ ସରକାର ଯୁଦ୍ଧର ଆଳ ଦେଖାଇ ପ୍ରଥମେ କିଛି ଦିନ ଗହମ ଯୋଗାଣରେ ଅନିୟମିତତା ଆରମ୍ଭ କରିଦେଲେ। ତା’ ପରେ ଗତ ୬ମାସ ହେଲା ପିଡିଏସ୍‌‌ କୋଟାରୁ ସମ୍ପୂର୍ଣ୍ଣ ଗହମକୁ ଗାଏବ କରି ଦେଇଛନ୍ତି। ଫଳରେ ଆର୍ଥିକ ଅନଗ୍ରସର ତଥା ଶ୍ରମିକ ଓ ଦିନ ମଜୁରିଆ ଶ୍ରେଣୀର ଲୋକମାନେ ଗହମ ଜାତ ଦ୍ରବ୍ୟ ତଥା ମହଙ୍ଗାଦରରେ ଅଟା କିଣବା ପରିବାର ଆର୍ଥିକ ମେରୁଦଣ୍ଡ ଉପରେ ଶକ୍ତ ପ୍ରଭାବ ପକାଉଛି। ଗୋଟେ ପଟେ ରୋଜଗାର କମ ଥିବାରୁ ଆର୍ଥିକ ଅନଗ୍ରସର ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇ ସରକାରଙ୍କଠାରୁ ଖାଉଟି ସାମଗ୍ରୀ ପାଉଥିବାବେଳେ ଅନ୍ୟପକ୍ଷରେ ସରକାରଙ୍କ ଏଭଳି ଆଭିମୁଖ୍ୟ ଯୋଗୁଁ ମହାଙ୍ଗା ମାଡ଼ରେ ହନ୍ତସନ୍ତ ହେଉଛନ୍ତି। ଅନ୍ୟପକ୍ଷରେ କର୍ପୋରେଟ୍‌‌ ସଂସ୍ଥାର ବ୍ୟବସାୟ ବୃଦ୍ଧି କରିବା ସହ ପରୋକ୍ଷରେ ବିଭିନ୍ନ ଘରୋଇ ସଂସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଏଭଳି ମସୁଧା କରିଥିବା ବଜାର ବିଶେଷଜ୍ଞମାନେ ଅଭିଯୋଗ କରିଛନ୍ତି। କାରଣ ଭାରତ ଗହମ ଉତ୍ପାଦନରେ ଏକ ବଳକା ରାଜ୍ୟ। ଭାରତର ଏକାଧିକ ରାଜ୍ୟରେ ପ୍ରଚୁର ପରିମାଣର ଗହମ ଉତ୍ପାଦନ ହୋଇଥାଏ, ଯାହା ଭାରତବ୍ୟାପୀ ଯୋଗାଣ ହେବା ପରେ ମଧ୍ୟ ବିଦେଶକୁ ରପ୍ତାନୀ ହୋଇଥାଏ। ଏବେ ଗହମ ଯୋଗାଣ ବନ୍ଦ କରିବା ପାଇଁ ସେଭଳି କିଛି କାରଣ ନଥିବାବେଳେ କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ଲୋକଙ୍କୁ ଅକଳରେ ପକାଇଛି।

ଆହୁରି ପଢ଼ନ୍ତୁ: ସମର କୋର୍ସ ନାଁରେ ଶିଶୁ ଚାଲାଣ ଅଭିଯୋଗ, ୧୫ ଜଣ ଉଦ୍ଧାର

ଏ ସମ୍ପର୍କରେ ବିଶ୍ୱମ୍ବର ବେଉରିଆ ନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ ଘରେ ତାଙ୍କର ୫ପ୍ରାଣୀ କୁଟୁମ୍ବ। ସେ ଏକ ଘରୋଇ କମ୍ପାନୀରେ ଛୋଟ ଚାକିରିଟିଏ କରିଛନ୍ତି। ମାସିକ ୧୨ହଜାର ଟଙ୍କା ଦରମା ପାଉଛନ୍ତି। ସରକାରଙ୍କ ଆର୍ଥିକ ଦୁର୍ବଳ ମାନଦଣ୍ଡରେ ଅନ୍ତର୍ଭୁକ୍ତ ହୋଇ ସେ ପିଡିଏସ୍‌‌ ସାମଗ୍ରୀ ପାଉଥିଲେ। ଫଳରେ ଘରେ ଥିବା ତାଙ୍କ ରୋଗୀଣା ବୟସ୍କ ବାପା, ମା’ଙ୍କୁ ଔଷଧ ସହ ଖାଇବାକୁ ଦେଇ ପାରୁଥିଲେ। ହେଲେ ସରକାରଙ୍କ ଗହମ ବନ୍ଦ ହୋଇଯିବା ଫଳରେ ତାଙ୍କ ଉପରେ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। କାରଣ ତାଙ୍କ ସ୍ୱଳ୍ପ ଦରମାରେ ଖୋଲା ବଜାରରୁ ଅଟା କିଣି ଖାଇବା ପାଇଁ ତାଙ୍କ ପରିବାର ପକ୍ଷେ ସମ୍ଭବ ହେଉନାହିଁ। ବିଶ୍ୱମ୍ବର କେବଳ ଏକ ଉଦାହରଣ ମାତ୍ର, ରାଜଧାନୀ ସମେତ ରାଜ୍ୟରେ ଏମିତି ଏକାଧିକ ସାଧାରଣ ଲୋକ ଏବେ ହଇରାଣ ହରକତ ହେଉଥିଲେ ହେଁ କିଛି କରିବାକୁ ଯୁ’ ପାଉନାହାନ୍ତି।

05 Oct 2023 By The Sakala

ଲୋକଙ୍କ ଆହାର ମୁହଁରେ କେନ୍ଦ୍ରର ପାହାର: ଛଅ ମାସ ହେଲା ଗହମ ଯୋଗାଣ ବନ୍ଦ, ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ୩ ଲକ୍ଷ ଖାଉଟି ହନ୍ତସନ୍ତ

ଭୁବନେଶ୍ୱର: ଗତ ଏପ୍ରିଲ୍‌‌ ମାସରୁ କେନ୍ଦ୍ର ସରକାର ସାଧାରଣ ଖାଉଟି ସାମଗ୍ରୀ ବଣ୍ଟନ(ପିଡିଏସ୍‌‌)ରେ ଗହମ ବିତରଣ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି। ଗହମ ବଦଳରେ ଉପଭୋକ୍ତାଙ୍କୁ ଚାଉଳ ଯୋଗାଇ ଦେଉଛନ୍ତି। ଫଳରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ୩ ଲକ୍ଷ ଖାଉଟି ହନ୍ତସନ୍ତ ହେଉଛନ୍ତି। ସାଧାରଣ ଖାଉଟି ଅଧିକ ଅର୍ଥ ଦେଇ ବିଭିନ୍ନ ଗହମ ଜାତ ଦ୍ରବ୍ୟ କିଣୁଛନ୍ତି। ତେଲ, ଡାଲି, ପରିବା ଆଦି ସବୁଥିରେ ମହଙ୍ଗା ମାଡ଼ ସହୁଥିବା ମଧ୍ୟବିତ୍ତ ଓ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକମାନେ ସରକାରଙ୍କର ଏଭଳି ଆଭିମୁଖ୍ୟ ପାଇଁ ଦହଗଞ୍ଜ ହେଉଛନ୍ତି।

ଭୁବନେଶ୍ୱର ବିଏମ୍‌‌ସି ଅଞ୍ଚଳରେ ମାସିକ ୬୬୯୮.୪୨କ୍ୱିଣ୍ଟାଲ୍‌‌ ଗହମ ଖାଉଟି କାର୍ଡ ମାଧ୍ୟମରେ ବିତରଣ କରାଯାଉଥିଲା। ଏଥିରେ ୯୪୪୮୧ କାର୍ଡରେ ୩ଲକ୍ଷ ୨୧ହଜାର ୧୪୩ ଜଣ ହତାଧିକାରୀ ଉପକୃତ ହେଉଥିଲେ। ଏହି ହିତାଧିକାରୀମାନଙ୍କ ମଧ୍ୟରେ ଅଛନ୍ତି ଅନେକ ବୟସ୍କ ବ୍ୟକ୍ତି, ଯେଉଁମାନେ ମଧୁମେହ ରୋଗରେ ପୀଡ଼ିତ। ସେମାନେ ଭାତ ପରିବର୍ତ୍ତେ ଖାଇବାରେ ଅଟାର ବ୍ୟବହାର ଅଧିକ କରନ୍ତି। ହେଲେ ଏହି ରୋଗୀଣା ଲୋକମାନଙ୍କ ପାଇଁ ଅଟା କିଣି ଖାଇବା କଷ୍ଟସାଧ୍ୟ ହୋଇପଡ଼ିଛି। ଗତ ବର୍ଷେ ଭିତରେ ଅଟା ଦର ମଧ୍ୟ କ୍ୱିଣ୍ଟାଲ୍‌‌ ପିଛା ୮ଶହ ଟଙ୍କା ବୃଦ୍ଧି ପାଇଛି। ଖୋଲା ବଜାରରେ ଅଟା କିଲୋ ୪୦ ଟଙ୍କା ଅତିକ୍ରମ କରିଛି। ପ୍ୟାକେଟ ଅଟା କିଲୋ ପିଛା ୫୦ ଟଙ୍କା ଉପରେ। ସାଧାରଣ ଉପଭୋକ୍ତାଙ୍କ ପାଇଁ ଏହା ଅତ୍ୟନ୍ତ ଅସହ୍ୟ ହୋଇଛି।

ପ୍ରଥମେ ଋଷ-ୟୁକ୍ରେନ୍‌‌ ଯୁଦ୍ଧ ଆରମ୍ଭରୁ ସରକାର ଯୁଦ୍ଧର ଆଳ ଦେଖାଇ ପ୍ରଥମେ କିଛି ଦିନ ଗହମ ଯୋଗାଣରେ ଅନିୟମିତତା ଆରମ୍ଭ କରିଦେଲେ। ତା’ ପରେ ଗତ ୬ମାସ ହେଲା ପିଡିଏସ୍‌‌ କୋଟାରୁ ସମ୍ପୂର୍ଣ୍ଣ ଗହମକୁ ଗାଏବ କରି ଦେଇଛନ୍ତି। ଫଳରେ ଆର୍ଥିକ ଅନଗ୍ରସର ତଥା ଶ୍ରମିକ ଓ ଦିନ ମଜୁରିଆ ଶ୍ରେଣୀର ଲୋକମାନେ ଗହମ ଜାତ ଦ୍ରବ୍ୟ ତଥା ମହଙ୍ଗାଦରରେ ଅଟା କିଣବା ପରିବାର ଆର୍ଥିକ ମେରୁଦଣ୍ଡ ଉପରେ ଶକ୍ତ ପ୍ରଭାବ ପକାଉଛି। ଗୋଟେ ପଟେ ରୋଜଗାର କମ ଥିବାରୁ ଆର୍ଥିକ ଅନଗ୍ରସର ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇ ସରକାରଙ୍କଠାରୁ ଖାଉଟି ସାମଗ୍ରୀ ପାଉଥିବାବେଳେ ଅନ୍ୟପକ୍ଷରେ ସରକାରଙ୍କ ଏଭଳି ଆଭିମୁଖ୍ୟ ଯୋଗୁଁ ମହାଙ୍ଗା ମାଡ଼ରେ ହନ୍ତସନ୍ତ ହେଉଛନ୍ତି। ଅନ୍ୟପକ୍ଷରେ କର୍ପୋରେଟ୍‌‌ ସଂସ୍ଥାର ବ୍ୟବସାୟ ବୃଦ୍ଧି କରିବା ସହ ପରୋକ୍ଷରେ ବିଭିନ୍ନ ଘରୋଇ ସଂସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଏଭଳି ମସୁଧା କରିଥିବା ବଜାର ବିଶେଷଜ୍ଞମାନେ ଅଭିଯୋଗ କରିଛନ୍ତି। କାରଣ ଭାରତ ଗହମ ଉତ୍ପାଦନରେ ଏକ ବଳକା ରାଜ୍ୟ। ଭାରତର ଏକାଧିକ ରାଜ୍ୟରେ ପ୍ରଚୁର ପରିମାଣର ଗହମ ଉତ୍ପାଦନ ହୋଇଥାଏ, ଯାହା ଭାରତବ୍ୟାପୀ ଯୋଗାଣ ହେବା ପରେ ମଧ୍ୟ ବିଦେଶକୁ ରପ୍ତାନୀ ହୋଇଥାଏ। ଏବେ ଗହମ ଯୋଗାଣ ବନ୍ଦ କରିବା ପାଇଁ ସେଭଳି କିଛି କାରଣ ନଥିବାବେଳେ କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ଲୋକଙ୍କୁ ଅକଳରେ ପକାଇଛି।

ଏ ସମ୍ପର୍କରେ ବିଶ୍ୱମ୍ବର ବେଉରିଆ ନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ ଘରେ ତାଙ୍କର ୫ପ୍ରାଣୀ କୁଟୁମ୍ବ। ସେ ଏକ ଘରୋଇ କମ୍ପାନୀରେ ଛୋଟ ଚାକିରିଟିଏ କରିଛନ୍ତି। ମାସିକ ୧୨ହଜାର ଟଙ୍କା ଦରମା ପାଉଛନ୍ତି। ସରକାରଙ୍କ ଆର୍ଥିକ ଦୁର୍ବଳ ମାନଦଣ୍ଡରେ ଅନ୍ତର୍ଭୁକ୍ତ ହୋଇ ସେ ପିଡିଏସ୍‌‌ ସାମଗ୍ରୀ ପାଉଥିଲେ। ଫଳରେ ଘରେ ଥିବା ତାଙ୍କ ରୋଗୀଣା ବୟସ୍କ ବାପା, ମା’ଙ୍କୁ ଔଷଧ ସହ ଖାଇବାକୁ ଦେଇ ପାରୁଥିଲେ। ହେଲେ ସରକାରଙ୍କ ଗହମ ବନ୍ଦ ହୋଇଯିବା ଫଳରେ ତାଙ୍କ ଉପରେ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। କାରଣ ତାଙ୍କ ସ୍ୱଳ୍ପ ଦରମାରେ ଖୋଲା ବଜାରରୁ ଅଟା କିଣି ଖାଇବା ପାଇଁ ତାଙ୍କ ପରିବାର ପକ୍ଷେ ସମ୍ଭବ ହେଉନାହିଁ। ବିଶ୍ୱମ୍ବର କେବଳ ଏକ ଉଦାହରଣ ମାତ୍ର, ରାଜଧାନୀ ସମେତ ରାଜ୍ୟରେ ଏମିତି ଏକାଧିକ ସାଧାରଣ ଲୋକ ଏବେ ହଇରାଣ ହରକତ ହେଉଥିଲେ ହେଁ କିଛି କରିବାକୁ ଯୁ’ ପାଉନାହାନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର