୩ ମାସ ହେଲା ମିଳିନି ଭତ୍ତା : ୧୮ ଲକ୍ଷ ହିତାଧିକାରୀଙ୍କ ଦୁର୍ଦ୍ଦଶା ନେଇ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ କଡ଼ା ଚିଠି

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ଗତ ୩ ମାସ ହେଲା ଭତ୍ତା ପାଇନାହାନ୍ତି ବୃଦ୍ଧ-ବୃଦ୍ଧା । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ । ବିପର୍ଯ୍ୟସ୍ତ ଭତ୍ତା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଝାଡ଼ିଲେ ବିରୋଧୀ ଦଳ ନେତା । ଗତ ୩ ମାସ ହେବ ପ୍ରାୟ ୧୮ ଲକ୍ଷ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ନ ମିଳିବାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ନବୀନ । ଗରିବଙ୍କ ଭତ୍ତା ପାଇଁ ଟେକ୍ନୋଲୋଜି ବାହାନା ଚଳିବନି । ଏହାକୁ ସରକାରଙ୍କ ବଡ଼ ବିଫଳତା ବୋଲି ଦର୍ଶାଇବା ସହ ତୁରନ୍ତ ଏହାର ସମାଧାନ ପାଇଁ ସେ ଦାବି କରିଛନ୍ତି । ଏହି ଚିଠି ମାଧ୍ୟମରେ ସେ ରାଜ୍ୟର ବୃଦ୍ଧ-ବୃଦ୍ଧା, ବିଧବା ଓ ଭିନ୍ନକ୍ଷମମାନଙ୍କ ଦୁର୍ଦ୍ଦଶାକୁ ନେଇ ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ କରିଛନ୍ତି। ନିଜ ଚିଠିରେ ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ଯେ, ବରିଷ୍ଠ ନାଗରିକ, ବିଧବା ଏବଂ ଭିନ୍ନକ୍ଷମମାନେ ନିଜର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ପାଇଁ ସମ୍ପୂର୍ଣ୍ଣ ରୂପେ ଏହି ଭତ୍ତା ଉପରେ ନିର୍ଭର କରିଥାନ୍ତି। 

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

କ୍ରମାଗତ ତିନି ମାସ ଧରି ପେନସନ ନମିଳିବା କାରଣରୁ ରାଜ୍ୟର ସବୁଠାରୁ ଗରିବ ଓ ଅସହାୟ ଲୋକମାନେ ଘୋର ସଙ୍କଟରେ ପଡ଼ିଛନ୍ତି। ଏପରିକି ସେମାନେ ଖାଇବାକୁ ନପାଇ ଭୋକିଲା ରହିବା ଭଳି ସ୍ଥିତି ଉପୁଜିଛି ବୋଲି ଶ୍ରୀ ପଟ୍ଟନାୟକ ଚିଠିରେ କହିଛନ୍ତି। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଅଞ୍ଚଳର ସାବିତ୍ରୀ ଦୋରା ନାମକ ଜଣେ ବୃଦ୍ଧା ପେନସନ ନପାଇ ମୃତ୍ୟୁବରଣ କରିଥିବା ଖବରକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ସବୁଠାରୁ ଦୁର୍ବଳ ବର୍ଗର ନାଗରିକମାନଙ୍କୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତିବଦ୍ଧ ଥିବା ଏକ ରାଜ୍ୟରେ ଏଭଳି ସ୍ଥିତି ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ଏହି ବିଳମ୍ବର ମୁଖ୍ୟ କାରଣ ଭାବରେ ଏକ ସଫ୍ଟୱେୟାର ଜନିତ ସମସ୍ୟାକୁ ଦର୍ଶାଯାଇଥିବା ବେଳେ, ନବୀନ ଏହାକୁ ସରକାରଙ୍କ 'ଘୋର ଅବହେଳା' ଏବଂ ମୌଳିକ ଦାୟିତ୍ୱର ବିଫଳତା ବୋଲି କହିଛନ୍ତି। ସେ ନିଜ ସରକାରର ୨୪ ବର୍ଷର ରେକର୍ଡକୁ ମନେ ପକାଇ କହିଛନ୍ତି ଯେ, ପୂର୍ବରୁ ପ୍ରତି ମାସ ୧୫ ତାରିଖରେ ହିତାଧିକାରୀଙ୍କୁ ନିୟମିତ ପେନସନ ପ୍ରଦାନ କରାଯାଉଥିଲା, ଯାହାକୁ 'ଜନ ସେବା ଦିବସ' ଭାବରେ ପାଳନ କରାଯାଉଥିଲା। ପୂର୍ବ ସରକାରଙ୍କ ସମୟରେ ଗ୍ରାମପଞ୍ଚାୟତ ସ୍ତରରେ ସ୍ୱଚ୍ଛତାର ସହ ପେନସନ ବଣ୍ଟନ କରାଯାଉଥିଲା ଏବଂ ଅସହାୟ ଲୋକଙ୍କ ଘରେ ପହଞ୍ଚି ଅଧିକାରୀମାନେ ଭତ୍ତା ପ୍ରଦାନ କରୁଥିଲେ, ଯାହାକୁ ସୁପ୍ରିମକୋର୍ଟ ମଧ୍ୟ ପ୍ରଶଂସା କରିଥିଲେ। 

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ସମସ୍ତ ବକେୟା ପେନସନ ରାଶିକୁ ତୁରନ୍ତ ମାନୁଆଲ୍ ଆକାରରେ (ହାତରେ) ପ୍ରଦାନ କରିବାକୁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହା ସହିତ ଭବିଷ୍ୟତରେ ଯେପରି ଏଭଳି ପରିସ୍ଥିତିର ପୁନରାବୃତ୍ତି ନହେବ, ତାହା ନିଶ୍ଚିତ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ପେନସନଭୋଗୀଙ୍କ ଅଧିକାର ଯେପରି କ୍ଷୁର୍ଣ୍ଣ ନହୁଏ, ସେଥିପାଇଁ ସରକାର ଉତ୍ତରଦାୟୀ ରହିବା ସହ ସେମାନଙ୍କୁ ଆଶ୍ୱାସନା ଦେବା ଉଚିତ୍ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର