ବଢୁଛି ତାତି; ୩୭ ଡିଗ୍ରୀ ଉପରେ ରାଜ୍ୟର ୧୨ ସହର, ୨୦ରେ ଆସୁଛି ଲଘୁଚାପ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ତାତି ବଢୁଥିବା ବେଳେ ଆସନ୍ତା ୨୦ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ଜିଏଫ୍‍ଏସ୍‍-ଏନ୍‍ସିଇପି, ଇସିଏମ୍‍ଡବ୍ଲ୍ୟୁଏଫ୍‍, ଆଇଏମଡି-ଜିଏଫ୍‍ଏସ୍‍, ଆଇଏମଡି-ଜିଇଏଫ୍‍ଏସ୍‍ ମଡେଲ ଏ ନେଇ ଆକଳନ କରୁଛନ୍ତି ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ଏନ୍‍ସିଇପି ଜିଏଫ୍‍ଏସ୍‍ ମଡେଲ୍‍ କହୁଛି ଯେ ଏହା ରିକର୍ଭ ହେବା ଯୋଗୁଁ ଭାରତୀୟ ଉପକୂଳକୁ ସ୍ପର୍ଶ କରିବ ନାହିଁ। କିନ୍ତୁ […]

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ତାତି ବଢୁଥିବା ବେଳେ ଆସନ୍ତା ୨୦ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ଜିଏଫ୍‍ଏସ୍‍-ଏନ୍‍ସିଇପି, ଇସିଏମ୍‍ଡବ୍ଲ୍ୟୁଏଫ୍‍, ଆଇଏମଡି-ଜିଏଫ୍‍ଏସ୍‍, ଆଇଏମଡି-ଜିଇଏଫ୍‍ଏସ୍‍ ମଡେଲ ଏ ନେଇ ଆକଳନ କରୁଛନ୍ତି ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ଏନ୍‍ସିଇପି ଜିଏଫ୍‍ଏସ୍‍ ମଡେଲ୍‍ କହୁଛି ଯେ ଏହା ରିକର୍ଭ ହେବା ଯୋଗୁଁ ଭାରତୀୟ ଉପକୂଳକୁ ସ୍ପର୍ଶ କରିବ ନାହିଁ। କିନ୍ତୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ ଭାରତୀୟ ଉପକୂଳ ଛୁଇଁବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ତେବେ ସମ୍ଭାବ୍ୟ ସ୍ଥିତି ସମ୍ପର୍କରେ ଆସନ୍ତା ୨୦ ତାରିଖ ବେଳକୁ ଅଧିକ ସ୍ପଷ୍ଟ ହୋଇପାରିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢିବା ଆରମ୍ଭ ହୋଇଛି। ରାଜ୍ୟକୁ ପଶ୍ଚିମ ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କା ଉତ୍ତପ୍ତ ପବନ ପ୍ରବେଶ ହେତୁ ଏହି ତାପମାତ୍ରାରେ ବୃଦ୍ଧି ଘଟୁଛି। ସୋମବାର ବଲାଙ୍ଗିର ୩୮.୩ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଥିବା ବେଳେ ଝାରସୁଗୁଡ଼ାରେ ୩୮.୨, ଅନୁଗୁଳ ୩୮.୧ ଓ ଟିଟଲାଗଡ଼଼ରେ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଛି। ଏହି ୪ ସହର ସମେତ ରାଜ୍ୟର ୧୨ ଟି ସହରରେ ତାପମାତ୍ରା ୩୭ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ ହୋଇଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ଗତ ୩୬ ଘଣ୍ଟାରେ ଉପକୂଳ ଓଡ଼ିଶାରେ ତାପମାତ୍ରା ୧.୮ ଡିଗ୍ରୀ ବୃଦ୍ଧି ହୋଇଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୨.୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଏହି ସ୍ଥିତି ଜାରି ରହିଥିବା ବେଳେ ଆସନ୍ତା ୧୬ ଓ ୧୭ ତାରିଖରେ କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି। ବିଶେଷ କରି ସୋନପୁର, ବୌଦ୍ଧ, ବଲାଙ୍ଗିରରେ ବୁଧବାର ତାପମାତ୍ରା ଉପର ମୁହାଁ ହେବା ସହିତ ଗୁରୁବାର ସୋନପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼଼ ଓ ଖୋର୍ଦ୍ଧରେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଦେଖାଯିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର